Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ଯୋଜନା: ଦିଲ୍ଲୀ-ପଞ୍ଜାବରେ ହାଇଆଲର୍ଟ

National

ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ଯୋଜନା: ଦିଲ୍ଲୀ-ପଞ୍ଜାବରେ ହାଇଆଲର୍ଟ

Ritu Das
Browse all articles by Ritu Das
·1 year ago·1 min read
ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ଯୋଜନା: ଦିଲ୍ଲୀ-ପଞ୍ଜାବରେ ହାଇଆଲର୍ଟ

ଅର୍ଗସ ବ୍ୟୁରୋ: ଜମ୍ମୁରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନର ଦୁଇ ଜଣ ଆତଙ୍କବାଦୀ ସ୍ୱାଧୀନତା ଦିବସ ସମୟରେ ଦିଲ୍ଲୀ ଓ ପଞ୍ଜାବରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିବା ପରେ ଗୁଇନ୍ଦା ସଂସ୍ଥା ହାଇ ଆଲର୍ଟରେ ରହିଛି। ଗୁଇନ୍ଦା ଏଜେନ୍ସି ଦ୍ୱାରା ଗିରଫ ଆତଙ୍କବାଦୀଙ୍କ କହିବା ଅନୁଯାୟୀ, ପ୍ରବଳ ସୁରକ୍ଷା ଦୃଷ୍ଟିରୁ ଅଗଷ୍ଟ ୧୫ ତାରିଖରେ ଏହି ଆକ୍ରମଣ ପାଇଁ ସମୟ ଧାର୍ଯ୍ୟ ହୋଇ ନ ପାରେ, ବରଂ ଦିନେ ଦୁଇ ଦିନ ପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇପାରେ।

ନିକଟରେ ଜମ୍ମୁ-କାଶ୍ମୀରର କଠୁଆ ସୀମାନ୍ତରେ ଥିବା ଏକ ଗାଁରେ ଅସ୍ତ୍ରଶସ୍ତ୍ର ସହ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ଗତିବିଧି ଦେଖିବାକୁ ମିଳିଥିଲା। ସେମାନେ ନିକଟସ୍ଥ ପଠାନକୋଟ ସହର ଅଭିମୁଖେ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ। ଜୁନ୍ ପହିଲାରେ ବିସ୍ଫୋରକ ସାମଗ୍ରୀ ଜମ୍ମୁ ସହରର ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିଥିଲା। ଆଗାମୀ ଦିନରେ ସୁରକ୍ଷା ପ୍ରତିଷ୍ଠାନ, ଶିବିର, ଯାନବାହନ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ଏହି ବିସ୍ଫୋରକ ବ୍ୟବହାର କରାଯାଇପାରେ। 

ପଞ୍ଜାବ ଓ ଜମ୍ମୁ-କାଶ୍ମୀରର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଗ୍ୟାଙ୍ଗଷ୍ଟର, ଉଗ୍ରବାଦୀ ଓ ଆତଙ୍କବାଦୀଙ୍କ ଆଇଏସ୍‌ଆଇ ପ୍ରାୟୋଜିତ ମେଣ୍ଟ ସ୍ୱାଧୀନତା ଦିବସ ଉତ୍ସବ ଓ ଅମରନାଥ ଯାତ୍ରାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅଗଷ୍ଟ ୧୫ ତାରିଖ ବେଳକୁ ବଡ଼ ବଡ଼ ସମାବେଶକୁ ଟାର୍ଗେଟ କରିବା ପାଇଁ ନକଲି ଆଇଇଡି ବ୍ୟବହାର କରାଯାଇପାରେ ବୋଲି ସତର୍କ ସୂଚନାରେ କୁହାଯାଇଛି। ଏଥିପାଇଁ ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ୨୪ଘଣ୍ଟା ସେନାବାହିନୀ ସୀମାରେ ପଇଁତରା ମାରୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Independence Day | Argus News