Videos
|
National

ରିଜର୍ଭ ବ୍ୟାଙ୍କରେ ଏବେ କେତେ ସୁନା ଅଛି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ରିଜର୍ଭ ବ୍ୟାଙ୍କରେ ଏବେ କେତେ ସୁନା ଅଛି ?

Key Points

  • ରିଜର୍ଭ ବ୍ୟାଙ୍କରେ ଏବେ କେତେ ସୁନା ଅଛି ?
  • ୩୦ ସେପ୍ଟେମ୍ବର ସୁଦ୍ଧା ସୁନା ପରିମାଣ ଥିଲା ୫୧୦.୪୬ ଟନ୍ 

ଅର୍ଗସ ବ୍ୟୁରୋ: ଆରବିଆଇ ବା ରିଜର୍ଭ ବ୍ୟାଙ୍କ । ଆମେ ସମସ୍ତେ ଜାଣନ୍ତି ଭାରତରେ ଥିବା ସବୁ ବ୍ୟାଙ୍କ ଏହାର ଅଧୀନରେ ଥାଏ । ଏମିତିକି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ଆମେ ବ୍ୟବହାର କରୁଥିବା ନୋଟ୍‌ରେ ବି ଦେଖିବାକୁ ମିଳେ । ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହୁଏ ଏହି ବ୍ୟାଙ୍କରେ । ତେବେ ଆପଣ ଜାଣିଛନ୍ତି କି ଆରବିଆଇରେ କେତେ ଟଙ୍କାର ସୁନା ମହଜୁଦ୍‌ ଅଛି ? କୁହାଯାଉଛି କି ଏବେ ସୁନାରେ ଭର୍ତ୍ତି ଅଛି ରିଜର୍ଭ ବ୍ୟାଙ୍କ । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର । 

ସୁନାରେ ନିଜ ଗନ୍ତାଘର ଫୁଲ କରିଦେଲାଣି ଆରବିଆଇ । ସୂଚନା ଅନୁସାରେ, ଏପ୍ରିଲ-ସେପ୍ଟେମ୍ବର ଅବଧି ମଧ୍ୟରେ, ଆରବିଆଇ ୧୦୨ ଟନ୍ ସୁନା ଫେରାଇ ଆଣିପାରିଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି କି, ୩୦ ସେପ୍ଟେମ୍ବର  ୨୦୨୪ ସୁଦ୍ଧା  ସ୍ଥାନୀୟ  ପ୍ରକୋଷ୍ଟରେ ରଖାଯାଇଥିବା ମୋଟ ସୁନା ପରିମାଣ ୫୧୦.୪୬ ଟନ୍ ଥିଲା । ଯାହା କି ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରଖାଯାଇଥିବା ୪୦୮ ଟନ୍ ସୁନାଠାରୁ ଏହି ପରିମାଣ ଢେର ଅଧିକ । ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସୁନା ଭଣ୍ଡାରକୁ ୩୨ ଟନ୍ ବୃଦ୍ଧି କରିଛି । ଯାହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଛି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଧୀରେ ଧୀରେ ଏହାର ସୁନା ଭଣ୍ଡାରକୁ ସ୍ଥାନୀୟ ପ୍ରକୋଷ୍ଟକୁ ସ୍ଥାନାନ୍ତର କରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ରିଟେନରୁ ୧୦୦ ଟନରୁ ଅଧିକ ସୁନା ନିଜ ପ୍ରକୋଷ୍ଟକୁ ସ୍ଥାନାନ୍ତର କରିଥିଲା ଆରବିଆଇ । ଯାହା କି ୧୯୯୧ ପରଠାରୁ ଏହା ସର୍ବବୃହତ ସୁନା ସ୍ଥାନାନ୍ତର ମଧ୍ୟରୁ ଅନ୍ୟତମ । କାରଣ ୧୯୯୧ ରେ ବୈଦେଶିକ ମୁଦ୍ରା ସଙ୍କଟର ମୁକାବିଲା ପାଇଁ ଭାରତକୁ ସୁନା ଭଣ୍ଡାରର ଏକ ବଡ ଅଂଶ ପ୍ରତିଶୃତି ଦେବାକୁ ପଡିଲା। ଆରବିଆଇ ଅନୁଯାୟୀ ୩୨୪.୦୧ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ (ବିଆଇଏସ୍) ସହିତ ସୁରକ୍ଷିତ ରଖାଯାଇଥିଲା ଏବଂ ୨୦.୨୬ ଟନ୍ ସୁନା ସୁନା ଜମା ଭାବରେ ରଖାଯାଇଥିଲା।

କେଉଁଠି ନିବେଶ କଲେ କେତେ ଲାଭ ପାଇବ ? କେଉଁଠି ନିବେଶ କଲେ ସୁରକ୍ଷିତ ରହିବ ଟଙ୍କା ? ସେନେଇ ପ୍ରତିଟି ଭାରତ ଚିନ୍ତା କରନ୍ତି । ଏହାରି ଭିତରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି । କାରଣ ରିଜର୍ଭ ବ୍ୟାଙ୍କରେ ବି ଏବେ ଅଧିକ ସୁନା ଗଚ୍ଛିତ ହେଉଥିବା ଖବର ଆସୁଛି । ମଧ୍ୟପ୍ରାଚ୍ୟ ଯୁଦ୍ଧର ଘମାଘୋଟ୍‌ ଭିତରେ ସେନସେକ୍ସ ଓ ସେୟାର ବଜାରରେ ଟଙ୍କା ଲଗାଇବାକୁ ମଣୁନାହାନ୍ତି ଭାରତୀୟ । କିନ୍ତୁ ସୁନା ରେଟ୍‌ ଯେଉଁପରି ଭାବରେ ବଢୁଛି ସେଥିରେ ହିଁ ଟଙ୍କା ନିବେଶ କରିବାକୁ ଭାରତୀୟ ଇଚ୍ଛା କରୁଥିବା ସ୍ପଷ୍ଟ ହୋଇଛି । ଆଉ ଏହାର ଫାଇଦା ନେଉଛନ୍ତି ପ୍ରତିଟି ବ୍ୟାଙ୍କ ଓ ନିଜର ଭଣ୍ଡାରକୁ ସୁନାରେ ଭର୍ତ୍ତି କରୁଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: