India vs Afghanistan / ଭାରତ ପାଇଁ ପୁରା ଚାବାହାର ବନ୍ଦର ଖୋଲିଦେଲା ଆଫଗାନିସ୍ତାନ !

Key Points
ଭାରତ-ଆଫଗାନିସ୍ତାନ ମଧ୍ୟରେ ପୁଣି ସୁଦୃଢ଼ ହେଉଛି ବାଣିଜ୍ୟିକ ସମ୍ପର୍କ । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟକୁ ବଢ଼ାଇବା ପାଇଁ ଚାବାହାର ବନ୍ଦର ବ୍ୟବହାର କରାଯିବ ଏବଂ ଏଥିପାଇଁ ଭୂମି ଓ ଆକାଶ ପଥକୁ ଅଧିକ ସୁଦୃଢ଼ କରାଯିବ ବୋଲି କହିଛନ୍ତି ଆଫଗାନିସ୍ତାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ନୁରୁଦ୍ଦିନ୍ ।
ଚାବାହାର ବନ୍ଦର, ଭାରତ ଓ ଆଫଗାନିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାପାର ମାର୍ଗ ଏବଂ ଏହି ମାଧ୍ୟମରେ ସେମାନେ ନିଜର ପୁରୁଣା ବାଣିଜ୍ୟ ସମ୍ପର୍କକୁ ପୁଣି ଥରେ ମଜବୁତ କରିବାକୁ ଚାହୁଁଛନ୍ତି । ଦୁଇ ଦେଶ ମଧ୍ୟରେ ବ୍ୟାପାରକୁ ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ଏବଂ ଏହାକୁ ଆହୁରି ସହଜ କରିବା ପାଇଁ ନୂଆ କରିଡର ତିଆରି କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଯାହା ଦ୍ୱାରା ଦୁଇ ଦେଶର ବ୍ୟବସାୟୀମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ଆଫଗାନିସ୍ତାନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଆଫଗାନିସ୍ତାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ନୁରୁଦ୍ଦିନ୍ ତାଙ୍କର ଭାରତ ଗସ୍ତ ସମୟରେ ନୂଆଦିଲ୍ଲୀର ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିର ଏକ କାର୍ଯ୍ୟକ୍ରମରେ ଏହି ମନ୍ତବ୍ୟ ଦେଇଥିଲେ ।
ଅନ୍ୟପଟେ ଭାରତ-ଆଫଗାନିସ୍ତାନ ସମ୍ପର୍କ ସୁଦୃଢ଼ ହେଉଥିବା ଦେଖି ମୁଣ୍ଡ ପିଟିବାକୁ ଲାଗିଲାଣି ପାକିସ୍ତାନ । ଯଦି ଏଇ ଦୁଇ ଦେଶ ମିଶିଯିବେ ତେବେ ପାକିସ୍ତାନର ଅବସ୍ଥା କ'ଣ ହେବ ସେନେଇ ଚିନ୍ତା ବଢ଼ିଯାଇଛି । ଖାଲି ସେତିକି ନୁହେଁ, ପାକିସ୍ତାନ ଏବେ ନିଜ ଘର କଳି ପାଇଁ ମଧ୍ୟ ମୁଣ୍ଡ ପିଟିବା ଆରମ୍ଭ କରିଛି । କାରଣ କଥାରେ ଅଛି ନା, 'ଯିଏ ପର ପାଇଁ ଗାତ ଖୋଳେ ସିଏ ନିଜେ ସେଇ ଗାତରେ ପଡ଼େ' । ଠିକ୍ ସେମିତି ପାକିସ୍ତାନରେ ଏବେ ନିଇତି ହେଉଛି ବିସ୍ଫୋରଣ । ଯେଉଁ ମଣିଷ ବୋମା ଭାରତ ବିରୋଧରେ ବ୍ୟବହାର କରିବାକୁ ଚାହିଁଥିଲା ପାକିସ୍ତାନ, ଏବେ ତାହା ହିଁ ନିଜ ଦେଶ ପାଇଁ ବଡ଼ ବିପଦ ସାଜିଛି ।
ପାକିସ୍ତାନର ପେଶାୱରରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ପେଶାୱରରେ ଏକ ପାରାମିଲିଟାରି ମୁଖ୍ୟାଳୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀମାନେ ପେଶାୱର ସ୍ଥିତ ଫେଡେରାଲ କନଷ୍ଟାବୁଲାରୀର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲେ ।
ଜଣେ ଆତ୍ମଘାତୀ ବୋମା ଆକ୍ରମଣକାରୀ ପ୍ରବେଶ ପଥରେ ନିଜକୁ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ପରେ ଆହୁରି ଦୁଇ ଜଣ ଆତଙ୍କବାଦୀ କ୍ୟାମ୍ପସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତେବେ ମୁଖ୍ୟାଳୟର ସୁରକ୍ଷା କର୍ମୀମାନେ ତୁରନ୍ତ ପାଲଟା ଜବାବ ଦେଇଥିଲେ ଏବଂ ଗୁଳି ବିନିମୟରେ ଉଭୟ ଆତଙ୍କବାଦୀଙ୍କୁ ମାରିଥିଲେ।
📱 Get Argus News App
✨Related Topics
Explore more stories