India AI Impact Summit / ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: କିଛି ଲୋକ AIକୁ ଡରୁଥିବା ବେଳେ ଭାରତ ଏଥିରେ ଭବିଷ୍ୟତ ଦେଖୁଛି
·1 month ago·2 min read

Key Points
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଉଦଘାଟନ
ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତ ଟେକନୋଲୋଜି ଏବଂ ଟ୍ୟାଲେଣ୍ଟର ଏକ ବଡ କେନ୍ଦ୍ର: ମୋଦୀ

ନୂଆଦିଲ୍ଲୀ (Feb-19): ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତକୁ ଟେକନୋଲୋଜି ଏବଂ ଟ୍ୟାଲେଣ୍ଟର ଏକ ବଡ କେନ୍ଦ୍ର ବୋଲି କହିଛନ୍ତି ମୋଦୀ। AI ଭାରତର ଭବିଷ୍ୟତ ବୋଲି କହିଲେ ମୋଦି। କିଛି ଲୋକ ଏଆଇକୁ ଡରୁଥିବା ବେଳେ ଭାରତ ଏଥିରେ ଭବିଷ୍ୟତ ଦେଖୁଛି।
ଏଆଇକୁ ନେଇ ନୂଆ ମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଏଆଇ କ୍ଷେତ୍ରରେ ଆଗକୁ ବଢୁଛୁ । କିନ୍ତୁ ଏବେ ଏହାର ପ୍ରଭାବ ବାବଦରେ କିଛି ଜଣାପଡିବ ନାହିଁ । ପଥରକୁ ଘସିଲେ ପ୍ରଥମେ ନିଆଁର ଏକ ଝଲକ ବାହାରେ । ଯାହା ସମସ୍ତେ ଜାଣି ପାରନ୍ତି ନାହିଁ । ଏହି ସାମାନ୍ୟ ନିଆଁର ଝଲକ ମାନବ ଇତିହାସରେ ଏକ ସଭ୍ୟତାର ଆରମ୍ଭ ଥିଲା । ଏଆଇ ମଧ୍ୟ ମାନବ ଇତିହାସରେ ଏପରି ଏକ ଟ୍ରାନ୍ସଫର୍ମେସନ୍ ବା ପଜିଟିଭ୍ ପରିବର୍ତ୍ତନ । ଏବେ ଆମେ ଯାହା ଦେଖୁଛେ ଏବଂ ଅନୁଭବ କରୁଛେ ତାହା ପ୍ରାରମ୍ଭିକ ପରିବର୍ତ୍ତନ । ପୂର୍ବରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କିଛି ପରିବର୍ତ୍ତନ ହେଲେ ତାକୁ ବୁଝିବାକୁ ଦଶନ୍ଧି ଲାଗିଯାଉଥିଲା । କିନ୍ତୁ ଏବେ ମେସିନ୍ ଲର୍ଣ୍ଣିଂରେ ସବୁ କିଛି ସହଜ ହୋଇଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ‘ମାନବ’ ଭିଜନ୍ ଉପରେ ଫୋକସ କରିଛନ୍ତି । ସେ କହିଛନ୍ତି ଯେ, ଏଆଇ ପାଇଁ ମଣିଷ କେବଳ ଡାଟା ପଏଣ୍ଟ ହୋଇ ନରହୁ । ମଣିଷମାନେ କଞ୍ଚାମାଲ୍ ମଧ୍ୟରେ ସୀମିତ ନରୁହନ୍ତୁ । ତେଣୁ ଏଆଇକୁ ଲୋକତାନ୍ତ୍ରିକ ବା ଗଣତାନ୍ତ୍ରିକ ରୂପ ଦେବାକୁ ହେବ । ଏଆଇକୁ ଖୋଲା ଆକାଶ ବି ଦେବା ଦରକାର ତା ସହ ତାର ନିୟନ୍ତଣକୁ ନିଜ ହାତରେ ରଖିବା ଉଚିତ ।
ଦେଖନ୍ତୁ ଏହି ଖବର: ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam
ଏହାସହ ପ୍ରଧାନମନ୍ତ୍ରୀ ଜିପିଏସର ଉଦାହରଣ ଦେଇଥିଲେ । ଜିପିଏସ କେବଳ ଆମକୁ ରାସ୍ତା ଦେଖାଏ ହେଲେ ଗନ୍ତବ୍ୟସ୍ଥଳ ଠିକ୍ କରେନି । ସେହିପରି ଏଆଇକୁ ବ୍ୟବହାର କରାଯିବା ଦରକାର । ଏଆଇରେ ନୈତିକତାକୁ ଭୁଲିଯିବା ଉଚିତ ନୁହେଁ । ନିୟମରେ ସ୍ୱଚ୍ଛତା ରହିବା ଜରୁରୀ । ଏହାସହ ଦେଶର ସୁରକ୍ଷା ଏବଂ ସଂପୃଭତା ଯେପରି ସାଲିସ ନହୁଏ ତାହା ଉପରେ ଫୋକସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଦୁନିଆରେ ଦୁଇ ପ୍ରକାର ଲୋକ ରହୁଛନ୍ତି । କିଛି ଲୋକଙ୍କୁ ଏଆଇରେ ଭୟ ନଜର ଆସୁଛି । ଆଉ କିଛି ଏହାକୁ ସୁଯୋଗ ଏବଂ ସୌଭାଗ୍ୟ ଭାବୁଛନ୍ତି । ଭାରତର ଲୋକଙ୍କୁ ଏଆଇରେ ସୌଭାଗ୍ୟ ଦେଖାଯାଉଛି । ଭାରତୀୟ କମ୍ପାନୀ ଏଆଇ ସମ୍ମିଳନୀରେ ଅନେକ ମଡେଲ୍ ଉପସ୍ଥାପନ କରିଛନ୍ତି । ଭାରତ ଏଆଇ କ୍ଷେତ୍ରରେ ଅନେକ ପରାମର୍ଶ ଦେଇ ନିଜର ଦକ୍ଷତାକୁ ପ୍ରମାଣିତ କରୁଛି । ଦେଶ ପାଖରେ ବିଭିନ୍ନତା, ଏକତା, ଯୁବଶକ୍ତି ଏବଂ ଗଣତନ୍ତ୍ର ସବୁ କିଛି ରହିଛି । ଭାରତ ଯେଉଁ ସମାଧାନ ବିକାଶ କରିବ ତାହା ସାରାବିଶ୍ୱ ପାଇଁ ଶୁଭଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories