Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି କୋଟାରେ ଛାତ୍ର ଆତ୍ମହତ୍ୟା

Rashmita Mishra
Browse all articles by Rashmita Mishra
·2 years ago·1 min read
ପୁଣି କୋଟାରେ ଛାତ୍ର ଆତ୍ମହତ୍ୟା

କୋଟା: ପୁଣି କୋଟାରେ ଛାତ୍ର ଆତ୍ମହତ୍ୟା ଏହା ପ୍ରଥମ ନୁହେଁ ଏହି ଵର୍ଷର ଛାତ୍ର ଆତ୍ମହତ୍ୟା ନବମ ଥର ପାଇଁ ଘଟିଛି ଘଟଣା ।ପ୍ରତିବର୍ଷ ଦୁଇ ଲକ୍ଷରୁ ଅଧିକ ଛାତ୍ର କୋଟାକୁ ଯାଇ ଇଞ୍ଜିନିୟରିଂ ,ନିଟ୍ ଏବଂ ମେଡିକାଲ ପାଇଁ  ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି 

ରାଜସ୍ଥାନର କୋଟାର ଏକ ହଷ୍ଟେଲ ରୁମରେ ଜଣେ ୨୦ ଵର୍ଷୟ ଯୁବକଙ୍କ ଆତ୍ମହତ୍ୟା। ଯୁଵକ ଜଣକ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ । ସେ ହଷ୍ଟେଲ ରାଙ୍କ ରୁମରେ  ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । 

ହରିୟାଣାର ଜଣେ ଯୁଵକ ଏକ ବର୍ଷ ହେବ କୋଟାର କୁନହାଡି ଲ୍ୟାଣ୍ଡମାର୍କ ସିଟିରେ ଥିବା ହଷ୍ଟେଲରେ ରହୁଥିଲେ। ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ରବିବାର ସନ୍ଧ୍ୟାରେ ତାଙ୍କ ପରିବାର ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ତାପରେ ସେମାନେ ହଷ୍ଟେଲ ୱାର୍ଡେନଙ୍କୁ ଫୋନ୍ କରିଥିଲେ। ହଷ୍ଟେଲ ୱାର୍ଡେନ ଯାଇ ଯୁଵକ ରୁମ ଥିଵା ଦେଖି ଡାକିଥିଲେ ।ଡାକ ଶୁଣିଵାରୁ। ପୁଲିସକୁ ଖବର ଦେଇଥିଲେ । ପରେ ଏକ ଟିମ୍ ତୁରନ୍ତ ହଷ୍ଟେଲରେ ପହଞ୍ଚିଥିଲା। ପୁଲିସ କବାଟ ଭାଙ୍ଗି ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା। ଗତବର୍ଷ କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ୨୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ।ତେଵେ ଏହା କଣ ପାଇଁ ଘଟୁଛି ତାହାର କାରଣ ଅସ୍ପଷ୍ଠ । ପୋଲିସର ତଦନ୍ତ ଜାରି ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-and-beyond/net-student-suicide-in-kota-ninth-case-this-year-ss | Argus News