Videos
|
National

ଭାରତ -ପାକିସ୍ତାନ ଯୁଦ୍ଧ ହେବନି !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଭାରତ -ପାକିସ୍ତାନ ଯୁଦ୍ଧ ହେବନି !

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏକ୍ସରେ ପୋଷ୍ଟ କରି ଏକ ବଡ଼ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ଅସ୍ତ୍ର ବିରତି ପାଇଁ ଭାରତ ଓ ପାକିସ୍ତାନ ରାଜି ହୋଇଛନ୍ତି।


ଉଭୟ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିଥିଲା, ଭାରତ ଓ ପାକିସ୍ତାନ ପ୍ରସ୍ତାବ ଗ୍ରହଣ କରିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି। ଉଭୟ ଦେଶ ସମ୍ପୂର୍ଣ୍ଣ ଅସ୍ତ୍ର ବିରତି ପାଇଁ ରାଜି ହୋଇଛନ୍ତି। ସହମତି ପ୍ରକାଶ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯାହା ଜଣା ପଡିଛି ଦୁଇ ଦେଶ ମଧ୍ୟରେ ଶାନ୍ତି ଆଣିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିଲା ଆଲୋଚନା । ସନ୍ଧ୍ୟା ୫ ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି। ଆଉ ଦୁଇ ଦେଶ ସୀମାରେ ଗୁଳି ଚାଳନା କରିବେ ନାହିଁ କିମ୍ବା କୌଣସି ପଦକ୍ଷେପ ନିଆଯିବ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅସ୍ତ୍ରବିରତି ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆଜି ୩ ଟା ୩୫ ରେ ପାକିସ୍ତାନ ଯୋଗାଯୋଗ କରିଥିଲା। ପାକିସ୍ତାନର ଡିଜିଏମ ପ୍ରଥମେ ଯୋଗାଯୋଗ କରିଥିଲେ। ତେବେ ୧୨ ମେ ରେ ଆଉ ଥରେ ବୈଠକ ବସିବ। ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତ ହୋଇଛନ୍ତି ଭାରତ ପାକିସ୍ତାନ। ୩ ସେନାକୁ ଏନେଇ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖରେ ଡିଜିଏମଓ ସ୍ତରୀୟ ଆଲୋଚନା ହେବ। 



India and Pakistan agree to ceasefire | Argus News