Artificial Sun / ଆର୍ଟିଫିସିଆଲ ସନ୍ ଦିଗରେ ଆଗୁଆ ଭାରତ, SST-1ରେ ନୂଆ ମାଇଲସ୍ଟୋନ୍

Key Points
ଆର୍ଟିଫିସିଆଲ ସନ୍ ଦିଗରେ ଆଗୁଆ ଭାରତ, SST-1ରେ ନୂଆ ମାଇଲସ୍ଟୋନ୍
ନ୍ୟୁକ୍ଲିୟର ଫ୍ୟୁଜନ୍ ଗବେଷଣାରେ ଭାରତର ଅଗ୍ରଗତି, କୃତ୍ରିମ ସୂର୍ଯ୍ୟରେ ନୂଆ ପଦକ୍ଷେପ
ଭବିଷ୍ୟତର ସବୁଜ ଶକ୍ତି ପାଇଁ କୃତ୍ରିମ ସୂର୍ଯ୍ୟ ନିର୍ମାଣରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି
କୃତ୍ରିମ ସୂର୍ଯ୍ୟ ନିର୍ମାଣ କରୁଛି ଭାରତ.... ଆର୍ଟିଫିସିଆଲ ସନ୍ ନିର୍ମାଣ ଦିଗରେ ବଡ଼ ସଫଳତା ହାସଲ କରିଛି ଭାରତ । ଗୁଜରାଟ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଜମା ରିସର୍ଚ୍ଚର SST-1 ଟୋକାମାକ ରେ ଏକ ନୂତନ ଏବଂ ଶକ୍ତିଶାଳୀ 82.6 GHz, 400 kW ଗାଇରୋଟ୍ରନ୍ ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରାଯାଇଛି ।
ଏହି ଗବେଷଣାର ମୁଖ୍ୟ ଲକ୍ଷ୍ୟ ହେଉଛି ସୂର୍ଯ୍ୟରେ ଘଟୁଥିବା ପ୍ରକ୍ରିୟାକୁ ଅନୁକରଣ କରି ନ୍ୟୁକ୍ଲିୟର ଫ୍ୟୁଜନ ଜରିଆରେ ଅତ୍ୟଧିକ ପରିମାଣର ସବୁଜ ଶକ୍ତି ଉତ୍ପାଦନ କରିବା । ସୂର୍ଯ୍ୟଙ୍କ କୋର ତୁଳନାରେ ୨୦ ଗୁଣ ଅଧିକ ଅର୍ଥାତ୍ ୨୦ କୋଟି ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ତାପମାତ୍ରା ସୃଷ୍ଟି କରିବା ପରେ, ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସେହି ଅତି ଉତ୍ତପ୍ତ ପ୍ଲାଜମାକୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ଥିର ରଖିବା ।
ଏହା ତୁରନ୍ତ କୌଣସି ବିଦ୍ୟୁତ୍ ଉତ୍ପାଦନ କରିବ ନାହିଁ । କିନ୍ତୁ ଏହି ଅଗ୍ରଗତି ଭାରତକୁ ନିୟନ୍ତ୍ରିତ ଏବଂ ସ୍ଥାୟୀ ପ୍ଲାଜମା ଶକ୍ତି ହାସଲ କରିବା ଦିଗରେ ଆଉ ଏକ ପାଦ ଆଗକୁ ନେଇଯାଇଛି । ପାରମ୍ପରିକ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ପରି ଜାଳେଣି ପୋଡ଼ିବା ବଦଳରେ, ଏକ ନ୍ୟୁକ୍ଲିୟର ଫ୍ୟୁଜନ୍ ରିଆକ୍ଟର ଜରିଆରେ ଶକ୍ତି ଉତ୍ପାଦନ ଏହାର ଲକ୍ଷ୍ୟ।
କାହିଁକି କୃତ୍ରିମ ସୂର୍ଯ୍ୟ ?
ପୃଥିବୀରେ ଶକ୍ତିର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଇଲା, ପେଟ୍ରୋଲ୍ ଏବଂ ପ୍ରାକୃତିକ ଗ୍ୟାସ୍ ଦିନେ ନା ଦିନେ ସରିଯିବ । ଏଗୁଡ଼ିକ ପରିବେଶ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ । ଏହାର ବିକଳ୍ପ ଭାବରେ 'ନ୍ୟୁକ୍ଲିୟର ଫ୍ୟୁଜନ୍' ପରି ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଅସୀମ, ସ୍ୱଚ୍ଛ ଏବଂ ନିରାପଦ ଶକ୍ତି ଯୋଗାଇବା ଏହାର ଲକ୍ଷ୍ୟ । ଭବଷ୍ୟତର ଶକ୍ତି ସଙ୍କଟକୁ ମୁକାବିଲା କରିବା ପାଇଁ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରାଯାଇଛି ।
କୃତ୍ରିମ ସୂର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ
ପରିବେଶକୁ ପ୍ରଦୂଷିତ ନ କରି ଅତ୍ୟଧିକ ପରିମାଣର ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା । ଏଥିରେ କୌଣସି ବିପଜ୍ଜନକ ବିକିରଣ କିମ୍ବା ଦୀର୍ଘସ୍ଥାୟୀ ବିକିରଣ ଆବର୍ଜନା ସୃଷ୍ଟି ହୁଏ ନାହିଁ । ସୂର୍ଯ୍ୟଙ୍କ କୋରଠାରୁ ମଧ୍ୟ ଅଧିକ ତାପମାତ୍ରା ଉତ୍ପାଦନ ଓ ଏହାକୁ ସ୍ଥିର ରଖିବା ।
କୃତ୍ରିମ ସୂର୍ଯ୍ୟର ଆକାର ଓ ଗଠନ
ଏହି ମେସିନ୍ଗୁଡ଼ିକ ସାଧାରଣତଃ ଏକ ବିରାଟ ଡୋନଟ୍ ବା ରିଙ୍ଗ୍ ଭଳି ବୃତ୍ତାକାର ଏହି ମେସିନକୁ 'ଟୋକାମାକ୍' କୁହାଯାଏ । ଏଥିରେ ଅତ୍ୟନ୍ତ ଶକ୍ତିଶାଳୀ ସୁପରକଣ୍ଡକ୍ଟିଙ୍ଗ୍ ଚୁମ୍ବକ ବ୍ୟବହାର କରାଯାଇଥାଏ ।
ଏହା କିପରି କାମ କରିବ ?
ଜାଳେଣି ପାଇଁ ହାଇଡ୍ରୋଜେନର ଆଇସୋଟୋପ୍ ଯଥା- ଡ୍ୟୁଟେରିୟମ୍ ଏବଂ ଟ୍ରିଟିୟମ୍ ବ୍ୟବହାର ହୁଏ । ଗ୍ୟାସ୍କୁ ଅତି ଉଚ୍ଚ ତାପମାତ୍ରାରେ ଗରମ କରାଯାଏ । ଗ୍ୟାସ ଏଥିରେ ପ୍ଲାଜମାରେ ପରିଣତ ହୁଏ ।
କୃତ୍ରିମ ସୂର୍ଯ୍ୟ ପାଇଁ ଚ୍ୟାଲେଂଜ
ସୂର୍ଯ୍ୟ ଭିତରେ ପ୍ରଚୁର ମହାକର୍ଷଣ ଶକ୍ତି ରହିଛି । ଏହି ଶକ୍ତି ପ୍ଲାଜମାକୁ ବାନ୍ଧି ରଖିଥାଏ । ପୃଥିବୀରେ ସେପରି ପ୍ରଚୁର ମାଧ୍ୟାକର୍ଷଣ ଶକ୍ତି ନାହିଁ । ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ପ୍ଲାଜମାକୁ ମଝିରେ ଭାସମାନ ଅବସ୍ଥାରେ ରଖାଯାଏ । ଫ୍ୟୁଜନ ଫଳରେ ପ୍ରଚୁର ଶକ୍ତି ମୁକ୍ତ ହୁଏ ଯାହାକୁ ଭବଷ୍ୟତରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯିବ
📱 Get Argus News App
✨Related Topics
Explore more stories