No Mans Land / ଭାରତ-ବାଂଲାଦେଶ ସୀମାରେ କଣ ଏହି ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ?

Key Points
ଏହି ସ୍ଥାନରେ ମଣିଷମାନେ ଦେଖା ଗଲେ ଘେରି ଯାଆନ୍ତି ଯବାନ ।
କାହାକୁ ବି ଏହି ସ୍ଥାନରେ ରହିବାକୁ ଅନୁମତି ନଥାଏ ।
ଭାରତ ବାଂଲାଦେଶ ସୀମାରେ ସାଂଘାତିକ ସ୍ଥାନ... ଏହି ସ୍ଥାନରେ ମଣିଷମାନେ ଦେଖା ଗଲେ ଘେରି ଯାଆନ୍ତି ଯବାନ । କାହାକୁ ବି ଏହି ସ୍ଥାନରେ ରହିବାକୁ ଅନୁମତି ନଥାଏ । ସୀମା ଭିତରେ ଆଇ ମଧ୍ୟ ନୋ ମ୍ୟାନ୍ସ ଲାଣ୍ଡ ଘୋଷଣା କରାଯାଇଛି ।
ଭାରତ ବାଂଲାଦେଶ ସୀମାକୁ ନେଇ ଏବେ ବିବାଦ ଜୋର ଧରିଛି । ଭାରତୀ ସୀମାରେ ଆରମ୍ଭ ହୋଇଛି ବାଡ଼ ବୁଲାଇବା କାମ । ପୂର୍ବରୁ ଯେଉଁଠାରେ ସୀମା ପୁରା ଖୋଲା ରହିଥିଲା ସେହିଠାରେ ଏବେ ବାଡ଼ ବୁଲାଯାଇଛି । କିନ୍ତୁ ଏହି ସୀମାନ୍ତରେ ଏମିତି ଏକ ସ୍ଥାନ ଅଛି ଯାହାକୁ 'ନୋ ମ୍ୟାନ୍ସ ଲ୍ୟାଣ୍ଡ' ବୋଲି କୁହାଯାଏ ?
ଏହି ସ୍ଥାନକୁ ଗଲେ ଘେରି ଯାଆନ୍ତି ଯବାନ । ଗନ ପଏଣ୍ଟରେ ରୁହନ୍ତି ଏହି ସ୍ଥାନରେ ପ୍ରବେଶ କରିଥିବା ଲୋକ । ସହଜରେ ଯବାନଙ୍କ ନଜରରୁ ବର୍ତ୍ତି ପାରନ୍ତି ନାହିଁ । ଅହରହ ଏହି ସ୍ଥାନ ଉପରେ ରହିଥାଏ ଯବାନଙ୍କ ନଜର ।
ତେବେ ଏହି ସ୍ଥାନଟି କେଉଁଠି ?
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ସୀମା। ଯଦି ଦେଖିବା ଭାରତ ଏବଂ ବାଂଲାଦେଶ ସୀମାରେ ଥିବା ଶୂନ୍ୟ ରେଖା ବା 'ଜିରୋ ଲାଇନ'ରୁ ଦୁଇ ପାର୍ଶ୍ୱକୁ ୧୫୦ ଗଜ ପର୍ଯ୍ୟନ୍ତ ଅଞ୍ଚଳକୁ 'ନୋ ମ୍ୟାନ୍ସ ଲ୍ୟାଣ୍ଡ' କୁହାଯାଏ । ସୀମା ମଝି ରେ ଦେଖା ଯାଉଥିବା ଖାଲି ଅଂସ ହେଉଛି ସେହି ସ୍ଥାନ । ତେବେ ୧୯୭୫ ମସିହାର ସୀମା ଚୁକ୍ତି ଅନୁଯାୟୀ, ଉଭୟ ଦେଶ ନିଜ ନିଜର ସୀମା ମଝିରେ କିଛି ଅଂସ ଛାଡ଼ିବେ । ଆଉ ଏହି ସ୍ଥାନରେ କୌଣସି ପ୍ରକାରର ସ୍ଥାୟୀ ସାମରିକ ନିର୍ମାଣ କରାଯାଇପାରିବ ନାହିଁ। ଭାରତ ପକ୍ଷରୁ ନିର୍ମାଣ କରାଯାଇଥିବା ସୀମା ପ୍ରାଚୀର ବା କଣ୍ଟାତାର ବାଡ଼, ଏହି ନୋ ମ୍ୟାନ୍ସ ଲ୍ୟାଣ୍ଡ ପଛକୁ ଅର୍ଥାତ୍ ଭାରତୀୟ ସୀମା ଭିତରେ ରହିଛି ।
ଏବେ ପ୍ରଶ୍ନ ଉଠୁଛି, ଏହି ଅଞ୍ଚଳକୁ କିଏ ଯାଇପାରିବେ ?
ସାଧାରଣ ଜନତା କିମ୍ବା ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ସମ୍ପୂର୍ଣ୍ଣ ନିଷେଧ। ଯିଏ ଏହି ସ୍ଥାନକୁ ଯିବ ସିଏ ଯବାନଙ୍କ ଗୁଳିର ଶୀକାର ହୋଇପାରେ। ଏଠାରେ କେବଳ ଭାରତର ବିଏସଏଫ ଏବଂ ବାଂଲାଦେଶର ବିଜିବି ଯବାନମାନେ ସୁରକ୍ଷା ଓ ପାଟ୍ରୋଲିଂ ପାଇଁ ଯାଇପାରନ୍ତି। ତେବେ କେତେକ ସ୍ଥାନରେ ଭାରତୀୟ ସୀମାନ୍ତ ଗ୍ରାମବାସୀଙ୍କ ଚାଷଜମି ଏହି ବାଡ଼ ଆରପଟେ ରହିଯାଇଥିବାରୁ, ସେମାନଙ୍କୁ ବିଏସଏଫର କଡ଼ା ଯାଞ୍ଚ ଏବଂ ପରିଚୟ ପତ୍ର ଦେଖାଇବା ପରେ କେବଳ ଚାଷ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ସମୟ ପାଇଁ ଭିତରକୁ ଯିବାକୁ ଅନୁମତି ଦିଆଯାଇଥାଏ ।
ତେବେ ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ ଏବଂ ସୀମା ବିବାଦକୁ ନେଇ 'ନୋ ମ୍ୟାନ୍ସ ଲ୍ୟାଣ୍ଡ' ବେଶ୍ ଚର୍ଚ୍ଚାରେ ରହିଛି। ଅନେକ ସମୟରେ ବେଆଇନ ଭାବେ ସୀମା ପାର ହେବାକୁ ଚେଷ୍ଟା କରୁଥିବା ଲୋକମାନେ ଏହି ଅଞ୍ଚଳରେ ଅଟକି ରହିଯାଉଛନ୍ତି, ଯାହାକୁ ନେଇ ଦୁଇ ଦେଶର ସୀମା ସୁରକ୍ଷା ବଳ ମଧ୍ୟରେ ଫ୍ଲାଗ୍ ମିଟିଂ ମଧ୍ୟ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଏହି ୧୫୦ ଗଜର ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏହା ଉପରେ ଚବିଶି ଘଣ୍ଟା କଡ଼ା ନଜର ରଖାଯାଇଥାଏ।
📱 Get Argus News App
✨Related Topics
Explore more stories