India vs Bangladesh / ବାରୁଦ ଗଦାରେ ବାଂଲାଦେଶ ! ହୁତୁହୁତୁ ହୋଇ ଜଳୁଛି ଅଶାନ୍ତିର ନିଆଁ...

Key Points
ଦୀପୁ ଚନ୍ଦ୍ର ଦାଶଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ତେଜିଲା ଦାବି
ବାଂଲାଦେଶରେ ହିଂସା, ଭାରତରେ ଉତ୍ତେଜନା । ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାଶଙ୍କ ହତ୍ୟା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ ସଂଗଠନ । ଜମ୍ମୁ କାଶ୍ମୀର, ଦିଲ୍ଲୀଠାରୁ ଆରମ୍ଭ କରି କୋଲକାତା, ଭୋପାଳ, ଭୁବନେଶ୍ବର ସବୁଠି ଏକତାର ବଳ ଦେଖାଇଛନ୍ତି ହିନ୍ଦୁ ସଂଗଠନ । ନୂଆଦିଲ୍ଲୀରେ ବାଂଲାଦେଶ ହାଇ କମିଶନର ଅଫିସ ସମ୍ମୁଖରେ ହୋଇଛି ଜୋରଦାର ବିକ୍ଷୋଭ । ୧୯୭୧ରେ ରାଷ୍ଟ୍ର ଗଠନ ସମୟରେ ବାଂଲାଦେଶରେ ୨୦ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଥିବାବେଳେ ଏବେ ୭.୫%କୁ ହ୍ରାସ ପାଇଛି । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରିଛି ଜାତିସଂଘ ।
ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ । ଦିନକୁ ଦିନ ବଢୁଛି କଠୋରପନ୍ଥୀଙ୍କ ଅତ୍ୟାଚାର । ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାଶଙ୍କ ହତ୍ୟା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ବାଂଲାଦେଶର ହିନ୍ଦୁ ସଂଗଠନ । ନ୍ୟାୟ ପ୍ରଦାନ ପ୍ରତିଶ୍ରୁତି ଦେଇ ଚୁପ୍ ବସିଥିବା ୟୁନୁସ ସରକାରକୁ ଚେତାବନୀ ଦେବା ସହ ହିନ୍ଦୁ ସୁରକ୍ଷା ପାଇଁ ପଦକ୍ଷେପ ନନେଲେ ସ୍ଥିତି ଭୟଙ୍କର ହେବ ବୋଲି ରୋକଠୋକ ଚେତାଇ ଦେଇଛନ୍ତି ହିନ୍ଦୁ ସଂଗଠନ ।
ଏପଟେ ପଡୋଶୀ ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଜମ୍ମୁ କାଶ୍ମୀର, ଦିଲ୍ଲୀଠାରୁ ଆରମ୍ଭ କରି କୋଲକାତା, ଭୋପାଳ, ଭୁବନେଶ୍ବର ସବୁଠି ଏକତାର ବଳ ଦେଖାଇଛନ୍ତି ହିନ୍ଦୁ ସଂଗଠନ । ନୂଆଦିଲ୍ଲୀରେ ବାଂଲାଦେଶ ହାଇ କମିଶନର ଅଫିସ ସମ୍ମୁଖରେ ହୋଇଛି ଜୋରଦାର ବିକ୍ଷୋଭ । ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ହିନ୍ଦୁ ମହାମଞ୍ଚ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ନିରନ୍ତର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି । ପଶ୍ଚିମବଙ୍ଗରେ ହିନ୍ଦୁ ସଂଗଠନର ଶାନ୍ତିପୂର୍ଣ୍ଣ ପ୍ରତିବାଦ ବିରୋଧରେ ପଶ୍ଚିମବଙ୍ଗ ପୋଲିସର ନିଷ୍ଠୁର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛି ବିଜେପି ।
ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାରେ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି ଢାକାରେ ରୁଷିଆ ରାଷ୍ଟ୍ରଦୂତ । ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ବୃଦ୍ଧି ପାଉଥିବା ହିଂସା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ମିଳିତ ଜାତିସଂଘ ଅଧ୍ୟକ୍ଷ ଆଣ୍ଟୋନିଓ ଗୁଟେରସ ।
୧୯୪୭ରେ ବାଂଲାଦେଶରେ ୨୨ ପ୍ରତିଶତ ହିନ୍ଦୁ ଥିବାବେଳେ ଏବେ ୭.୫%ରେ ସୀମିତ ରହିଛି ହିନ୍ଦୁଙ୍କ ସଂଖ୍ୟା । ଲଗାତାର ହିନ୍ଦୁ ବିରୋଧୀ ହିଂସା, ଅତ୍ୟାଚାର, ଧର୍ମାନ୍ତରୀକରଣ ଫଳରେ ୧୯୬୧ ସୁଦ୍ଧା ହିନ୍ଦୁଙ୍କ ସଂଖ୍ୟା ୧୮.୫%, ୧୯୮୧ ସୁଦ୍ଧା ୧୨%, ୧୯୯୧ରେ ୧୦%, ୨୦୦୧ରେ ହିନ୍ଦୁଙ୍କ ସଂଖ୍ୟା ୯%କୁ ହ୍ରାସ ପାଇଥିଲା । ଡିସେମ୍ବର ୧୨ରେ ଓସମାନ ସରିଫ୍ ହାଦି ହତ୍ୟାକୁ ନେଇ ବାଂଲାଦେଶରେ ହିଂସା ଆରମ୍ଭ ହୋଇଥିବାବେଳେ ୧୮ ତାରିଖରେ ହିନ୍ଦୁ ଯୁବକଙ୍କ ଉପରେ ବର୍ବର ଆକ୍ରମଣ ଓ ହତ୍ୟା ପରଠାରୁ ବଢିଛି ଉତ୍ତେଜନା ।
📱 Get Argus News App
✨Related Topics
Explore more stories