Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲା ଭାରତ

National

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲା ଭାରତ

Ritu Das
Browse all articles by Ritu Das
·1 year ago·1 min read
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲା ଭାରତ

ପୁଣି ପାକିସ୍ତାନକୁ ଝଟକା ଦେଲା ଭାରତ। ଗୋଟେ ପରେ ଗୋଟେ ବଡ଼ ପଦକ୍ଷେପ ନେଉଛି ଭାରତ। ପୂର୍ବରୁ ପାକିସ୍ତାନର ଅନେକ ଚ୍ୟାନେଲ ଭାରତରେ ବ୍ୟାନ କରାଯାଇଥିଲା। ଆଉ ଏବେ ସିଧା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଦେଲା ଭାରତ। ହଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲ୍ ବ୍ଲକ। ସରିଫଙ୍କ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲା ଭାରତ। ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତର ସାଇବର ଆଟାକ୍। ତେବେ ପହଲଗାମ ଆକ୍ରମଣକୁ ନେଇ ଭାରତରେ ଅସେନ୍ତାଷ ଜୋର ଧରିଛି। ଶେହବାଜଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭିଜିଟ କଲେ ଭ୍ୟୁୟର୍ସଙ୍କୁ ଏକ ମେସେଜ ଦେଖିବାକୁ ମିଳୁଛି। ସେଥିରେ ଲେଖାଅଛି “ଜାତୀୟ ସୁରକ୍ଷା ବା ସାର୍ବଜନୀନ ଶୃଙ୍ଖଳା ସମ୍ବନ୍ଧୀୟ ସରକାରୀ ନିର୍ଦ୍ଦେଶ କାରଣରୁ ଏହି ବିଷୟବସ୍ତୁ ବର୍ତ୍ତମାନ ଏହି ଦେଶରେ ଉପଲବ୍ଧ ନାହିଁ।


ଏହା ପୂର୍ବରୁ ଭାରତ ସରକାର ପାକିସ୍ତାନର ୧୬ଟି ପ୍ରମୁଖ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଥିଲେ୧ ଏହି ଚ୍ୟାନେଲଗୁଡ଼ିକ ମଧ୍ୟରେ ଡନ, ସମା ଟିଭି, ଏଆରୱାଇ ନ୍ୟୁଜ, ଜିଓ ନ୍ୟୁଜ ଏବଂ ବୋଲ ନ୍ୟୁଜ ଭଳି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅନ୍ତର୍ଭୁକ୍ତ। ଏହି ଚ୍ୟାନେଲଗୁଡ଼ିକ ଭାରତ ଓ ଏହାର ସୁରକ୍ଷା ବାହିନୀଙ୍କ ବିରୋଧରେ ଉତ୍ତେଜକ, ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ଏବଂ ମିଥ୍ୟା ସୂଚନା ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗୁରୁବାର ପାକିସ୍ତାନର ଏଫଏମ ରେଡିଓ ଷ୍ଟେସନଗୁଡ଼ିକ ଭାରତୀୟ ଗୀତ ପ୍ରସାରଣ ବନ୍ଦ କରିଦେଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ ଗୀତ, ବିଶେଷକରି ଲତା ମଙ୍ଗେସକର, ମହମ୍ମଦ ରଫି, କିଶୋର କୁମାର ଏବଂ ମୁକେଶଙ୍କ ଭଳି ମହାନ ଗାୟକଙ୍କ ଗୀତ, ପାକିସ୍ତାନୀମାନଙ୍କ ମଧ୍ୟରେ ଲୋକପ୍ରିୟ ଏବଂ ଏଠାରେ ପ୍ରତିଦିନ FM ରେଡିଓ ଷ୍ଟେସନଗୁଡ଼ିକରେ ବଜାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-blocks-pakistan-prime-ministers-youtube-channel | Argus News