Bullet Train / ଆସୁଛି ବୁଲେଟ୍ ଟ୍ରେନ୍, ଦିଲ୍ଲୀରୁ ପାଟନା ମାତ୍ର ସାଢ଼େ ୪ ଘଣ୍ଟା

Key Points
୧୨ ଘଣ୍ଟାର ଯାତ୍ରା ହେବ ୪.୫ ଘଣ୍ଟା ରେଳରେ ଆସୁଛି ବଡ଼ ପରିବର୍ତ୍ତନ ।
ଦୌଡ଼ିବ ବୁଲେଟ୍ ଟ୍ରେନ୍ ଦିଲ୍ଲୀ-ପାଟନା ଦୂରତା ହେବ କମ୍ ।
ଦିଲ୍ଲୀରୁ ପାଟନା ଆଉ ନୁହେଁ ୧୦-୧୨ ଘଣ୍ଟା... ମାତ୍ର ସାଢ଼େ ୪ ଘଣ୍ଟାରେ ପହଞ୍ଚିବେ ଯାତ୍ରୀ ଆସୁଛି ଭାରତୀୟ ରେଳର ଏକ ବଡ଼ ପରିବର୍ତ୍ତନ । ଦିଲ୍ଲୀରୁ ଆଗ୍ରା, କାନପୁର, ଲକ୍ଷ୍ନୌ, ପ୍ରୟାଗରାଜ ଓ ବାରାଣସୀ ଦେଇ ପାଟନାକୁ ଯୋଡ଼ିବାକୁ ଯାଉଛି ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ କରିଡର୍ । ଯଦି ଏହି ଯୋଜନା ବାସ୍ତବ ରୂପ ନିଏ, ତେବେ ଉତ୍ତରପ୍ରଦେଶ ଓ ବିହାର ସହ ଦିଲ୍ଲୀର ଯାତାୟାତ ବ୍ୟବସ୍ଥାରେ ଆସିପାରେ ବଡ଼ ପରିବର୍ତ୍ତନ ।
ଭାରତୀୟ ରେଳରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଦେଶରେ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ର ନେଟୱର୍କ ବିଛାଇବା କାମ ଜୋରସୋରରେ ଚାଲିଥିବା ବେଳେ, ଏବେ ଉତ୍ତରପ୍ରଦେଶ ଓ ବିହାରବାସୀଙ୍କ ପାଇଁ ଆସିଛି ବଡ଼ ଖବର । ଦିଲ୍ଲୀରୁ କାନପୁର, ଲକ୍ଷ୍ନୌ ଦେଇ ପାଟନା ପର୍ଯ୍ୟନ୍ତ ଦୌଡ଼ିପାରେ ବୁଲେଟ୍ ଟ୍ରେନ୍ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ଏହି ବୁଲେଟ୍ ଟ୍ରେନ୍ କରିଡର୍ରେ ଆଗ୍ରା, କାନପୁର, ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣସୀ ଓ ପାଟନା ଭଳି ପ୍ରମୁଖ ସହରକୁ ଯୋଡ଼ିବାର ପ୍ରସ୍ତାବ ରହିଛି । ଏବେ ଦିଲ୍ଲୀରୁ ପାଟନା ଯିବାକୁ ପ୍ରାୟ ୧୦ରୁ ୧୨ ଘଣ୍ଟା ଲାଗୁଥିବା ବେଳେ, ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ର ସମ୍ଭାବ୍ୟ ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟର ହୋଇପାରେ । ଏହି ବେଗରେ ଦିଲ୍ଲୀରୁ ପାଟନା ଯାତ୍ରା ସମୟ କମି ପ୍ରାୟ ସାଢ଼େ ୪ ଘଣ୍ଟା ହୋଇପାରେ ।
କେବଳ ପାଟନା ନୁହେଁ, ଦିଲ୍ଲୀରୁ ଆଗ୍ରା ପ୍ରାୟ ୫୮ ମିନିଟ୍, କାନପୁର ୧ ଘଣ୍ଟା ୫୦ ମିନିଟ୍, ଲକ୍ଷ୍ନୌ ୨ ଘଣ୍ଟା ୧୨ ମିନିଟ୍, ପ୍ରୟାଗରାଜ ୩ ଘଣ୍ଟା ଏବଂ ବାରାଣସୀ ପ୍ରାୟ ୩ ଘଣ୍ଟା ୩୩ ମିନିଟ୍ରେ ପହଞ୍ଚିବାର ଲକ୍ଷ୍ୟ ରହିଛି ।
ସେପଟେ ଦେଶର ପ୍ରଥମ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ମୁମ୍ବାଇ-ଅହମଦାବାଦ ମଧ୍ୟରେ ଆଗେଇ ଚାଲିଛି । ଏହି ଟ୍ରେନ୍ର ସର୍ବାଧିକ ବେଗ ଘଣ୍ଟା ପ୍ରତି ୩୫୦ କିଲୋମିଟର ଏବଂ ପରିଚାଳନା ବେଗ ୩୨୦ କିଲୋମିଟର ରହିବାର ଯୋଜନା ରହିଛି ।
ପ୍ରଥମ ହାଇସ୍ପିଡ୍ ଟ୍ରେନ୍ ସେବା ଅଗଷ୍ଟ ୨୦୨୭ରେ ଆରମ୍ଭ ହୋଇପାରେ ଏବଂ ପ୍ରାରମ୍ଭିକ ଭାବେ ସୁରତ-ଭାପି ସେକ୍ସନ୍ ଖୋଲିବାର ଲକ୍ଷ୍ୟ ରହିଛି । ବୁଲେଟ୍ ଟ୍ରେନ୍ ଚାଲିଲେ କେବଳ ଯାତ୍ରା ସମୟ ନୁହେଁ, ଦିଲ୍ଲୀରୁ ବିହାର ଓ ଉତ୍ତରପ୍ରଦେଶ ମଧ୍ୟରେ ଯାତାୟାତର ଚିତ୍ର ମଧ୍ୟ ବଦଳିଯିବ ।
📱 Get Argus News App
✨Related Topics
Explore more stories