Videos
|
National

ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ

ଅର୍ଗସ ବ୍ୟୁରୋ:  ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦି ଆସୁଥିବା କାନାଡ଼ା ପିଏମଙ୍କ ଦୋହରା ଚରିତ୍ର ଏବେ ପଦାରେ ପଡିଛି। କନାଡାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ କନାଡା ପାଖରେ ପ୍ରଥମରୁ କୌଣସି ଠୋସ୍ ପ୍ରମାଣ ନଥିବା ସତ୍ତ୍ବେ ଭାରତ ଉପରେ ଦୋଷ ଲଦିଥିବା ସ୍ବୀକାର କରିଛନ୍ତି ଖୋଦ କାନାଡା ପିଏମ ଜଷ୍ଟିନ ଟ୍ରୁଡୋ।

ଇଣ୍ଟେଲିଜେନ୍ସର ସନ୍ଦେହ ଅନୁଯାଇ ସେ ପ୍ରାଥମିକ ଅନୁମାନରୁ ଭାରତ ଉପରେ ଦୋଷ ଲଦିଥିବା ସର୍ବସାଧାରଣରେ ମାନିଛନ୍ତି। ଯାହାକୁ କାନାଡା ପିଏମଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି। ସବୁଠୁ ବଡ଼ କଥା ହେଉଛି ଭାରତ ଅନେକ ବର୍ଷ ଧରି କାନାଡାଠୁ ପ୍ରମାଣ ମାଗି ଆସୁଥିଲେ ମଧ୍ୟ ଏହି ପ୍ରମାଣ ଦେବାରେ ଫେଲ୍ ମାରିଛି କାନାଡା। ଆଉ ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତବିରୋଧୀଙ୍କ ଭୋଟ ହାତେଇବାକୁ ଚାଲ୍ ଖେଳି ରଚିଛନ୍ତି ବଡ଼ ଷଡ଼ଯନ୍ତ୍ର। ଯାହାର ପର୍ଦ୍ଦାଫାସ୍ ହୋଇଛି। ସେପଟେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India-Canada Relations Strained | Argus News