ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ଏବେ ଚରମରେ
·1 year ago

ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ଏବେ ଚରମରେ ପହଞ୍ଚିଛି। କାନାଡାରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ଉପରେ ନଜର ରଖିଛି କାନାଡା । ସେମାନଙ୍କ ଉପରେ ଗୁଇନ୍ଦାଗିରି ଚଳାଇଥିବାର ଜଣାପଡ଼ିଛି । ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କାନାଡା ସରକାର ଭାରତୀୟ ଅଧିକାରୀଙ୍କ ଉପରେ ଅଡିଓ ଏବଂ ଭିଡିଓ ରେକର୍ଡିଂ ମାଧ୍ୟମରେ ନଜର ରଖିଛନ୍ତି ଏବଂ ସେମାନଙ୍କର ସମସ୍ତ ଯୋଗାଯୋଗ ପ୍ରକ୍ରିୟାକୁ ଟ୍ରାକ୍ କରୁଛନ୍ତି ଯାହା କାନଡା ସରକାରଙ୍କ ନିମ୍ନ ମାନସିକତାକୁ ଦର୍ଶାଉଛି ବୋଲି କଡା ପ୍ରତିକ୍ରିୟ ରଖିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ ।
ଭାରତୀୟ ଅଧିକାରୀଙ୍କ ପ୍ରତ୍ୟେକଟି ଗତିବିଧିକୁ କାନାଡା ସରକାର ନିରୀକ୍ଷଣ ଭିତରେ ରଖିବା ଆମ କୂଟନୈତିକ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ ହୋଇଥିବାରୁ ଆମେ କାନାଡା ସରକାର ନିକଟରେ ଆନୁଷ୍ଠାନିକ ପ୍ରତିବାଦ ଜଣାଇଛୁ ବୋଲି ଜୟସ୍ବାଲ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: