Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Champions Trophy 2025: ଶେଷରେ ଯାହା ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲଗାଇଲେ ରୋହିତ, କହିଲେ...

National

Champions Trophy 2025: ଶେଷରେ ଯାହା ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲଗାଇଲେ ରୋହିତ, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Champions Trophy 2025: ଶେଷରେ ଯାହା ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲଗାଇଲେ ରୋହିତ, କହିଲେ...

ବଡ଼ ଘୋଷଣା କଲେ ରୋହିତ । ସମସ୍ତଙ୍କ ସାମ୍ନାରେ, ଗଣମାଧ୍ୟମ ଆଗରେ ଘୋଷଣା କଲେ । କହିଲେ ଯାହା ଚର୍ଚ୍ଚା ହେଉଥିଲା ସବୁ ମିଛ । ଯାହା ସବୁ ଶୁଣୁଛ, ତାହା କେବଳ ଗୁଜବ । ଏହି ଗୁଜବ ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ । ଏଭଳି ଗୁଜବ ଶୁଣିଲେ ତାକୁ ବାଏଁ ବାଏଁ ଉଡ଼ାଇ ଦିଅନ୍ତୁ । କାରଣ ମୁଁ ଏବେ ରିଟାୟାର୍ଡ ହେବାର କୌଣସି କାରଣ ନାହିଁ । ମୁଁ ଏହି ଦିନିକିଆ କ୍ରିକେଟ ଫର୍ମାଟ୍‌ରୁ ଏତେ ଶୀଘ୍ର ରିଟାୟାର୍ଡ ନେଉଁ ନାହିଁ । ମୋ ରିଟାୟାର୍ଡମେଣ୍ଟକୁ ନେଇ ଯାହା ସବୁ ଚର୍ଚ୍ଚା, ତାହା କେବଳ ଗୁଜବ ମାତ୍ର । ମୁଁ ଏ ବିଷୟରେ କେବେ ବି କିଛି କାହାକୁ କହି ନାହିଁ କି ଭାବି ନାହିଁ ।



ICC ପକ୍ଷରୁ ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି । ରୋହିତ ଏବେ ଖେଳ ଛାଡ଼ୁନାହାନ୍ତି ବୋଲି ଜାଣିବା ପରେ ତାଙ୍କ ପ୍ରଶଂସକ ମହଲରେ ଅନନ୍ଦର ଲହରି ଖେଳିଯାଇଛି । ବ୍ୟସ୍ତ ବିବ୍ରତ ହୋଇପଡ଼ିଥିବା ପ୍ରଶଂସକ ଏବେ ଟିକେ ଶାନ୍ତ ପଡ଼ିଥିବା କୁହାଯାଉଛି ।



ଅନ୍ୟପଟେ ରବିବାର ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଭାରତର ଦମ୍‌ଦାର ବିଜୟ ପରେ ରୋହିତଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କାରଣ ଫାଇନାଲ ମ୍ୟାଚ୍‌ ବିଜୟରେ ରୋହିତଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରୋହିତ ଓପନିଂ କରିବାକୁ ଆସିଥିବା ବେଳେ ସେ ଏକା କି ୮୩ ବଲ୍‌ ଖେଳି ୭୬ ରନ୍‌ କରିଥିଲେ । ଯାହା କି ଦଳ ପାଇଁ ଏକ ବଡ଼ ସପୋର୍ଟ ଭାବେ କାର୍ଯ୍ୟ କରିଥିଲା । କାରଣ ଆରମ୍ଭରୁ ଖୁବ୍‌ ଭଲ ସ୍ଥିତିରେ ଥିବା ଭାରତୀୟ ଦଳ ରୋହିତଙ୍କ ଓ୍ୱିକେଟ ଯିବା ପରେ ଦୁର୍ବଳ ହେଉଥିବା ଦେଖାଯାଇଥିଲା । ରୋହିତ ପ୍ୟାଭିଲିଅନ୍‌ ଫେରିଯିବା ପରେ ଭାରତର ଗୋଟିଏ ପରେ ଗୋଟିଏ ଭଲ ଓ୍ୱିକେଟର ପତନ ଖୁବ୍‌ଶୀଘ୍ର ଘଟିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଏମିତିକି ଏକଦା ସହଜ ବିଜୟ ବୋଲି ଆଶା କରାଯାଉଥିବା ମ୍ୟାଚ୍‌, ବେଳକୁ ବେଳ ହତରୁ ଖସିବାରେ ଲାଗିଥିଲା । ସୁଭମନ ଗିଲ ୫୦ ବଲ ଖେଳି ୩୧ ରନ୍‌ କରିଥିବା ବେଳେ ବିରାଟ କୋହଲି ୨ ବଲ ଖେଳି ମାତ୍ର ଏକ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । ସେହିଭଳି ଶ୍ରେୟସ ଆୟର ୬୨ ବଲ ଖେଳି ୪୮ ରନ୍‌ କରିଥିଲେ । ଅକ୍ସର ପଟେଲ ୪୦ ବଲ ଖେଳି ୨୯ ରନ୍‌ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲ ଖେଳି ୧୮ ରନ୍‌ କରି ଫେରିଥିଲେ ।



ଶେଷ ପର୍ଯ୍ୟନ୍ତ ଥିଲେ କେଏଲ୍‌ ରାହୁଲ ଓ ରବିନ୍ଦ୍ର ଜାଡେଜା । କେଏଲ୍‌ ରାହୁଲ ୩୩ ବଲ ଖେଳି ଜବରଦସ୍ତ ୩୪ ରନ୍‌ କରିଥିଲେ । ଆଉ ରବିନ୍ଦ୍ର ଜାଡେଜା ୬ ବଲ ଖେଳି ୯ ରନ୍‌ କରିଥିଲେ । ଯାହାଫଳରେ ଭାରତ ୪ ଓ୍ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଏହି ସୁନ୍ଦର ବିଜୟ ପାଇଁ ଭାରତକୁ ୧୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି । ଅନ୍ୟପଟେ ଏହି ବିଜୟ ସହ ଭାରତ ଏକ ନୂଆ ଇତିହାସ ରଚିଛି । ବିଶ୍ୱରେ ଏକ ମାତ୍ର ଦେଶ ଯିଏ ୩ ଥର ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରି ଚାମ୍ପିଅନ୍‌ ହୋଇଛି।


Sponsored
India captain Rohit Sharma breaks silence on retirement after leading India to historic Champions Trophy win | Argus News