Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Census / 'ପ୍ରଗତି' ଓ 'ବିକାଶ' କିଏ ? ଜନଗଣନାରେ ଘରକୁ ଆସି ପଚାରିବେ କେଉଁ ପ୍ରଶ୍ନ ? ଜାଣନ୍ତୁ ସବୁ ତଥ୍ୟ...

Sushanta Sahoo
Browse all articles by Sushanta Sahoo
·4 months ago·2 min read
'ପ୍ରଗତି' ଓ 'ବିକାଶ' କିଏ ? ଜନଗଣନାରେ ଘରକୁ ଆସି ପଚାରିବେ କେଉଁ ପ୍ରଶ୍ନ ? ଜାଣନ୍ତୁ ସବୁ ତଥ୍ୟ...
Census 2027 Goes Digital”

Key Points

ପ୍ରଥମଥର ପାଇଁ ଆପଣ ନିଜେ ନିଜର ଗଣନା କରିପାରିବେ । ଏଥିପାଇଁ ସ୍ଵ-ଗଣନାର ବିକଳ୍ପ ଦିଆଯାଇଛି । ଅର୍ଥାତ୍ ଜନଗଣନା ଅଧିକାରୀ ଘରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ନାହିଁ ।
ନୂଆଦିଲ୍ଲୀ: ଅନେକ ବର୍ଷର ଅପେକ୍ଷା ପରେ ଦେଶରେ ଆରମ୍ଭ ହେବାକୁ ଯାଉଛି ଜନଗଣନା । ଚଳିତଥର ଜନଗଣନାର ଅଧିକାଂଶ କାମ ଡିଜିଟାଲ୍ ମାଧ୍ୟମରେ ହେବ । ଏହା ଦୁନିଆର ସବୁଠୁ ବଡ଼ ଡିଜିଟାଲ୍ ଅଭିଯାନ ହେବ । ଜନଗଣନା-୨୦୨୭ ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଡିଜିଟାଲ୍ ଟୁଲ୍ସ ଲଞ୍ଚ କରିଛନ୍ତି ।

ଜନଗଣନାରେ ଦୁଇ ଖାସ୍ ଚେହେରା ହେବେ 'ପ୍ରଗତି' ଓ 'ବିକାଶ' । କିନ୍ତୁ 'ପ୍ରଗତି' ଓ 'ବିକାଶ' କିଏ ? ଜନଗଣନା ସମୟରେ କ'ଣ କ'ଣ ହେବ ? ପୁରା ଅଭିଯାନ କେମିତି ରହିବ ? ଆସନ୍ତୁ ଜନଗଣନା ସହ ସମ୍ପର୍କିତ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା...

'ପ୍ରଗତି' ଓ 'ବିକାଶ' କିଏ ?

୨୦୨୭ ଜନଗଣନା ପାଇଁ ସରକାର ଦୁଇଟି ମାସ୍କଟ୍ ଜାରି କରିଛନ୍ତି । ପ୍ରଗତି ହେଉଛି ମହିଳା ଗଣନାକାରୀଙ୍କ ପ୍ରତୀକ । ସେହିଭଳି ବିକାଶ ହେଉଛି ପୁରୁଷ ଗଣନାକାରୀଙ୍କ ପ୍ରତୀକ ।

୧୬ ଭାଷାରେ ସ୍ଵ-ଗଣନାର ବିକଳ୍ପ

ପ୍ରଥମଥର ପାଇଁ ଆପଣ ନିଜେ ନିଜର ଗଣନା (Self-Enumeration) କରିପାରିବେ । ଏଥିପାଇଁ ସ୍ଵ-ଗଣନାର ବିକଳ୍ପ ଦିଆଯାଇଛି । ଅର୍ଥାତ୍ ଜନଗଣନା ଅଧିକାରୀ ଘରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ନାହିଁ । ଆପଣ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଘରେ ବସି ଘରେ-ଘରେ ସର୍ଭେ ପୂର୍ବରୁ ଆପଣଙ୍କ ତଥ୍ୟ ଦେଇ ପାରିବେ । ଏହି ସୁବିଧା ୧୬ ଗୋଟି ଭାରତୀୟ ଭାଷାରେ ଉପଲବ୍ଧ ହେବ ।

ତଥ୍ୟ ଦେବା ପରେ ଆପଣଙ୍କୁ SE ID ମିଳିବ । ଯାହାକୁ ଆପଣ ଗଣନାକାରୀଙ୍କୁ ଦେଖାଇ ଆପଣଙ୍କ ତଥ୍ୟ ଯାଞ୍ଚ କରି ପାରିବେ । ଚଳିତଥର ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ୍ ଭାବେ ହେବ । ଏଥିପାଇଁ ସି-ଡେକ୍ ନାମକ ସ୍ଵତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି ।

ସାଟେଲାଇଟ୍ ଇମେଜ୍‌ରେ ଘରର ତଥ୍ୟ: ଜନଗଣନାରେ ସାଟେଲାଇଟ୍ ଫଟୋ ଜରିଆରେ ଘରର ସଠିକ୍ ସ୍ଥାନ ନିରୂପଣ ହେବ । ଫଳରେ ଦେଶବ୍ୟାପୀ ଭୌଗଳିକ କଭରେଜ୍ ମାନକୀକରଣ ସୁନିଶ୍ଚିତ ହୋଇପାରିବ ।

  • HLO ମୋବାଇଲ୍ ଆପ୍: ଏହା ଏକ ସୁରକ୍ଷିତ ଅଫଲାଇନ୍ ମୋବାଇଲ୍ ଆପ୍ଲିକେସନ୍ ଅଟେ । ଯାହା ଜରିଆରେ କର୍ମଚାରୀ ସୁରକ୍ଷିତ ଭାବେ ତଥ୍ୟ ଅପଲୋଡ୍ କରିବେ । କେବଳ CMMS ପୋର୍ଟାଲରେ ପଞ୍ଜିକୃତ ଗଣନକାରୀ ଏହାର ବ୍ୟବହାର କରିପାରିବେ ।

  • CMMS ପୋର୍ଟାଲ: ଏହା ଏକ ୱେବ୍-ଆଧାରିତ ଡିଜିଟାଲ୍ ପ୍ଲାଟଫର୍ମ । ଯାହା ଜରିଆରେ ଜନଗଣନା ସମ୍ବନ୍ଧିତ ଗତିବିଧିର ଯୋଜନା, ପ୍ରବନ୍ଧନ, କ୍ରିୟାନ୍ଵୟନ ଓ ତଦାରଖ କରାଯାଇ ପାରିବ । ରାଜ୍ୟ, ଜିଲ୍ଲା ଓ ତହସିଲ୍ ସ୍ତରରେ ଅଧିକାରୀ ଏକୀକୃତ ଡ୍ୟାସବୋର୍ଡ ଜରିଆରେ ଅପେକ୍ଷା ନ କରି ଦେଖି ପାରିବେ କାର୍ଯ୍ୟ କେତେ ଆଗେଇଲା ।

ଜନଗଣନାର ପୁରା ସୂଚୀ

ପ୍ରଥମ ପର୍ଯ୍ୟାୟରେ ବାସସ୍ଥାନର ସ୍ଥିତି ଓ ଘରୋଇ ସୁବିଧା ସମ୍ପର୍କରେ ତଥ୍ୟ ଏକାଠି କରାଯିବ । ୨୦୨୬ ଏପ୍ରିଲ୍ ୧ରୁ ୨୦୨୬ ସେପ୍ଟେମ୍ବର ୩୦ ମଧ୍ୟରେ ଏହା ସରିବ । ଘର ଘର ସର୍ଭେର ୧୫ ଦିନ ପୂର୍ବରୁ ସ୍ଵ-ଗଣନା ଅବଧି ରହିବ ।

ଦ୍ଵିତୀୟ ଭାଗରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମାଜିକ, ଆର୍ଥିକ ଓ ଜାତି ସମ୍ବନ୍ଧିତ ବିବରଣୀ ତଥ୍ୟ ନିଆଯିବ । ଜନସଂଖ୍ୟା ଗଣନା ୨୦୨୭ ଫେବ୍ରୁଆରୀ ସୁଦ୍ଧା ସରିବ । ଲଦାଖ, ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ ଭଳି ବରଫ ବର୍ଷା ଅଞ୍ଚଳରେ ୨୦୨୬ ସେପ୍ଟେମ୍ବର ସୁଦ୍ଧା ସରିବ ଜନଗଣନା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Census 2027: Who Are ‘Pragati’ and ‘Vikas’? Key Details Explained | Argus News | Argus News