ଭାରତ-ଚୀନ LAC ବୁଝାମଣା, ଶେଷ ହୋଇଛି ଡେପ୍ସାଙ୍ଗ ଓ ଡେମ୍ଚୋକ୍ରୁ ସେନା ପ୍ରତ୍ୟାହାର

ଅର୍ଗସ ବ୍ୟୁରୋ: ଭାରତ-ଚୀନ LAC ବୁଝାମଣା ଅନୁସାରେ ଶେଷ ହୋଇଛି ଡେପ୍ସାଙ୍ଗ ଓ ଡେମ୍ଚୋକ୍ରୁ ସେନା ପ୍ରତ୍ୟାହାର । ଚୁକ୍ତି ଅନୁଯାୟୀ ଉଭୟ ଦେଶର ସେନା ପଛକୁ ହଟିଛନ୍ତି । ୩୧ତାରିଖ ସୁଦ୍ଧା ଉଭୟ ପକ୍ଷ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛନ୍ତି। ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ଗତ ୨୩ ତାରିଖରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଉଭୟ ଦେଶର ସେନା ପଛକୁ ହଟିବା ନେଇ ଅକ୍ଟୋବର ୨୧ ତାରିଖରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । LAC ବୁଝାମଣାର ଅର୍ଥ ସମସ୍ୟାର ସମାଧାନ ନୁହେଁ । ସୀମାରୁ ସୈନ୍ୟ ପ୍ରତ୍ୟାହାର ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବାକୁ ଏହା ବଡ଼ ସୁଯୋଗ ସୃଷ୍ଟି କରିଥିବା 2 ଦିନ ପୂର୍ବରୁ ପୁଣେରେ କହିଥିଲେ ବୈଦେଶିକି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ଅଧିକ ପଢ଼ନ୍ତୁ ଦେଶ ଖବର: