Dowry to Bride Price / ଭାରତରେ ଯୌତୁକ ପାଇଁ ଯାଉଛି ଝିଅଙ୍କ ଜୀବନ, ଚୀନରେ ବର୍ବାଦ ହେଉଛି ପୁଅଙ୍କ ଜୀବନ
·2 hours ago·3 min read

Key Points
ବିବାହକୁ ନେଇ ଚୀନ୍ ଓ ଭାରତରେ ସମସ୍ୟାର ଚିତ୍ର ଭିନ୍ନ ହେଲେ ମଧ୍ୟ ଦୁଇ ଦେଶରେ ବିବାହ ସହ ଜଡ଼ିତ ଆର୍ଥିକ ଚାପ ଚର୍ଚ୍ଚା ସମାନ । ଚୀନରେ ବିବାହ ପାଇଁ ଘର, ଟଙ୍କା ଓ ‘ବ୍ରାଇଡ୍ ପ୍ରାଇସ୍’ର ଚାପ ଯୁବକଙ୍କୁ ଚିନ୍ତାରେ ପକାଉଛି ।
ନୂଆଦିଲ୍ଲୀ: ଦୁଇ ଦେଶ, ଗୋଟିଏ ସମସ୍ୟା । ହେଲେ ସମସ୍ୟାର ଚିତ୍ର ଭିନ୍ନ । ବିବାହକୁ ନେଇ ଚୀନ୍ ଓ ଭାରତରେ ସମସ୍ୟାର ଚିତ୍ର ଭିନ୍ନ ହେଲେ ମଧ୍ୟ ଦୁଇ ଦେଶରେ ବିବାହ ସହ ଜଡ଼ିତ ଆର୍ଥିକ ଚାପ ଚର୍ଚ୍ଚା ସମାନ । ଚୀନରେ ବିବାହ ପାଇଁ ଘର, ଟଙ୍କା ଓ ‘ବ୍ରାଇଡ୍ ପ୍ରାଇସ୍’ର ଚାପ ଯୁବକଙ୍କୁ ଚିନ୍ତାରେ ପକାଉଛି ।
ଅନ୍ୟପଟେ ଭାରତରେ ଯୌତୁକ ଦାବି ପରେ ନିର୍ଯାତନା ନେଉଛି ନବବଧୁଙ୍କ ଜୀବନ । ଯାହା ଆଜି ବି ଏକ ବଡ଼ ସାମାଜିକ ସମସ୍ୟା ପାଲଟିଛି । ଦେଶରେ ମହିଳା ବିରୋଧୀ ହିଂସା ସହ ବୃଦ୍ଧି ପାଉଛି ଯୌତୁକ ଯାତନା ଜନିତ ମୃତ୍ୟୁ ମାମଲା । ଯୌତୁକ ଭଳି କୁ-ପ୍ରଥା କେବଳ ଗରିବ ଘରକୁ କାଙ୍ଗାଳ କରୁନି ବରଂ ଧନୀ ପରିବାରର ଲୋଭକୁ ଦର୍ଶାଉଛି ।
ଚୀନ୍ରେ କମୁଛି ବିବାହ
ଚୀନ୍ର ସିଭିଲ୍ ଆଫେୟାର୍ସ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୨୪ରେ ଦେଶରେ ପ୍ରାୟ ୬୧.୦୬ ଲକ୍ଷ ବିବାହ ପଞ୍ଜୀକରଣ ହୋଇଥିଲା । ୨୦୨୩ରେ ଏହି ସଂଖ୍ୟା ଥିଲା ୭୬.୮ ଲକ୍ଷ । ଅର୍ଥାତ୍ ଗୋଟିଏ ବର୍ଷରେ ବିବାହ ପଞ୍ଜୀକରଣ ପ୍ରାୟ ୨୦.୫ ପ୍ରତିଶତ କମିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶେଷଜ୍ଞମାନେ ଏହା ପଛରେ ବିଭିନ୍ନ କାରଣ ଥିବା କହୁଛନ୍ତି । ବିବାହ ଓ ପରିବାର ଚଳାଇବାର ବଢୁଥିବା ଖର୍ଚ୍ଚ, ଚାକିରିକୁ ନେଇ ଅନିଶ୍ଚିତତା, ଜୀବନଯାପନ ଖର୍ଚ୍ଚ ଏବଂ ବିବାହ ପ୍ରତି ବଦଳୁଥିବା ଯୁବପିଢ଼ିର ମନୋଭାବ ଏଥିରେ ଭୂମିକା ନେଉଛି ।
‘ବ୍ରାଇଡ୍ ପ୍ରାଇସ୍’ କ’ଣ ?
ଚୀନ୍ର କିଛି ଅଞ୍ଚଳରେ ବିବାହ ସମୟରେ ବର ପକ୍ଷରୁ କନ୍ୟା ପକ୍ଷକୁ ଟଙ୍କା କିମ୍ବା ଅନ୍ୟ ସାମଗ୍ରୀ ଦେବାର ପରମ୍ପରା ରହିଛି । ଏହାକୁ ସାଧାରଣତଃ ‘ବ୍ରାଇଡ୍ ପ୍ରାଇସ୍’ ବା ସ୍ଥାନୀୟ ଭାଷାରେ ‘କାଇ ଲି’ କୁହାଯାଏ ।
ବିଶେଷକରି ଚୀନର କିଛି ଗ୍ରାମୀଣ ଅଞ୍ଚଳରେ ଏହାକୁ ନେଇ ଅଧିକ ଆର୍ଥିକ ଚାପ ଦେଖାଯାଉଛି । ବିବାହ ପୂର୍ବରୁ ଘର କିଣିବା, ଆର୍ଥିକ ଭାବେ ସ୍ଥିର ହେବା ଓ ବିବାହ ଖର୍ଚ୍ଚ ବହନ କରିବା ଅନେକ ଯୁବକଙ୍କ ପାଇଁ କଠିନ ହେଉଛି ।
ଚୀନ୍ ସରକାର ମଧ୍ୟ ଅତ୍ୟଧିକ ‘ବ୍ରାଇଡ୍ ପ୍ରାଇସ୍’ ଓ ଆଡମ୍ବରପୂର୍ଣ୍ଣ ବିବାହକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ୨୦୨୪ ଫେବ୍ରୁଆରୀରୁ ‘ବ୍ରାଇଡ୍ ପ୍ରାଇସ୍’ ସମ୍ପର୍କିତ ବିବାଦରେ ଟଙ୍କା କିମ୍ବା ସମ୍ପତ୍ତି ଦାବିକୁ ନେଇ ନୂଆ ନ୍ୟାୟିକ ଆଇନ୍ ଲାଗୁ ହୋଇଥିଲା ।
ଚୀନ୍ରେ ମହିଳାଙ୍କ ତୁଳନାରେ ପୁରୁଷ ସଂଖ୍ୟା ଅଧିକ

ଚୀନ୍ରେ ଦୀର୍ଘ ସମୟ ଧରି ଜନସଂଖ୍ୟାର ଲିଙ୍ଗ ଅନୁପାତକୁ ନେଇ ସମସ୍ୟା ରହିଛି । ଏହାର ପ୍ରଭାବ ବିବାହ ବୟସର ଲୋକଙ୍କ ଉପରେ ମଧ୍ୟ ପଡ଼ିଛି ।
ଏହା ସହ ବିବାହ ଯୋଗ୍ୟ ବୟସର ଯୁବପିଢ଼ିର ସଂଖ୍ୟା ମଧ୍ୟ କମୁଛି । ୨୦୧୩ରେ ଚୀନ୍ରେ ୨୦ରୁ ୩୯ ବର୍ଷ ବୟସର ଲୋକଙ୍କ ସଂଖ୍ୟା ପ୍ରାୟ ୪୩.୫ କୋଟି ଥିବା ବେଳେ ୨୦୨୩ରେ ଏହା ପ୍ରାୟ ୩୭.୧ କୋଟିକୁ ହ୍ରାସ ପାଇଥିଲା ।
ଭାରତରେ ଚିତ୍ର ଅଲଗା
ଭାରତରେ ବିବାହ ସମୟରେ ଯୌତୁକ ଦାବିକୁ ନେଇ ମହିଳାଙ୍କ ଉପରେ ନିର୍ଯାତନାର ଅନେକ ମାମଲା ରହିଛି । ଗୃହ ମନ୍ତ୍ରଣାଳୟ ସଂସଦରେ ଦେଇଥିବା ତଥ୍ୟ ଅନୁସାରେ, ୨୦୨୩ରେ ଦେଶରେ ୬,୧୫୬ଟି ଯୌତୁକ ମୃତ୍ୟୁ ମାମଲା ପଞ୍ଜୀକୃତ ହୋଇଥିଲା । ୨୦୨୨ରେ ଏହି ସଂଖ୍ୟା ୬,୪୫୦ ଥିଲା ।
ସେହିପରି ୨୦୨୨ରେ ଭାରତରେ ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳାଙ୍କ ପ୍ରତି ନିର୍ଯାତନା ସମ୍ପର୍କିତ ୧,୪୦,୦୦୦ରୁ ଅଧିକ ମାମଲା ପଞ୍ଜୀକୃତ ହୋଇଥିବା ସରକାରୀ ତଥ୍ୟ କହୁଛି ।
ତେଣୁ ଚୀନ୍ର ‘ବ୍ରାଇଡ୍ ପ୍ରାଇସ୍’ ଓ ଭାରତର ଯୌତୁକ ପ୍ରଥାକୁ ସମାନ ବ୍ୟବସ୍ଥା ବୋଲି କୁହାଯାଇପାରିବ ନାହିଁ । ଦୁଇ ଦେଶର ପରମ୍ପରା, ଆଇନ ଓ ସାମାଜିକ ପରିସ୍ଥିତି ଭିନ୍ନ । କିନ୍ତୁ ଦୁଇ କ୍ଷେତ୍ରରେ ବିବାହ ସହ ଜଡ଼ିତ ଆର୍ଥିକ ଚାପ ପ୍ରାୟ ସମାନ ।

Related Topics
Explore more stories