Videos
|
National

India China Air Service / ସୁଧୁରିବାରେ ଲାଗିଛି ସ୍ଥିତି, ଦୀର୍ଘ ୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

Ritu Das
Browse all articles by Ritu Das
·10 months ago·2 min read
ସୁଧୁରିବାରେ ଲାଗିଛି ସ୍ଥିତି, ଦୀର୍ଘ ୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

Key Points

ଆଜିଠାରୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ ।
ଆଜିଠାରୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ଉଡ଼ାଣ ଆରମ୍ଭ ହେବ । ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ହେବ।

ଏହାସହ ପଢ଼ନ୍ତୁ: ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ, ଟମାଟୋ କିଲୋ ଟପିଲା ୬୦୦ ଟଙ୍କା

ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ଏହି ବିମାନ ସେବା । ଏଥିପାଇଁ ବନ୍ଦ ହୋଇଥିଲା: ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ହେବା ସମ୍ପର୍କରେ ସହମତି ପ୍ରକାଶ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ପରେ ଇଣ୍ଡିଗୋ ଏନେଇ ସୂଚନା ଦେଇଥିଲା । ବନ୍ଦ ରହିଥିବା ବିମାନ ସେବାକୁ ପୁନଃପ୍ରଚଳନ କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ବୈଷୟିକ କଥାବାର୍ତ୍ତା ଚାଲୁ ରହିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା।

ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଗତ ମାସରେ ସିଧାସଳଖ ଉଡ଼ାଣ ପୁନଃ ଆରମ୍ଭ କରିବାର ପ୍ରଥମ ଘୋଷଣା କରାଯାଇଥିଲା। ଗତ ବର୍ଷଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ହେଉଛି। ୨୦୨୪ ଶେଷ ସୁଦ୍ଧା ଡେପସାଙ୍ଗ ଏବଂ ଡେମଚୋକରେ LACରେ ସୈନ୍ୟଙ୍କୁ ହଟାଇବା ଏବଂ ବିଶ୍ୱାସ ପଦକ୍ଷେପ କାର୍ଯ୍ୟକାରୀ କରିବା ସମ୍ପର୍କକୁ ସ୍ଥିର କରିଛି।

ଏହାସହ ପଢ଼ନ୍ତୁ: କୋଉ କୂଳକୁ ରହିବନି ପାକିସ୍ତାନ, ସବୁଠି ହେଉଛି ନିନ୍ଦିତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାକିସ୍ତାନରେ ମାନବିକ ଅଧିକାର ଉଲ୍ଲଂଘନ ନେଇ ଭାରତର ଉଦବେଗ । ଏନେଇ ଜାତିସଂଘରେ ମତ ରଖିଛି ଭାରତ । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ କହିଛନ୍ତି, ପାକିସ୍ତାନରେ ବାରମ୍ବାର ମାନବିକ ଅଧିକାର ଉଲ୍ଲଂଘନ ହେଉଛି । ବିଶେଷ କରି ଭାରତର ଯେଉଁ ଅଂଚଳ ଗୁଡିକୁ ପାକିସ୍ତାନ ଅକ୍ତିଆରରେ ରଖିଛି । ସେଠାରେ ଲୋକମାନଙ୍କୁ ନିର୍ଯାତନା ଦେଉଛି, ଲୋକମାନେ ଶୋଷଣର ଶିକାର ହେଉଛନ୍ତି । ଏଥିପାଇଁ ସେଠାକାର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ ଥିଲା, ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ । ଜମ୍ମୁ ଓ କାଶ୍ମୀରବାସୀ ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହୋଇ ଭୋଟ ଦେଇଛନ୍ତି । ଏଭଳି ଗଣତାନ୍ତ୍ରିକ ପ୍ରକ୍ରିୟା ପାକିସ୍ତାନ ପାଇଁ ଏକ ପ୍ରକାର ସ୍ପପ୍ନ ପାଲଟିଛି ।

ଭାରତ ଏପଟେ ପାକିସ୍ତାନକୁ ଜାତିସଂଘରେ ବେଜ୍ଜିତ କରିଥିବା ବେଳେ ସେପଟେ ପାକିସ୍ତାନକୁ ଆଉ ଝଟ୍‌କା ଦେଇଚି ଟିଟିପି । ତେହେରିକ୍ - ଏ - ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ଜାରି ଅନେକ ଭିଡିଓରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀରଙ୍କୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଭିଡିଓରେ ଜଣେ ବରିଷ୍ଠ ଟିଟିପି କମାଣ୍ଡର ମୁନିରଙ୍କୁ ଧମକ ଦେଇଛନ୍ତି। ସେମାନେ ଦାବି କରିଛନ୍ତି ଯେ, ପାକିସ୍ତାନୀ ସେନା ସହିଦ ହେବା ପାଇଁ ସାଧାରଣ ସୈନିକଙ୍କୁ ପଠାଇବା ପରିବର୍ତ୍ତେ ଶୀର୍ଷ ଅଧିକାରୀମାନେ ଯୁଦ୍ଧ ମୈଦାନକୁ ଓହ୍ଲାଇବା ଉଚିତ।




India-China Flights Resume After 5 Years, Situation Improving | Argus News