Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁଦୃଢ଼ ହେଉଛି ଭାରତ-ଚୀନ ସମ୍ପର୍କ, ଆସନ୍ତା ସପ୍ତାହରେ ନୂଆଦିଲ୍ଲୀ ଆସିବେ ଚୀନ ବିଦେଶ ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ସୁଦୃଢ଼ ହେଉଛି ଭାରତ-ଚୀନ ସମ୍ପର୍କ, ଆସନ୍ତା ସପ୍ତାହରେ ନୂଆଦିଲ୍ଲୀ ଆସିବେ ଚୀନ ବିଦେଶ ମନ୍ତ୍ରୀ

Key Points

ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଆଉ ଏହା ପରେ ଭାରତ ଓ ଚୀନ ସମ୍ପର୍କ ସ୍ଵାଭାବିକ ଆଡ଼କୁ ଆସୁଛି ।

ଏକାଠି ହେବେ ଏସିଆର ଦୁଇ ମହାଶକ୍ତି । ଆମେରିକାକୁ ଦେବେ ଟକ୍କର । ବାଣିଜ୍ୟକୁ ନେଇ ଆମେରିକାର ଟାରିଫ୍ ମନମାନି ପରେ ଟ୍ରମ୍ପଙ୍କ ଉପରେ ସମସ୍ତେ ଖପ୍ପା । ଆଉ ଏହି ସୁଯୋଗରେ ଏସିଆର ଦୁଇ ମହାଶକ୍ତି ହାତ ମିଳାଇବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଗସ୍ତର ଠିକ୍ ପୂର୍ବରୁ ଭାରତ ଆସୁଛନ୍ତି ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି । ଆମେରିକା ସହ ବାଣିଜ୍ୟିକ ଅସ୍ଥିରତା ମଧ୍ୟରେ ବେଜିଂ ଓ ନୂଆଦିଲ୍ଲୀ ନିକଟତର ହେବା ୱାଶିଂଟନ ପାଇଁ ଅଡ଼ୁଆ ବଢ଼ାଇଛି ।


ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଆଉ ଏହା ପରେ ଭାରତ ଓ ଚୀନ ସମ୍ପର୍କ ସ୍ଵାଭାବିକ ଆଡ଼କୁ ଆସୁଛି । ଆସନ୍ତା ସପ୍ତାହରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ସି ଭାରତ ଗସ୍ତରେ ଆସି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି ୨ ଦେଶ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।


୨୦୨୦ ପରଠାରୁ ଲଦାଖ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ରହିଥିବା ବେଳେ ୱାଙ୍ଗ ଓ ଡୋଭାଲ ଆଲୋଚନାର ପ୍ରତିନିଧିତ୍ଵ କରୁଛନ୍ତି । ଏଲଏସିରେ ଉଭୟ ଦେଶର ସେନା ପଛକୁ ହଟିଥିବା ବେଳେ କୈଳାସ-ମାନସରୋବର ଯାତ୍ରା ପୁଣି ଥରେ ଚୀନ ଆରମ୍ଭ କରିଛି ଏବଂ ଭାରତ ପୁଣି ଥରେ ଚୀନ ପର୍ଯ୍ୟଟକଙ୍କୁ ଭିସା ଦେବା ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚୀନ ଗସ୍ତରେ ଯିବେ । ସାଂଘାଇରେ ଏସସିଓ ସମ୍ମିଳନୀରେ ଯୋଗ ଦେବେ ପିଏମ୍ ମୋଦି । ସେଠାରେ ପିଏମ୍ ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମଧ୍ୟ ଆଲୋଚନା କରିବେ । ଏହା ପୂର୍ବରୁ ୨୦୨୪ ବ୍ରିକ୍ସ ଶିଖର ସମ୍ମିଳନୀର ପ୍ରଧାନମନ୍ତ୍ରୀ ମୋଦି ଓ ସି ଜିନପିଙ୍ଗ ଆଲୋଚନା କରିଥିଲେ ।


ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧୁରୁଥିବା ବେଳେ ଆସନ୍ତା ମାସରେ ସିଧାସଳଖ ବିମାନ ପୁଣି ଥରେ ଚଳାଚଳ କରିବାର ସମ୍ଭାବନା ରହିଛି । ୨୦୨୦ରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବନ୍ଦ ରହିଛି । ତିକ୍ତ ସମ୍ପର୍କରୁ ଦୁଇ ପଡ଼ୋଶୀ ଭାରତ ଓ ଚୀନ ବନ୍ଧୁତା ଆଡ଼କୁ ମୁହାଁଉଥିବା ବେଳେ ଟାରିଫ୍ ପାଇଁ ଆମେରିକା ସହ ଭାରତର ସମ୍ପର୍କ ଖରାପ ହେବାରେ ଲାଗିଛି । ଆଉ ଟ୍ରମ୍ପଙ୍କ ଟାରିଫ୍ ଏସିଆର ୨ ମହାଶକ୍ତି ଭାରତ ଓ ଚୀନ ପାଇଁ ବଡ଼ ଶକ୍ତି ହେବାକୁ ଯାଉଛି ।

Sponsored