ଗ୍ଲୋବାଲ ଟାଇମ୍ସର ' ଏକ୍ସ' ଆକାଉଣ୍ଟ ବନ୍ଦ କଲା ଭାରତ

Key Points
ଭାରତ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି
ତଥ୍ୟ ଯାଞ୍ଚ କରିବାକୁ ଗଣମାଧ୍ୟମ ସଂସ୍ଥାକୁ କଡ଼ା ସତର୍କ କରାଯାଇଥିଲା
ଭାରତକୁ ବଦନାମ କରିବା ପାଇଁ ମିଛ ଖବର ପ୍ରଚାର କରୁଥିଲା
ପାକିସ୍ତାନର ଗୁଣଗାନ କରୁଥିବା ଚୀନର ଖବର କାଗଜ ଗ୍ଲୋବାଲ ଟାଇମ୍ସର ' ଏକ୍ସ' ଆକାଉଣ୍ଟ ବନ୍ଦ କଲା ଭାରତ। ଭାରତ ନାମରେ ମିଛ ଖବର ପ୍ରଚାର କରୁଥିବାରୁ ଭାରତ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଲଗାତାର ଭାବେ ଚୀନର ଖବର କାଗଜ ଗ୍ଲୋବାଲ ଟାଇମ୍ସ ଭାରତକୁ ବଦନାମ କରିବା ପାଇଁ ମିଛ ଖବର ପ୍ରଚାର କରୁଥିଲା।
ଅରୁଣାଚଳ ପ୍ରଦେଶକୁ ନେଇ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଇଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅରୁଣାଚଳ ପ୍ରଦେଶ ଭାରତର ରହିଛି, ରହିବ ଓ ରହିଥିବ।
📱 Get Argus News App
✨ଚୀନ୍ରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ତଥ୍ୟ ଯାଞ୍ଚ କରିବାକୁ ଗଣମାଧ୍ୟମ ସଂସ୍ଥାକୁ କଡ଼ା ସତର୍କ କରାଇବାର କିଛି ଦିନ ପୁଣି ଏଭଳି ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ଭାରତ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଏବେ ଭାରତରେ କେହି ଗ୍ଲୋବାଲ ଟାଇମ୍ସର ଏକ୍ସ ଆକାଉଣ୍ଟ ଦେଖି ପାରିବେ ନାହିଁ।
ଏହା ବ୍ୟତୀତ ତୁର୍କୀ ପ୍ରସାରକ TRT ୱାର୍ଲ୍ଡର ଆକାଉଣ୍ଟକୁ ଭାରତରେ ଅବରୋଧ କରାଯାଇଛି। ଦେଶ ବିରୋଧୀ ମିଛ ଖବର ପ୍ରସାରଣ ଏବଂ ପାକିସ୍ତାନୀ ପ୍ରଚାରକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।