ପାକିସ୍ତାନ ସହ ରପ୍ତାନୀ-ଆମଦାନୀ ବନ୍ଦ

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଆଉ ଏକ କଠୋର ପଦକ୍ଷେପ ନେଇଛି । ଭାରତ ସରକାର ପାକିସ୍ତାନରୁ ଆସୁଥିବା କିମ୍ବା ସେଠାରୁ ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଆମଦାନୀ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି । ପାକିସ୍ତାନରୁ ଭାରତର ଆମଦାନୀ ମୁଖ୍ୟତଃ କୃଷି ଉତ୍ପାଦ, ମସଲା ଏବଂ କିଛି ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ଥିଲା, ଯାହା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।

📱 Get Argus News App
✨ସେହିପରି ପାକିସ୍ତାନ ସହ ଡାକ ଓ ପାର୍ସଲ ଆଦାନ ପ୍ରଦାନ ବନ୍ଦ ହୋଇଯିବ । ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ଉଭୟ ଆକାଶପଥ ଓ ସ୍ଥଳପଥରେ ପାର୍ସଲ ଆଦାନ ପ୍ରଦାନ ବ୍ୟାନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ପଦକ୍ଷେପ ପାକିସ୍ତାନର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ । ବିଶେଷକରି ଖାଦ୍ୟ ଅଭାବ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ରୂପରେ । ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଭାରତ ପାକିସ୍ତାନ ସହିତ ବାଣିଜ୍ୟ ସମ୍ପର୍କ ଉପରେ କଟକଣା ଲଗାଇ ଦେଇଥିଲା ଏବଂ ଏବେ ଏହି ପ୍ରତିବନ୍ଧକ ସେହି ଦିଗରେ ଆଉ ଏକ କଠିନ ପଦକ୍ଷେପ ।
ପାକିସ୍ତାନ ସହିତ ଆମଦାନୀ-ରପ୍ତାନି ଉପରେ ପ୍ରତିବନ୍ଧକ ଯୋଗୁଁ ପାକିସ୍ତାନ ଆହୁରି ଗରିବ ହୋଇଯିବ । ଦୁଇ ଦେଶ ମଧ୍ୟରେ ପୂର୍ବରୁ ସୀମିତ ବାଣିଜ୍ୟ ସମ୍ପର୍କ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି କହିଛନ୍ତି କିଛି ବିଶେଷଜ୍ଞ ।