ଶିକ୍ଷକ ଓ ଛାତ୍ରଙ୍କ ଅନୁପାତରେ ସୁଧାର: ଦେଶରେ ୧ କୋଟି ଛୁଇଁଲା ଶିକ୍ଷକଙ୍କ ସଂଖ୍ୟା

Key Points
୨୦୨୪- ୨୫ ଶିକ୍ଷା ବର୍ଷର ରିପୋର୍ଟ ଅନୁସାରେ ଶିକ୍ଷକ ଓ ଛାତ୍ରଙ୍କ ଅନୁପାତରେ ସୁଧାର ଆସିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ଏହି ସଂଖ୍ୟା ବଢି ଚାଲିଛି ।
ନୂଆଦିଲ୍ଲୀ: ଦେଶରେ ୧ କୋଟି ଛୁଇଁଛି ଶିକ୍ଷକଙ୍କ ସଂଖ୍ୟା । କମିଛି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୨୦୨୪- ୨୫ ଶିକ୍ଷା ବର୍ଷର ରିପୋର୍ଟ ଅନୁସାରେ ଶିକ୍ଷକ ଓ ଛାତ୍ରଙ୍କ ଅନୁପାତରେ ସୁଧାର ଆସିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ଏହି ସଂଖ୍ୟା ବଢି ଚାଲିଛି ।
ଚଳିତ ବର୍ଷ ଏହା ୬.୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ଶିକ୍ଷକ ସଂଖ୍ୟା ଥିଲା ୯୪ ଲକ୍ଷ ୮୩ ହଜାର ୨୯୪ । ୨୦୨୩-୨୪ରେ ଏହା ବଢ଼ି ୯୮ଲକ୍ଷ ୭ହଜାର ୬୦୦ ହୋଇଥିଲା । ଏବେ ୨୦୨୪ - ୨୫ ଶିକ୍ଷା ବର୍ଷରେ ଏହା ଏକ କୋଟିରେ ପହଞ୍ଚିଛି ।
ଦେଶରେ ଶିକ୍ଷକଙ୍କ ସଂଖ୍ୟା ବଢ଼ିବା ସହ କମିଛି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ ସଂଖ୍ୟା । ୨୦୨୨- ୨୩, ୨୦୨୩- ୨୪, ୨୦୨୪- ୨୫ ଶିକ୍ଷା ବର୍ଷରେ ଯଥାକ୍ରମେ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ୮.୭, ୩.୭ ଏବଂ ପରେ ଏହା ୨.୩ ପ୍ରତିଶତରେ ରହିଛି । ସେହିପରି ମାଧ୍ୟମିକ ଶିକ୍ଷାରେ ୮.୧, ୫.୨ ଏବଂ ଏହି ଶିକ୍ଷା ବର୍ଷରେ ୩.୫ ପ୍ରତିଶତ ରହିଛି ।