Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ, ଚାଲିଛି ଭୋଟିଂ

National

ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ, ଚାଲିଛି ଭୋଟିଂ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ, ଚାଲିଛି ଭୋଟିଂ

ଅର୍ଗସ ବ୍ୟୁରୋ:  ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମୋଟ୍ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 88 ସିଟ୍ ପାଇଁ ହେଉଛି ଭୋଟିଂ । ଯାହା ମଧ୍ୟରେ ରହିଛି କେରଳର ସମସ୍ତ ୨୦ ସିଟ୍, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ର ଓ  ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ବିହାରର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ। ସେହିପରି ଛତିଶଗଡ଼ ଓ ପଶ୍ଚିମବଙ୍ଗର ତିନିଟି ଆସନରେ ମଧ୍ୟ ହେବ ମତଦାନ । ତ୍ରିପୁରା, ଜମ୍ମୁ-କାଶ୍ମୀର ଓ ମଣିପୁରର ଗୋଟିଏ ଲେଖାଏଁ ଆସନରେ ପଡ଼ିବ ଭୋଟ୍ । ପ୍ରକୃତରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବା କଥା । ମାତ୍ର ମଧ୍ୟ ପ୍ରଦେଶର ବେତୁଲରେ ବିଏସପି ପ୍ରାର୍ଥୀଙ୍କ ଦେହାନ୍ତ ହେବାରୁ ସେଠାରେ ମତଦାନ ମେ ୭କୁ ଘୁଞ୍ଚାଇ ଦିଆଯାଇଛି । ଯେଉଁଥିପାଇଁ ୮୮ଟି ଆସନ ପାଇଁ ଆଜି ଚାଲିଛି ଭୋଟିଂ ।

ସକାଳ ୭ଟାରୁ ସଂଧ୍ୟା 5ଟା ଯାଏଁ ଚାଲିବ ମତଦାନ । କେତେକ ସ୍ଥାନରେ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ । ସେପଟେ ୮୮ ଆସନରେ ୧୨୦୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୧୫.୮୮ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୦୮ କୋଟି ପୁରୁଷ ଓ ୭.୮ କୋଟି ମହିଳା ।  ପାଖାପାଖି ୩୪ ଲକ୍ଷ ୮୦ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ । ସେପଟେ ନିର୍ବାଚନକୁ ସୁରକ୍ଷିତ ଭାବେ ଓ ସୁଚାରୁରୂପେ ସମ୍ପାଦିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଲକ୍ଷେ ୬୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୬ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।  50 ପ୍ରତିଶତ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଥିବା ବେଳେ ୪ ହଜାର ୧୦୦ ବୁଥରେ କେବଳ ମହିଳାମାନଙ୍କୁ ମୁତୟନ କରାଯାଇଛି । ସେହିପରି ୬୪୦ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗମାନେ ନିର୍ବାଚନ ପରିଚାଳନା କରିବେ ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India election 2024 phase 2 | Argus News