Worlds Third Most Competitive AI Power / AI କ୍ଷେତ୍ରରେ ଦ୍ରୁତ ଗତିରେ ବଢ଼ୁଛି ଭାରତ

Key Points
କୃତ୍ରିମ ବୁଦ୍ଧିମତ୍ତା ବା AI କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରତିଯୋଗୀ ରାଷ୍ଟ୍ର ଭାବରେ ଉଭା ହୋଇଛି। ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ୟୁନିଭର୍ସିଟିଜ୍ ଗ୍ଲୋବାଲ ଏଆଇ ଭାଇବ୍ରାନ୍ସ ଟୁଲ୍ସ ଭିଜୁଆଲ କ୍ୟାପିଟାଲିଷ୍ଟ ଚାର୍ଟ ଅନୁଯାୟୀ, ଭାରତ ୨୧.୫୯ ସ୍କୋର ଧାରଣ କରି ଏହି ସ୍ଥାନ ହାସଲ କରିଛି । ଭାରତର ଏହି ବଡ଼ ଅଭିବୃଦ୍ଧିର ମୁଖ୍ୟ କାରଣ ହେଉଛି ଦେଶରେ ବଢୁଥିବା AI ଦକ୍ଷତା, ସୁଦୃଢ଼ ଗବେଷଣା କ୍ଷମତା ଏବଂ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ । ଦକ୍ଷିଣ କୋରିଆ, ଜାପାନ ଏବଂ ସିଙ୍ଗାପୁର ଭଳି ଅନେକ ଉନ୍ନତ ଦେଶକୁ ପଛରେ ପକାଇ AI କ୍ଷେତ୍ରରେ ଭାରତ ଏହି ସଫଳତା ହାସଲ କରିଛି ।
AIକୁ ନେଇ ଭାରତ ଆଗକୁ ବଢ଼ୁଥିବା ବେଳେ ଏହାର ପିଛା ଛାଡ଼ୁନି ବିବାଦ । AI ବିଭିନ୍ନ କ୍ଷେତ୍ରରେ ପଶି ନିଯୁକ୍ତି ଶେଷ କରୁଛି ବୋଲି ଦାବି କରାଯାଉଛି । କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ବିଶ୍ବ ବ୍ୟାପୀ ଚର୍ଚ୍ଚା ଚାଲିଛି ଯାହା କି ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବନାହିଁ।
ଏହା ଏପରି ଏକ ବୈଷୟିକ ଜ୍ଞାନ ଯାହାକି ଆଧୁନିକ ମଣିଷ ଜୀବନର ଏକ ପ୍ରମୁଖ ଅଙ୍ଗ ହୋଇଗଲାଣି । ଏବେ କମ୍ପ୍ୟୁଟର କେବଳ ନିର୍ଦେଶ ଦେଲେ କାମ କରିବ ନାହିଁ, ଏହା ମଣିଷ ପରି ଭାବି ପାରିବ, ନିର୍ଣ୍ଣୟ କରିପାରିବ ଓ ମଣିଷର ବ୍ୟବହାରକୁ ନକଲ ବି କରିପାରିବ ବୋଲି କୁହାଯାଉଛି । ଏମିତି କିଛିକାଂଶରେ ଏହା ସଫଳତା ପୂର୍ବକ ପ୍ରମାଣିତ ବି ହୋଇସାରିଲାଣି । ଏହି ପରିବର୍ତ୍ତନ ଯେତିକି ଚମତ୍କାର ସେତିକି ଚିନ୍ତାଜନକ ମଧ୍ୟ ।
ବିତର୍କ ଆରମ୍ଭ ହୋଇଛି ଯେ କୃତ୍ରିମ ବୁଦ୍ଧିମତ୍ତା ମଣିଷର ପ୍ରତିଦ୍ବନ୍ଦ୍ବୀ ନା ସହାୟକ ହେବାକୁ ଯାଉଛି। ଦୁଇ ବର୍ଷ ତଳେ ଆମେରିକାର ଶିଳ୍ପପତି ଏଲନ ମସ୍କଙ୍କ ସମେତ ବିଶ୍ବର ସହସ୍ରାଧିକ ବିଜ୍ଞାନୀ ସର୍ବସାଧାରଣରେ ଏକ ମୁକ୍ତ ପତ୍ର ମାଧ୍ୟମରେ ଘୋଷଣା କରିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ମଡେଲଗୁଡିକ ଆଗାମୀ ଦିନରେ ମଣିଷମାନଙ୍କର ପ୍ରତିଦ୍ବନ୍ଦ୍ବୀ ହେବାକୁ ଯାଉଛନ୍ତି।
ଆଧୁନିକ ମଣିଷମାନେ କ’ଣ ଚାହୁଁଛନ୍ତି କି ଗୋଟିଏ ଅଣମାନବୀୟ ଯନ୍ତ୍ର ପ୍ରସ୍ତୁତ ହେଉ ଯାହାକି ଦିନେ ମଣିଷ ଠାରୁ ଅଧିକ ଶକ୍ତିଶାଳୀ ହେବ ଓ ମଣିଷ ବିନାଶର କାରଣ ହେବ । ଏହାର ବହୁ ବର୍ଷ ପୂର୍ବରୁ ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ ହକିଂ ମଧ୍ୟ ଅନୁରୂପ ମତ ଦେଇଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତାର ପୂର୍ଣ୍ଣ ବିକାଶ ଦିନେ ମାନବ ଜାତିର ଅନ୍ତ ଘଟାଇପାରେ। ତେବେ ଏମିତି ପରିସ୍ଥିତିରେ AI କେତେ ଭଲ କରୁଛି ଆଉ କେତେ ଖରାପ କରୁଛିଳ, ତାହା କେବଳ ସମୟ ହିଁ କହିବ ।
📱 Get Argus News App
✨Related Topics
Explore more stories