୧୦ ବର୍ଷରେ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା

Key Points
୧୦ ବର୍ଷରେ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା
୧୦ ବର୍ଷ ତଳେ ସ୍ବପ୍ନ ଦେଖାଇଥିଲେ ପ୍ରଧାନମନ୍ତ୍ରୀ ମୋଦି
ଭାରତ ଭଳି ୧୪୦ କୋଟି ଲୋକଙ୍କ ଦେଶରେ, ଅପହଞ୍ଚ, ଦୁର୍ଗମ ଅଞ୍ଚଳରେ ସଫଳତା ନେଇ ଉଠିଥିଲା ପ୍ରଶ୍ନ
ତୃଣମୂଳ ସ୍ତରରେ ପହଁଞ୍ଚିଛି ଇଣ୍ଟରନେଟ
ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଛି ସରକାରୀ ସେବା
ଏବେ ଫୋନ ପେ, ଗୁଗୁଲ ପେ ଘର ଘର କି କାହାନୀ
ଭାରତର କ୍ରାନ୍ତି ଆଣିବାରେ ସଫଳ ଡିଜିଟାଲ ଇଣ୍ଡିଆ ଅଭିଯାନ । ୧୦ ବର୍ଷ ମଧ୍ୟରେ ରାଷ୍ଟ୍ର ବିକାଶ ଯାତ୍ରାରେ ହୋଇଛି ପ୍ରମୁଖ ଆଧାର । ଗୋଟିଏ ଦଶନ୍ଧି ପୂର୍ବରୁ ଦେଶବାସୀ ପ୍ରଯୁକ୍ତିବିଦ୍ୟାର ସଠିକ ବ୍ୟବହାର କରିପାରିବେ କି ନା ଏନେଇ ଶଙ୍କା ବ୍ୟକ୍ତ କରାଯାାଉଥିଲା । ଡିଜିଟାଲ ଇଣ୍ଡିଆ ମିଶନକୁ ତୀବ୍ର ସମାଲୋଚନା କରିଥିଲେ ବିରୋଧୀ । କିନ୍ତୁ ଆଜି ମାତ୍ର ଗୋଟିଏ ଦଶନ୍ଧି ପରେ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ନେଇ ପରବର୍ତ୍ତନ ହୋଇଛି ମାନସିକତା । ସମୟର ଆହ୍ବାନକୁ ଗ୍ରହଣ କରିବା ସହ ପରିବର୍ତ୍ତନକୁ ସ୍ବାଗତ କରିଛନ୍ତି ଦେଶବାସୀ । ପ୍ରଯୁକ୍ତିବିଦ୍ୟାର ବ୍ୟବହାର କମାଇଛି ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ଡିଜିଟାଲ୍ ଇଣ୍ଡିଆର ମୂଳଦୁଆ ପାଲଟିଥିଲା ଭବିଷ୍ୟତ ପିଢି ପାଇଁ ଦୃଢ଼ ଭିତ୍ତିଭୂମି ।
ଶାସନ ଠାରୁ ଶିକ୍ଷା, କାରବାର ଏବଂ ଉତ୍ପାଦନ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ କାର୍ଯ୍ୟକୁ ଦ୍ରୁତ ଓ ନିର୍ଭୁଲ କରିବାରେ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ସଫଳ ହୋଇଛି । ୨୦୧୪ରେ, ଦେଶରେ ମାତ୍ର ୨୫ କୋଟି ଇଣ୍ଟରନେଟ୍ ଉପଲବ୍ଧତାସହ ଡିଜିଟାଲ୍ ସାକ୍ଷରତା ହାର ଏବଂ ସରକାରୀ ସେବା ପାଇଁ ଅନଲାଇନ୍ ପ୍ରବେଶ ଥିଲା ଅତ୍ୟନ୍ତ ସୀମିତ । ଏବେ ଦେଶରେ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ୯୭ କୋଟି ଟପିବା ସହ ୪୨ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ୍ ଫାଇବର କେବୁଲ୍, ଉପାନ୍ତ ଗାଁ ଗୁଡ଼ିକୁ ମଧ୍ୟ ସଂଯୋଗ କରୁଛି। ଭାରତରେ 5ଜି ସେବା ବିଶ୍ୱର ସବୁଠାରୁ ଦ୍ରୁତତମ ସମୟ ମଧ୍ୟରେ କାର୍ଯ୍ୟକାରୀ ହେବା ସହ ମାତ୍ର ଦୁଇ ବର୍ଷରେ ୪.୮୧ ଲକ୍ଷ ବେସ୍ ଷ୍ଟେସନ୍ ସ୍ଥାପିତ ହୋଇଛି। ଡିଜିଟାଲ୍ ଭିତ୍ତିଭୂମି, ଇଣ୍ଡିଆ ଷ୍ଟକ୍, ୟୁପିଆଇ ଭଳି ପ୍ଲାଟଫର୍ମକୁ ସକ୍ଷମ କରିଛି, ଯାହା ବାର୍ଷିକ ୧୦୦ ବିଲିୟନରୁ ଅଧିକ କାରବାର କରି ବିଶ୍ବକୁ ଚକିତ କରିଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା DBT ମାଧ୍ୟମରେ ନାଗରିକଙ୍କୁ ସିଧାସଳଖ ୪୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହସ୍ତାନ୍ତର କରାଯାଇଛି। ଫଳରେ ଦଲାଲଙ୍କ ଭୂମିକାକୁ ଦୂର କରି ୩.୪୮ ଲକ୍ଷ କୋଟି ଟଙ୍କାର ବାଟମାରଣାକୁ ରୋକା ଯାଇପାରିଛି ।
ପରବର୍ତ୍ତୀ ଡିଜିଟାଲ ବିପ୍ଳବ ନିମନ୍ତେ ସମଗ୍ର ବିଶ୍ୱ ଭାରତକୁ ଚାହିଁ ରହିଛି। ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ଏମଏସଏମଇ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରୁଛି। ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବା ଡିପିଆଇ - ଯେପରିକି ଆଧାର, କୋୱିନ, ଡିଜିଲକର, ଫାସଟ୍ୟାଗ, ପିଏମ-ବାଣୀକୁ ବିଶ୍ୱ ସ୍ତରରେ ଗ୍ରହଣ କରାଯାଉଛି। ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ୩ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସାମିଲ ହୋଇପାରିଛି । ଭାରତର ଯୁବପିଢ଼ିଙ୍କ ଏଆଇ ଦକ୍ଷତା ରାଷ୍ଟ୍ରକୁ ଇଣ୍ଡିଆ ଫାଷ୍ଟରୁ ଇଣ୍ଡିଆ ଫର ଦି ୱାର୍ଲ୍ଡ ସ୍ତରରେ ପହଞ୍ଚାଇ ଜନଆନ୍ଦୋଳନରେ ପରିଣତ କରିଛି ।