India EU relations / ଭାରତ EU ଐତିହାସିକ ଚୁକ୍ତି, ସ୍ୱାଗତ କଲେ ପିଏମ୍, କହିଲେ ସଂପର୍କର ନୂଆ ସେତୁ
·7 months ago·2 min read

Key Points
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ମଦର୍ ଅଫ୍ ଅଲ୍ ଡିଲ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ।
ବିଶ୍ବର ଦୁଇ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ଭଲ ପାର୍ଟନର ସିପ୍ର ଉଦାହରଣ । ଏହି ଚୁକ୍ତି ବିଶ୍ବ ଜିଡିପିର ୨୫ ପ୍ରତିଶତ ଓ ବିଶ୍ବ ବାଣିଜ୍ୟର ଏକ ତୃତୀୟାଂଶ । ଏହି ଡିଲ୍ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ । ସର୍ଭିସ୍ ସେକ୍ଟରର ବି ଆହୁରି ବିସ୍ତାର ହେବ ବୋଲି ମୋଦି କହିଛନ୍ତି । ଏହାସହ ଭାରତରେ ନିବେଶ କରିବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଏହି ଡିଲ୍ ଦ୍ବାରା ଦୁଇ ଦେଶ ମଧ୍ୟ ବାଣିଜ୍ୟ ବଢିବ, ଟାରିଫ କମିବ ଓ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ମଧ୍ୟ ବଢ଼ିବ । ଆଜି ଔପଚାରିକ ଭାବେ ଏହି ଟ୍ରେଡ୍ ଡିଲ୍ ନେଇ ନୂଆଦିଲ୍ଲୀରେ ଘୋଷଣା କରିବେ ଭାରତ ଓ ୟୁରୋପ । ଏହି ଅବସରରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁରୋପିଆନ କମିଶନ ପ୍ରେସିଡେଣ୍ଟ ଉର୍ସୁଲା ୱାନ ଡେର୍ ଲେଏନ୍ ଓ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା । ଦୁଇ ଦେଶ ମଧ୍ୟରେ ଆଲୋଚନା ସଫଳତାର ସହ ଶେଷ ହୋଇଛି।
ତେବେ ଦୁଇ ଦେଶର ମଧ୍ୟରେ ଟ୍ରେଡ୍ ଡିଲ୍ ପରେ ଏହା କେନ୍ଦ୍ର କ୍ୟାବିନେଟରେ ଆସିବ ଓ ମଞ୍ଜୁରୀ ପରେ ଏହା ଲାଗୁ ହେବ । ସେହିପରି ଏହି ଡିଲ୍ ନେଇ ୟୁରୋପ ପାର୍ଲାମେଣ୍ଟରେ ଆଗତ ଓ ଅନୁମୋଦନ ପରେ ଲାଗୁ ହେବ । ଆଜି ହାଇଦ୍ରାବାଦ ହାଉସରେ ଏହି ଡିଲ୍ ଘୋଣଷା ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜିର ଡିଲ ପରେ ୟୁରୋପରୁ ଆସୁଥିବା ସାମଗ୍ରୀ ଭାରତରେ ଶସ୍ତା ହେବ । ବିଶେଷ କରି ଅଟୋମୋବାଇଲ କ୍ଷେତ୍ରରେ ୟୁରୋପରୁ ଆସୁଥିବା ଗାଡ଼ି ଭାରତରେ ଶସ୍ତାରେ ମିଳିବ । କେବଳ ଗାଡ଼ି ନୁହେଁ ପ୍ଲାଷ୍ଟିକ୍, କେମିକାଲ, ମେଡିସିନ ମଧ୍ୟ ଶସ୍ତା ହେବ ।
2024-25ରେ ରେ ୟୁରୋପ ସହ 136.53 ବିଲିୟନ ଡଲାରର ବାଣିଜ୍ୟ ହୋଇଛି । ସେଥିମଧ୍ୟରୁ 75.85 ମିଲିୟନ ଡଲାର ରପ୍ତାନି ହୋଇଥିବା ବେଳେ 60.68 ମିଲିୟନ ଡଲାରର ଆମଦାନୀ ହୋଇଛି । ୟୁରୋପକୁ ଭାରତ ପେଟ୍ରୋଲିୟମ, ଇଲେକଟ୍ରୋନିକ୍ସ, କପଡ଼ା, ମେସିନ୍, କେମିକାଲ, ଔଷଧ, ଗହଣା, ଅଟୋ ପାର୍ଟ, ଜୋତା, କଫି ରପ୍ତାନୀ କରିଥାଏ ।
ସେହିପରି ୟୁରୋପରୁ ଭାରତ ଏୟାରକ୍ରାଫ୍ଟ ମେସିନାରୀ, ମେଡିକାଲ ସାମଗ୍ରୀ, କେମିକାଲ ଓ ପ୍ଲାଷ୍ଟିକ ଆମଦାନୀ କରିଥାଏ । ଏହି ବାଣିଜ୍ୟ ଚୁକ୍ତି ଦ୍ବାରା ୟୁରୋପର ୨୭ଟି ପ୍ରମୁଖ ଦେଶଗୁଡ଼ିକ ସହ ଡିଲ୍ ହେବ । ଆକଳନ ଅନୁସାରେ ୟୁରୋପୀୟ କାର ଉପରୁ ୪୦% ଶୁଳ୍କ ହ୍ରାସ କରିପାରେ ଭାରତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୬ରେ ତାଙ୍କ ଅଭିଭାଷଣ ସମୟରେ ଭାରତ ଏବଂ ୟୁରୋପୀୟ ୟୁନିଅନ ମଧ୍ୟରେ ଏକ ପ୍ରମୁଖ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଚୁକ୍ତିନାମା ବିଶ୍ୱର ଦୁଇ ବୃହତ ଅର୍ଥନୀତି ମଧ୍ୟରେ ଏକ ଦୃଢ଼ ସହଭାଗୀତାର ପ୍ରତୀକ ଓ ଏହା ଭାରତର ଶିଳ୍ପ, ଶକ୍ତି କ୍ଷେତ୍ର ଏବଂ ଜନସାଧାରଣଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ।

Related Topics
Explore more stories