ଜାତିସଂଘର ଶାନ୍ତି ସୁରକ୍ଷାକାରୀଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା
·1 year ago

ଅର୍ଗସ ବ୍ୟୁରୋ: ଦକ୍ଷିଣ ଲେବାନନରେ ନିୟୋଜିତ ଜାତିସଂଘର ଶାନ୍ତି ସୁରକ୍ଷାକାରୀଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା। ହିଜବୁଲ ଉପରେ ଇସ୍ରାଏଲ୍ ଆକ୍ରମଣ କରୁଥିବା ବେଳେ ଏହି ଅଞ୍ଚଳରେ ଥିବା ଜାତିସଂଘର ପୋଷ୍ଟଗୁଡିକ ମଧ୍ୟ ପ୍ରଭାବିତ ହେଉଛନ୍ତି। ଏହି ଆକ୍ରମଣ ଲେବାନନରେ ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା ମିଶନର ରେ ନିୟୋଜିତ ୬୦୦ ଭାରତୀୟ ସୈନିକ ଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି.। ଏହାରି ଭିତରେ ଇସ୍ରାଏଲ୍ ର ଜାତିସଂଘର ଶାନ୍ତି ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ନିନ୍ଦା କରିଛି ଆମେରିକା । ଇସ୍ରାଏଲ୍ କୁ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ ।
ଲେବାନନରେ ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା ମିଶନର ଏକ ଅଂଶ ଏବଂ ଇସ୍ରାଏଲ୍-ଲେବାନନ୍ ସୀମାରେ ୧୨୦ କିଲୋମିଟର ବ୍ଲୁ ଲାଇନରେ ନିୟୋଜିତ ହୋଇଛନ୍ତି। ଲେବାନନରେ ଶାନ୍ତି ସ୍ଥାପନା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରୟାସ କରାଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: