India With Germany / ଭାରତୀୟ ନାଗରିକଙ୍କ ପାଇଁ ଭିସା-ମୁକ୍ତ ପରିବହନ ଘୋଷଣା କଲା ଜର୍ମାନୀ

Key Points
ଭାରତ-ଜର୍ମାନୀ ମଧ୍ୟରେ ଦ୍ବିପାକ୍ଷିକ ବୈଠକ । ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର । ଭାରତୀୟ ନାଗରିକଙ୍କ ପାଇଁ ଭିସା-ମୁକ୍ତ ପରିବହନ ଘୋଷଣା କଲା ଜର୍ମାନୀ । ଦୁଇ ଦେଶର ବାଣିଜ୍ୟ ୫୦ ବିଲିଅନ ଡଲାର ପାର୍ । ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜର୍ମାନୀର ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜ..ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ଜଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି ।
ଗାନ୍ଧୀନଗର ଠାରେ ମହାତ୍ମା ଗାନ୍ଧୀ କନଭେନସନ ସେଣ୍ଟର ଠାରେ ଭାରତ-ଜର୍ମାନୀ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଆଲୋଚନା ବେଳେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଉଚ୍ଚଶିକ୍ଷା ବିକାଶ ଉପରେ ଏକ ବ୍ୟାପକ ରୋଡମ୍ୟାପ୍ର ଅଂଶ ଭାବରେ ମୋଦି ଜର୍ମାନ ବିଶ୍ବବିଦ୍ୟାଳୟମାନଙ୍କୁ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଭରତ-ଜର୍ମାନୀ ମଧ୍ୟରେ ଅର୍ଥନୈତିକ ସହଯୋଗିତା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ମାନବତା ପାଇଁ ଗୁରୁତ୍ବପୂର୍ଣ୍ଣ ।
ଅହମଦାବାଦରେ ଭାରତ- ଜର୍ମାନୀ ସିଇଓ ଫୋରମରେ ଦୁଇ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଦୁଇ ଦେଶର ବାଣିଜ୍ୟ ୫୦ ବିଲିଅନ ଡଲାର ପାର୍ କରିସାରିଥିବା ବେଳେ ଭାରତରେ ୨୦୦୦ରୁ ଅଧିକ ଜର୍ମାନ କମ୍ପାନି କାର୍ଯ୍ୟ କରୁଛନ୍ତି । ତେବେ ଜର୍ମାନୀ ଭାରତୀୟ ନାଗରିକଙ୍କ ପାଇଁ ଭିସା-ମୁକ୍ତ ପରିବହନ ଘୋଷଣା କରିଥିବାରୁ ମର୍ଜଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି ।
ମର୍ଜ ଭାରତରେ ପହଞ୍ଚିବା ପରେ ସାବରମତି ନଦୀକୂଳରେ ଚାଲିଥିବା ଆର୍ନ୍ତଜାତିକ ଗୁଡ଼ି ମହୋତ୍ସବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଉଦଘାଟନ କରିଥିଲେ। ଉଭୟ ରାଷ୍ଟ୍ର ମୁଖ୍ୟ ସେମାନଙ୍କ ଆକୃତି ବିଶିଷ୍ଟ ଗୁଡ଼ି, ଦୁଇ ଦେଶର ପତାକା ଥିବା, ହିନ୍ଦୁ ଦେବାଦେବୀଙ୍କ ଚିତ୍ର ତଥା ‘ଅପରେସନ ସିନ୍ଦୂର’ ବିଷୟବସ୍ତୁ ଥିବା ଗୁଡ଼ି ଉଡ଼ାଇବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ମୋଦି ଓ ମର୍ଜ ମହିଳା କାରିଗରଙ୍କୁ ଭେଟିଥିଲେ। ଜର୍ମାନୀ ଚାନ୍ସେଲର ମର୍ଜ ସାବରମତୀ ନଦୀକୂଳରେ ଥିବା ଐତିହାସିକ ଗାନ୍ଧୀ ଆଶ୍ରମ ପରିଦର୍ଶନ କରିଥିଲେ। ଗାନ୍ଧୀଜୀଙ୍କ ‘ହୃଦୟ କୁଞ୍ଜ’ ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହିତ ଉପସ୍ଥିତ ଥିଲେ।
📱 Get Argus News App
✨Related Topics
Explore more stories