ପହଲଗାମ ଆତଙ୍କୀ ଆକ୍ରମଣର ମୁହଁତୋଡ଼ ଜବାବ ଦେଇଛି ଭାରତ

Key Points
ପହଲଗାମ ଆତଙ୍କୀ ଆକ୍ରମଣର ମୁହଁତୋଡ଼ ଜବାବ ଦେଇଛି ଭାରତ
ଅପରେସନ ସିନ୍ଦୂରରେ ପାକିସ୍ତାନରେ ପଶି ପ୍ରତିଶୋଧ ନେଇଛି ଭାରତୀୟ ସେନା
ସର୍ବଦଳୀୟ ବୈଠକରେ ସରକାରଙ୍କ ପଦକ୍ଷେପକୁ ମିଳିଲା ପୂର୍ଣ୍ଣ ସମର୍ଥନ
ସମସ୍ତେ କହିଲେ ସଙ୍କଟ ସମୟରେ ଆମେ ସରକାରଙ୍କ ସହ ଅଛୁ
ଆତଙ୍କବାଦ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା
ଅପରେସନ୍ ସିନ୍ଦୂରର ପ୍ରଥମ ଆଟାକ୍ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ବସିଥିଲା ସର୍ବଦଳୀୟ ବୈଠକ। ‘ଅପରେସନ ସିନ୍ଦୂର’ ନେଇ ବିରୋଧୀଙ୍କ ଅବଗତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ବୈଠକରେ ସବୁ ଦଳ ଗୋଟିଏ ସ୍ବରରେ ଦେଶର ସେନା ଓ ସରକାରଙ୍କ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏପରି ସମୟରେ ରାଜନୀତିର କୌଣସି ସ୍ଥାନ ନାହିଁ। ସବୁ ରାଜନୈତିକ ଦଳ ଏକଜୁଟ ହୋଇଛନ୍ତି । ସମସ୍ତେ ଏକ ସ୍ୱରରେ ସରକାରକୁ ସମର୍ଥନ ଜଣାଇଛନ୍ତି ଓ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ..। ସର୍ବଦଳୀୟ ବୈଠକରେ ଉପସ୍ଥିତ ରହିଥିଲେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍ଗେ । ଘଡ଼ିସନ୍ଧି ମୁହୂର୍ତ୍ତରେ ପୂରା ସମର୍ଥନ ରହିଛି କହିଲେ AICC ସଭାପତି। ରାହୁଲ ଗାନ୍ଧି ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ରହିଛି ବୋଲି କହିଛନ୍ତି।
ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ‘ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି ତେବେ ସବୁ ତଥ୍ୟ ସାର୍ବଜନୀନ କରିହେବନି । ତେବେ ବୈଠକରେ ଉପସ୍ଥିତ ଥିବା ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ୍ ଓଓ୍ବେସି, ତୃଣମୂଳ କଂଗ୍ରେସ ପକ୍ଷରୁ ସନ୍ଦୀପ ବନ୍ଦୋପାଧ୍ୟାୟ ଏବଂ ଡିଏମକେର ଟିଆର ବାଲୁ, ଆରଜେଡିର ତେଜସ୍ବୀ ଯାଦବ ପ୍ରମୁଖ ଆତଙ୍କବାଦ ବିରୋଧରେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦ୍ବିତୀୟ ଏବଂ ଅପରେସନ ସିନ୍ଦୂର ପରେ ପ୍ରଥମ ସର୍ବଦଳୀୟ ବୈଠକରେ ସେନା ଓ ସରକାରଙ୍କୁ ଆତଙ୍କବାଦ ବିରୋଧ ଲଢେଇକୁ ମିଳିଛି ପୂର୍ଣ୍ଣ ସମର୍ଥନ.. ଏବେବି ଜାରି ରହିଛି ଅପରେସନ ସିନ୍ଦୂର।
