Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Driving Licence Rules / ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ବ୍ୟବସ୍ଥା ଆଣୁଛନ୍ତି ସରକାର; ଏଣିକି ଚାଲାଣ ନୁହେଁ, କଟିବ 'ନମ୍ବର'...

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ବ୍ୟବସ୍ଥା ଆଣୁଛନ୍ତି ସରକାର; ଏଣିକି ଚାଲାଣ ନୁହେଁ, କଟିବ 'ନମ୍ବର'...
Big Change in Driving Licence Rules

Key Points

ଦେଶରେ ଲାଗୁ ହେବାକୁ ଯାଉଛି ଗ୍ରେଡ୍ ଆଧାରିତ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା । ଯେଉଁ ବ୍ୟବସ୍ଥାରେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସରୁ ପଏଣ୍ଟସ୍ କଟିବ ଏବଂ ନିର୍ଦ୍ଧାରିତ ସମୟ ପରେ ବାତିଲ୍ ହୋଇଯିବ ଲାଇସେନ୍ସ ।
ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ଗୁରୁତ୍ଵ ଦେଉଛନ୍ତି ସରକାର । ଆଗକୁ ଦେଶରେ ଲାଗୁ ହେବାକୁ ଯାଉଛି ଗ୍ରେଡ୍ ଆଧାରିତ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା । ଯେଉଁ ବ୍ୟବସ୍ଥାରେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସରୁ ପଏଣ୍ଟସ୍ କଟିବ ଏବଂ ନିର୍ଦ୍ଧାରିତ ସମୟ ପରେ ବାତିଲ୍ ହୋଇଯିବ ଲାଇସେନ୍ସ ।

କ'ଣ ଆପଣ ବି ସଡ଼କରେ ଗାଡ଼ି ଚାଳନା ବେଳେ ଟ୍ରାଫିକ୍ ନିୟମକୁ ହାଲୁକାରେ ନେଉଛନ୍ତି, ତେବେ ସତର୍କ ହୋଇ ଯାଆନ୍ତୁ । ଆଗକୁ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ସରକାର ।

ଏଥିସହ ପଢ଼ନ୍ତୁ: ଏପ୍ରିଲ ୧ରୁ ବଡ଼ ପରିବର୍ତ୍ତନ: ଟୋଲ୍ ପ୍ଲାଜାରେ ଆଉ ନେବେନି ଟଙ୍କା, ଜାଣନ୍ତୁ କିପରି କିରିବେ ପେମେଣ୍ଟ...

ଖୁବଶୀଘ୍ର କେନ୍ଦ୍ର ସରକାର ଦେଶରେ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଘୋଷଣା ଅନୁସାରେ, ଶୀଘ୍ର ଭାରତରେ ଗ୍ରେଡ୍ ଆଧାରିତ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ଲାଗୁ ହେବ ।

ଗ୍ରେଡ୍ ଆଧାରିତ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ଅନୁସାରେ, ଆପଣ ଯଦି ଟ୍ରାଫିକ୍ ନିୟମ ଭାଙ୍ଗନ୍ତି ତାହେଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଯିବ । ଆସନ୍ତୁ ଜାଣିବା ଏହି ବ୍ୟବସ୍ଥା କ'ଣ ଓ କିଭଳି କାମ କରିବ ?

DL ପାଇଁ ନୂଆ ବ୍ୟବସ୍ଥା

ସଡ଼କ ସୁରକ୍ଷାକୁ ନେଇ ଦେଶରେ ପୂର୍ବରୁ ନିୟମ ରହିଛି । ଆଉ ଉକ୍ତ ନିୟମ ଭାଙ୍ଗିଲେ କିମ୍ବା ଉଲ୍ଲଂଘନ କଲେ ସାଧାରଣତଃ ଜରିମାନା ଭରିବାକୁ ପଡ଼ିଥାଏ । କିନ୍ତୁ ଏଣିକି ଡ୍ରାଇଭିଂ ଲାଇସେନ୍ସ ସହିତ 'ରିପୋର୍ଟ କାର୍ଡ'ର ପ୍ରଚଳନ କରାଯିବ ।

ଯେତେବେଳେ କେହି ନିୟମ ଉଲ୍ଲଂଘନ କରିବେ ତ ତାଙ୍କ ଡ୍ରାଇଭି ଲାଇସେନ୍ସରୁ କିଛି ପିଏଣ୍ଟ କଟିଯିବ । ଯଦି ପଏଣ୍ଟସ୍ ନିର୍ଦ୍ଧାରିତ ସୀମା ଠାରୁ କମ୍ ହୋଇଯିବ, ତାହେଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ନିଲମ୍ବିତ କରି ଦିଆଯିବ ।

ଏଥିସହ ପଢ଼ନ୍ତୁ: ଆସନ୍ତୁ ଜାଣିବା, ଭାରତରେ ଜାତୀୟ ରାଜପଥକୁ କେମିତି ନମ୍ବର ଦିଆଯାଏ ?

ସବୁଦିନ ପାଇଁ ବାତିଲ୍ ହେବ DL

ସେତିକି ନୁହେଁ ଯଦି ଆପଣ ବାରମ୍ବାର ନିୟମର ଉଲ୍ଲଂଘନ କରିବେ କିମ୍ବା ଭୁଲ୍ କରିବେ । ତାହେଲେ ଏଭଳି କ୍ଷେତ୍ରରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସବୁଦିନ ପାଇଁ ବାତିଲ୍ କରିଦିଆଯାଇପାରେ ।

ନୂଆ ବ୍ୟବସ୍ଥାରେ ସମସ୍ତ ପ୍ରକାର ଟ୍ରାଫିକ୍ ଉଲ୍ଲଂଘନ ଉପରେ ଗୁରୁତ୍ଵ ଦିଆଯିବ । ଯେଭଳିକି ଦ୍ରୁତଗତିରେ ଗାଡ଼ି ଚାଳନା, ଡ୍ରାଇଭିଂ ସମୟରେ ମୋବାଇଲ୍‌ର ବ୍ୟବହାର ଓ ଭୁଲ୍‌ ଦିଗରେ ଗାଡ଼ି ଚାଳନା ଓ ମଦ୍ୟପାନ କରି ଗାଡ଼ି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India to Introduce Graded Driving Licence System: Points to Be Deducted | Argus News | Argus News