ପାକିସ୍ତାନ ବିପକ୍ଷରେ ଭାରତର ଆଉ ଏକ କଡ଼ା ପଦକ୍ଷେପ
·1 year ago·1 min read

ୟା ଭିତରେ ପାକିସ୍ତାନ ବିପକ୍ଷରେ ଭାରତ ଆଉ ଏକ କଡ଼ା ପଦକ୍ଷେପ ନେଇଛି । ଭାରତ ଦେଇ ପାକିସ୍ତାନକୁ ପ୍ରବାହିତ ହେଉଥିବା ଚେନାବ ନଦୀରେ ଜଳ ପ୍ରବାହ ରୋକିଛି ଭାରତ। ଚେନାବ ନଦୀରେ ଥିବା ବାଗଲିହାର ଡ୍ୟାମରେ ଜଳ ପ୍ରବାହ ରୋକାଯାଇଛି। ଏତିକି ନୁହେଁ ପାକିସ୍ତାନକୁ ପ୍ରବାହିତ ହେଉଥିବା ଆଉ ଏକ ନଦୀ ଝେଲମର ଜଳ ରୋକିବାକୁ ବି ଭାରତ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି। ଝେଲମ ନଦୀର କିଷନ ନଗର ଡ୍ୟାମରେ ପାଣି ରୋକାଯିବ।
ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହ ଥିବା ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଛି ଭାରତ । ଚୁକ୍ତି ଅନୁସାରେ ସିନ୍ଧୁ ଓ ଏହାର ଉପନଦୀ ଗୁଡ଼ିକର ପାଣି ପାକିସ୍ତାନକୁ ଯାଉଥିଲା। ଏହି ପାଣି ଉପରେ ପାକିସ୍ତାନର 70%ରୁ ଅଧିକ ଲୋକନିର୍ଭରଶୀଳ । କିନ୍ତୁ ଏବେ ପାଣି ସମ୍ପୂର୍ଣ୍ଣ ରୋକାଗଲେ ପାକିସ୍ତାନରେ ସୃଷ୍ଟି ହେବ ଗୁରୁତର ଜଳ ସଂକଟ । ପାକିସ୍ତାନରେ ଜଳସେଚନ ଓ ପାନୀୟ ଜଳ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: