India-Pakistan War, ଆଉ ଗୋଟିଏ ଦିନ ଭାରତ ଏମିତି କଲେ ହଜିଯିବ ପାକିସ୍ତାନ

ପାକିସ୍ତାନ ଓ ଭାରତର ଲଢେଇ ଜାରି ରହିଛି। ମାତ୍ର ୩ ଘଣ୍ଟା ମଧ୍ୟରେ ବେହାଲ ହୋଇ ପଡିଛି ସମ୍ପୂର୍ଣ୍ଣ ପାକିସ୍ତାନ। ସମୁଦ୍ର ପଥରେ ଆକ୍ରମଣକୁ ତୀବ୍ର କରିବାକୁ ୨୬ ଯୁଦ୍ଧ ଜାହାଜ ପ୍ରସ୍ତୁତ ହୋଇ ରହିଛି। ଲାହୋର ଠାରୁ ନେଇ କରାଚୀ ପର୍ଯ୍ୟନ୍ତ ସବୁଠି ଧ୍ବଂଶ ଲୀଳା କରିଛି ଭାରତ। କରାଚୀ ବନ୍ଦରରେ ଆକ୍ରମଣ କରିଛି ଆଇଏନଏସ ଭିକ୍ରାନ୍ତ। ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛି ଭାରତ।
ସେହିଭଳି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ପାଖରେ ବିସ୍ଫୋରଣ ହୋଇଛି। ସେପଟେ ପାକିସ୍ତାନକୁ ଚେତାବନୀ ଦେଇଛି ଆମେରିକା। ଆତଙ୍କବାଦ ସମର୍ଥନ ବନ୍ଦ କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ଆମେରିକା। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହଓ୍ବାଜ ସରିଫଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଆସନ୍ତାକାଲି ପୁଣି ସିଡିଏସଙ୍କ ସହିତ ଆଜିର ଆକ୍ରମଣକୁ ନେଇ ସମୀକ୍ଷା ବୈଠକ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ସକାଳ ୯ ଟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇପାରନ୍ତି ଏମଇଏ। ଅପରେସନ ସିନ୍ଦୂରକୁ ନେଇ ଆସିପାରେ ବଡ଼ ସୂଚନା। ଆକ୍ରମଣ ନେଇ ଆସିପାରେ ବିସ୍ତୃତ ସୂଚନା।
📱 Get Argus News App
✨ପାକିସ୍ତାନର ଲାହୋରରେ ଭାରତ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ କରାଯାଇଛି। ଇସଲାମାବାଦ, କରାଚୀରେ ମଧ୍ୟ ଆକ୍ରମଣ କରାଯାଇଛି। ଜଳପଥ, ସ୍ଥଳପଥ ଓ ଆକାଶମାର୍ଗରୁ ଆକ୍ରମଣ କରୁଛି ଭାରତ। ପାକିସ୍ତାନର ସବୁ ଆକ୍ରମଣକୁ ବିଫଳ କରିଛି ଭାରତୀୟ ସେନା। ରାଜସ୍ଥାନରେ ପାକିସ୍ତାନର F-16 ପାଇଲଟଙ୍କୁ ଜୀବନ୍ତ ଧରିଛନ୍ତି ଭାରତୀୟ ସେନା। ଆକ୍ରମଣକୁ ବିଫଳ କରିବା ପାଇଁ ୪ ଟି ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ୍ କରିଛି ଭାରତ। ପାକିସ୍ତାନ ଭିତରେ ପଶି ଘନଘନ ଡ୍ରୋନ ଆକ୍ରମଣ କରିଛି ଭାରତ। ଏକ ସାଙ୍ଗରେ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ହେଉଛି ଆକ୍ରମଣ। ସେପଟେ ଭାରତ ଆଟାକ୍ ଭିତରେ ପାକିସ୍ତାନ ଉପରେ ବିଏଲଏ ପକ୍ଷରୁ ଆଟାକ୍ କରାଯାଉଛି।