Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଂଗ୍ରେସର ଭୁଲରୁ ନିଜର ଅଙ୍ଗ ହରାଇଛି ଭାରତ

National

କଂଗ୍ରେସର ଭୁଲରୁ ନିଜର ଅଙ୍ଗ ହରାଇଛି ଭାରତ

Banajyotshna Ray
Browse all articles by Banajyotshna Ray
·2 years ago·2 min read
କଂଗ୍ରେସର ଭୁଲରୁ ନିଜର ଅଙ୍ଗ ହରାଇଛି ଭାରତ

ଅର୍ଗସ ବ୍ୟୁରୋ:  ଗୋଟିଏ ପରିବାର ମିଳିମିଶି ଭାଙ୍ଗିଛନ୍ତି ଦେଶର ଏକତା ଓ ଅଖଣ୍ଡତା। ଅଖିବୁଜି ସନ୍ଧି କରି ଶ୍ରୀଲଙ୍କାକୁ ଟେକି ଦେଇଛନ୍ତି ଭାରତର ଅଙ୍ଗ କଚିତିବ୍ୟୁ ଦୀପ। ସଦ୍ୟତମ ଆସିଥିବା RTI ତଥ୍ୟ କଂଗ୍ରେସର ରାଷ୍ଟ୍ରବିରୋଧୀ ମାନସିକତାକୁ ଦେଶବାସୀଙ୍କ ସାମ୍ନାରେ ରଖିଛି। ତାମିଲନାଡୁର ରାମେଶ୍ବରମଠୁ ଉତ୍ତରପୂର୍ବ ଦିଗରେ ମାତ୍ର 33 କିଲୋମିଟର ଦୂରରେ ରହିଛି ଏହି କଚାତିବ୍ୟୁ ଦୀପ। ତେଣୁ ବର୍ଷ ବର୍ଷ ଧରି ଏଠି ଭାରତୀୟ ମାନେ ଯା’ଆସ କରନ୍ତି । ତାମିଲନାଡ଼ୁର ମତ୍ସଜୀବୀ ମାନେ ଏହା ଉପରେ ନିର୍ଭରଶୀଳ । ଦେଶ ସ୍ୱାଧୀନ ହେବା ପୂର୍ବରୁ ରାମନାଥ ସାମ୍ରାଜ୍ୟରେ ଥିଲା କଚାତିବ୍ୟୁ । ଏପରିକି ୧୯୨୧ ମସିହାରେ ଏହାକୁ ମାଡ୍ରାସ୍ ପ୍ରେସିଡେନସି ଅଧିନରେ ରଖାଯାଇଥିଲା। ପରେ ପରେ ଏହାକୁ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତେଜିଥିଲା ବିବାଦ। ଏହାକୁ ନେଇ ଅନେକ ଥର ଭାରତର ସଂସଦରେ ମଧ୍ୟ ଆଲୋଚନା ହୋଇଛି। କାହିଁକି ଏହି ଛୋଟିଆ ଦ୍ୱୀପକୁ ନେଇ ଏତେ ବିବାଦ ବୋଲି ପ୍ରଶ୍ନ କରିଥିଲେ ସେତବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ଯାହାକୁ ନେଇ ଆଜି କଂଗ୍ରେସକୁ ସିଧା ନିଶାନା ବନାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର। କଂଗ୍ରେସ ଦେଶର ଅଖଣ୍ଡତା ନଷ୍ଟ କରିଥିବା ବେଳେ ଡିଏମକେ ଏହାକୁ ଦେଶବାସୀଙ୍କଠୁ ଲୁଚାଇ ରଖିଥିବା ସେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ।

ତେବେ ୧୯୭୪ରେ ଶ୍ରୀଲଙ୍କାକୁ ଏହି ଦୀପ ଟେକିଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି। ଏକ ଚୁକ୍ତି ମାଧ୍ୟମରେ ସବୁ ଦିନ ପାଇଁ ଏଦି ଦୀପକୁ ଶ୍ରୀଲଙ୍କାକୁ ଟେକି ଦେଇଥିଲା କଂଗ୍ରେସ। ରବିବାର ମିରଟରୁ ବିଜେପିର ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସମୟରେ ଏହି ପ୍ରସଙ୍ଗ ଉଠାଇ ବର୍ଷିଥିଲେ ପିଏମ ମୋଦି। କଂଗ୍ରେସ ଦେଶର ଅଖଣ୍ଡତା ପ୍ରତି ବିପଦ ବୋଲି କହି ସିଧା କରିଥିଲେ ନିଶାନା।

ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି କଚାତିବ୍ୟୁ ଦ୍ୱୀପ। ତାମିଲନାଡୁ ସମେତ ଭାରତୀୟ ଭୂଖଣ୍ଡର ମତ୍ସ୍ୟଜୀବୀ ଏହି ଦୀପ ଉପରେ ନିର୍ଭର କରନ୍ତି। ଗଲା 20 ବର୍ଷ ଭିତରେ ବିଭିନ୍ନ କଟକଣା ଲଗାଇ 6 ହଜାରରୁ ଅଧିକ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କା।  ତେବେ କଂଗ୍ରେସର ଏହା ଗୋଟିଏ ଭୁଲ୍ ନୁହେଁ, ନେହେରୁ ଓ କଂଗ୍ରେସର ଭୁଲରୁ ଆଜି କାଶ୍ମୀରର ଏକ ଅଂଶକୁ ଅକ୍ସାଇ ଚୀନ ଭାବେ ନିଜ କବ୍ଜାରେ ରଖିଛି ଚୀନ୍। ଯାହାକୁ ନେଇ କଂଗ୍ରେସ ଦେଶର ଅଖଣ୍ଡା ପ୍ରତି ବିପଦ ବୋଲି କହିଥିଲେ ପିଏମ ମୋଦି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
India has lost its parts due to the mistake of Congress | Argus News