Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାକିସ୍ତାନକୁ ସିନ୍ଧୁ ଚାପୁଡା ଲଗାଇଛି ଭାରତ

National

ପାକିସ୍ତାନକୁ ସିନ୍ଧୁ ଚାପୁଡା ଲଗାଇଛି ଭାରତ

Ritu Das
Browse all articles by Ritu Das
·1 year ago·2 min read
ପାକିସ୍ତାନକୁ ସିନ୍ଧୁ ଚାପୁଡା ଲଗାଇଛି ଭାରତ

ପହେଲଗାମରେ ଆତଙ୍କବାଦୀଙ୍କ ଧର୍ମ ପଚାରି ନରସଂହାର ପରେ ମୋଦିଙ୍କ ହୁଙ୍କାର। ପାକିସ୍ତାନରେ ହଡକମ୍ପ। ଆମେରିକାର ଶରଣ ପଶିଲା ପାକିସ୍ତାନ । ଟ୍ରମ୍ପଙ୍କୁ ହସ୍ତକ୍ଷେପ କରିବାକୁ କହିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ ଅନୁରୋଧ କଲେ ଖ୍ବାଜା ଆସିଫ। ଖ୍ବାଜା ଆସିଫ୍ କହିଛନ୍ତି, ଆପଣ ବିଶ୍ବ ନେତା, ହସ୍ତକ୍ଷେପ କରନ୍ତୁ। ଭୟ ଓ ଆଶଙ୍କା ପ୍ରକାଶ କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେ ଭାରତ ସହ ଅଲ୍ ଆଉଟ୍ ୱାରର ଆଶଙ୍କା ଅଛି। ବ୍ରିଟେନର ଏକ ଟିଭିକୁ ସାକ୍ଷାତକାର ଦେଇ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ପରମାଣୁ ଶକ୍ତି ସମ୍ପନ୍ନ ଦୁଇଟି ଦେଶ ମଧ୍ୟରେ ପୂର୍ଣ୍ଣ ଯୁଦ୍ଧର ଆଶଙ୍କା ନେଇ ଚିନ୍ତିତ ହେବା କଥା ।


ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ହସ୍ତକ୍ଷେପ ପାଇଁ ଖ୍ବାଜା ଆସିଫ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅପିଲ୍ କରି କହିଛନ୍ତି ସେ ବିଶ୍ବ ଶକ୍ତିର ନେତୃତ୍ବ ନେଉଛନ୍ତି। ଏହି ବିବାଦର ଅନ୍ତ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ଖ୍ବାଜା ଆସିଫ। ସିନ୍ଧୁ ସନ୍ଧି ସ୍ଥଗିତ ରହିବା ନେଇ ଘୋଷଣା ପରେ ଏବେ ଏହା କାର୍ଯ୍ୟରେ ପରିଣତ ହେବା ଆରମ୍ଭ ହୋଇଛି । ଏ ଦୃଶ୍ୟ ହେଉଛି ଛେନାବ ନଦୀ ଓ ସଲାଲ ଡ୍ୟାମର । ସିନ୍ଧୁ ଚୁକ୍ତି ଅନୁସାରେ ଏହି ନଦୀ ଓ ଡ୍ୟାମ ଦେଇ ପାକିସ୍ତାନକୁ ପାଣି ଯାଉଥିଲା । ମୋଦି ସରକାରଙ୍କ ସିନ୍ଧୁ ସନ୍ଧି ସ୍ଥଗିତ ନିଷ୍ପତ୍ତି ପରେ ଆଜି ପାକିସ୍ତାନକୁ ପାଣି ବନ୍ଦ ହୋଇଛି । ଇଏ ହେଉଛି ସେହି ଦୃଶ୍ୟ । ଆତଙ୍କବାଦୀ ଆକ୍ରମଣରେ ୨୮ ଭାରତୀୟ ପ୍ରାଣ ହରାଇବା ପରେ କଡା ନିଷ୍ପତ୍ତି ନେଇଛି ଭାରତ। ଯାହାକୁ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଛନ୍ତି । ଆତଙ୍କବାଦ ଉପରେ ରୋକ ନିୟମ ଗାଇବା ପାଇଁ ଭାରତ ସରକାର ଉଚିତ ନିଷ୍ପତ୍ତି ନେଇଥିବା ସେମାନେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନର ୮୦ ପ୍ରତିଶତ ଅର୍ଥାତ ପ୍ରାୟ ୧୬ ମିଲିୟନ୍ ହେକ୍ଟର ଚାଷ ଜମି ସିନ୍ଧୁ ନଦୀର ଜଳ ଉପରେ ନିର୍ଭର କରେ, ସିନ୍ଧୁ ନଦୀର ୯୩ ପ୍ରତିଶତ ଜଳ ଜଳସେଚନ ପାଇଁ ବ୍ୟବହାର, ପାକିସ୍ତାନର ୨୩୭ ମିଲିୟନ ଲୋକଙ୍କର ଜୀବନ ଜୀବିକା ଚାଷ ଉପରେ ନିର୍ଭର କରେ, ସିନ୍ଧୁ ସନ୍ଧି ସ୍ଥଗିତ ପରେ ପାକିସ୍ତାନରେ ଚାଷ ଏକପ୍ରକାର ଠପ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ପୁରା ଭୁଷୁଡି ଯିବ ପାକିସ୍ତାନର ଅର୍ଥନୀତି, ସିନ୍ଧୁ ନଦୀ ବେସିନରେ ୬୧ ପ୍ରତିଶତ ଲୋକ ନିର୍ଭର କରନ୍ତି, ସିନ୍ଧୁ ନଦୀ ଓ ତାର ଶାଖା ନଦୀ ଉପରେ କରାଚୀ, ମୁଲତାନ୍ ଓ ଲାହୋର ବାସିନ୍ଦା ନିର୍ଭର କରନ୍ତି, ପାକିସ୍ତାନର ତରୱେଲା ଓ ମଙ୍ଗଲା ଭଳି ଜଳ ବିଦ୍ୟୁତ ପ୍ରକଳ୍ପ ସିନ୍ଧୁ ନଦୀ ଉପରେ ନିର୍ଭରଶୀଳ, ବନ୍ଦ ହୋଇଯିବ ବିଦ୍ୟୁତ ଉତ୍ପାଦନ, ଅନ୍ଧାର ହୋଇଯିବ ପାକିସ୍ତାନର ଅନେକ ଅଞ୍ଚଳ, ପ୍ରଭାବିତ ହେବ ଶିଳ୍ପ ଓ ବ୍ୟବସାୟୀ, ପାକିସ୍ତାନର ଖାଦ୍ୟ ଉତ୍ପାଦ ବହୁ ପରିମାଣର ହ୍ରାସ ପାଇବ, ଖାଦ୍ୟ ସୁରକ୍ଷା ବିପଦରେ, ସହରରେ ପାନୀୟ ଜଳ ସମସ୍ୟା ବ୍ୟାପକ ଭାବେ ଦେଖାଯିବ।

Sponsored
india-has-slapped-pakistan-with-the-indus | Argus News