Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଠୋର ହେଲା ଭାରତ: ଆଉ ସଡ଼କ ପଥ ଦେଇ ବାଂଲାଦେଶରୁ ଆସି ପାରିବନି ଝୋଟ

Sushanta Sahoo
Browse all articles by Sushanta Sahoo
·11 months ago·2 min read
କଠୋର ହେଲା ଭାରତ: ଆଉ ସଡ଼କ ପଥ ଦେଇ ବାଂଲାଦେଶରୁ ଆସି ପାରିବନି ଝୋଟ

Key Points

ବାଂଲାଦେଶରୁ ସଡ଼କ ପଥ ଦେଇ ଭାରତକୁ ଝୋଟ ଆସିବା ଉପରେ ପ୍ରତିବନ୍ଧକ ଜାରି ହୋଇଛି । ଝୋଟ ଏବଂ ସେଥିରୁ ତିଆରି ଉତ୍ପାଦ କପଡ଼ା, ସୂତା, ରଶି ଏବଂ ଅଖା ବାଂଲାଦେଶରୁ ଭାରତକୁ ସଡ଼କ ପଥରେ ଆସିବାକୁ ଉପରେ ପ୍ରତିବନ୍ଧକ ଲଗା ଯାଇଛି ।

ସମ୍ପର୍କରେ ତିକ୍ତତା ମଧ୍ୟରେ ବାଂଲାଦେଶ ପ୍ରତି ଆଉ ଟିକିଏ କଠୋର ହୋଇଛି ଭାରତ । ବାଂଲାଦେଶରୁ ସଡ଼କ ପଥ ଦେଇ ଭାରତକୁ ଝୋଟ ଆସିବା ଉପରେ ପ୍ରତିବନ୍ଧକ ଜାରି ହୋଇଛି । ଝୋଟ ଏବଂ ସେଥିରୁ ତିଆରି ଉତ୍ପାଦ କପଡ଼ା, ସୂତା, ରଶି ଏବଂ ଅଖା ବାଂଲାଦେଶରୁ ଭାରତକୁ ସଡ଼କ ପଥରେ ଆସିବାକୁ ଉପରେ ପ୍ରତିବନ୍ଧକ ଲଗା ଯାଇଛି ।


ବିଦେଶ ବ୍ୟାପାର ମନ୍ତ୍ରଣାଳୟ (DGFT)ର ଏକ ବିଜ୍ଞପ୍ତି ଅନୁସାରେ, ଝୋଟ ଉତ୍ପାଦର ଆମଦାନୀ କେବଳ ଜବାହରଲାଲ ନେହରୁ ପୋର୍ଟ ଦେଇ କରାଯାଇ ପାରିବ । ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଭାରତ-ବାଂଲାଦେଶ ସୀମା ସ୍ଥିତ କୌଣସି ବନ୍ଦର ଦେଇ ଆମଦାନୀକୁ ଅନୁମତି ଦିଆଯିବ ନାହିଁ । ଏଥିସହ ବାଂଲାଦେଶରୁ ଭାରତ ଆସୁଥିବା କିଛି ବସ୍ତୁର ଆମଦାନୀକୁ ଏବେ ଠାରୁ ନିୟନ୍ତ୍ରିତ କରାଯାଉଛି ।


ଏହା ପୂର୍ବରୁ ଜୁନ୍ ୨୭ରେ ବାଂଲାଦେଶରୁ ସଡ଼କ ପଥରେ ଆସୁଥିବା ଏକାଧିକ ଝୋଟ ଉତ୍ପାଦ ଓ ସେଥିରୁ ତିଆରି ପୋଷାକ ଉପରେ ଭାରତ ପ୍ରତିବନ୍ଧକ ଲଗାଇଥିଲା । ସେତେବେଳେ ମଧ୍ୟ ଉକ୍ତ ଆମଦାନୀକୁ ମହାରାଷ୍ଟ୍ରର ଜବାହରଲାଲ ନେହରୁ ବନ୍ଦର ଦେଇ ଅନୁମତି ଦିଆ ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତା ପୂର୍ବରୁ ମଧ୍ୟ ଭାରତ ସରକାର ଏପ୍ରିଲ୍ ଓ ମେ ମାସରେ ବାଂଲାଦେଶରୁ ଆମଦାନୀ କରାଯାଉଥିବା ଅନ୍ୟ କିଛି ବସ୍ତୁ ଉପରେ ଏଭଳି ପ୍ରତିବନ୍ଧକ ଲଗାଇ ଥିଲେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ ବେଜିଂ ମନ୍ତବ୍ୟ ପରେ ଢାକା ସହ ନୂଆଦିଲ୍ଲୀର ସମ୍ପର୍କ ଖରାପ ହେବାରେ ଲାଗିଛି । ବେଜିଂରେ ୟୁନୁସ କହିଥିଲେ, ଭାରତର ପୂର୍ବୋତ୍ତର କ୍ଷେତ୍ର ଭୂମିକୁ ଘେରି ରହିଛି, ଯେତେବେଳେ କି ସେହି ଅଞ୍ଚଳରେ ବାଂଲାଦେଶ ସମୁଦ୍ରର ସଂରକ୍ଷକ ।


ଏହାପରେ ଭାରତୀୟ ଅଧିକାରୀ କହିଥିଲେ, ବାଂଲାଦେଶ ଉଭୟ ସଡ଼କ ଓ ଜଳପଥରେ କାରବାର ଅନୁମତି ରହିଛି । କିନ୍ତୁ ଢାକା ଭାରତର କିଛି ନିର୍ଦ୍ଦିଷ୍ଟ ସାମଗ୍ରୀକୁ, ବିଶେଷକରି ପୂର୍ବୋତ୍ତରରୁ ରପ୍ତାନୀ କରାଯାଉଥିବା ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇଛି । ଏହାପରେ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଥିଲା ।

Sponsored
India Imposes Ban on Jute Imports via Road from Bangladesh Amid Strained Ties | Argus News | Argus News