Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪ ଦଶନ୍ଧି ତଳେ ରାକେଶ ଶର୍ମା ଯାହା କହିଥିଲେ, ତାକୁ ଦୋହରାଇଲେ ସୁନୀତା !

National

୪ ଦଶନ୍ଧି ତଳେ ରାକେଶ ଶର୍ମା ଯାହା କହିଥିଲେ, ତାକୁ ଦୋହରାଇଲେ ସୁନୀତା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୪ ଦଶନ୍ଧି ତଳେ ରାକେଶ ଶର୍ମା ଯାହା କହିଥିଲେ, ତାକୁ ଦୋହରାଇଲେ ସୁନୀତା !

ମହାକାଶରୁ ଫେରି ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ୯ ମାସର ଅନୁଭତି ବଖାଣିଲେ ସୁନୀତା ଓ୍ବିଲିୟମ୍ସ। ଭାରତ ସମ୍ପର୍କରେ କହିଲେ ଖୁବଶୀଘ୍ର ମୋ ବାପାଙ୍କ ଦେଶ ଗସ୍ତ କରିବି। ମହାକାଶରୁ ରଙ୍ଗୀନ ଦେଖାଯାଉଥିଲା ଇଣ୍ଡିଆ, ହିମାଳୟର ଦୃଶ୍ୟ ଥିଲା ଅବିଶ୍ବସନୀୟ। ଏହାସହିତ ସେ ଇସ୍ରୋର ଉପଲବ୍ଧୀ ଓ ସଫଳତାକୁ ଢେର ପ୍ରଶଂସା କରିଛନ୍ତି। ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଛନ୍ତି। ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଦୀର୍ଘ ୯ ମାସର ରହଣି ପରେ ଏବେ ପୃଥିବୀ ଫେରି, ନିଜର କିଛି ଅନୁଭୂତି ବଖାଣିଛନ୍ତି ସୁନିତା ।

ଏହି ଅବସରରେ ସୁନୀତାଙ୍କୁ ପଚରା ଯାଇଥିଲା ISSରୁ ଭାରତ କିପରି ଦେଖାଯାଉଛି ? ଆଉ ସୁନୀତାଙ୍କ ଉତ୍ତର ସେଇ ଚାରି ଦଶନ୍ଧି ପୂର୍ବର କାହାଣୀକୁ ପୁଣି ମନେ ପାକାଇ ଦେଇଛି । ସେତେବେଳେ ମହାକାଶଚାରୀ ରାକେଶ ଶର୍ମାଙ୍କୁ ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲେ । ଆଉ ଉତ୍ତରରେ ରାକେଶ କହିଥିଲେ, 'ସାରେ ଜହାଁ ସେ ଅଛା' । ସେହି କାହାଣୀ ଏବେ ପୁଣି ତାଜା ହୋଇଯାଇଛି ।

କାରଣ ଆଜି ସମାନ ପ୍ରଶ୍ନର ଉତ୍ତର ଦେଇଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ । ମହାକାଶରୁ ଭାରତ କିପରି ଦିଶୁଛି ପ୍ରଶ୍ନର ଜବାବରେ ସୁନୀତା କହିଥିଲେ, ଆଶ୍ଚର୍ଯ୍ୟଜନକ, କେବଳ ଆଶ୍ଚର୍ଯ୍ୟଜନକ । ପ୍ରତ୍ୟେକ ଥର ଆମେ ହିମାଳୟ ପାର ହେଲାବେଳେ, ଏହାର ଦୃଶ ଅବିଶ୍ବସନୀୟ କେବଳ ଆଶ୍ଚର୍ଯ୍ୟଜନକ ଥିଲା । ଆମେରିକାର ମହାକାଶଚାରୀ ଉପରୁ ଭାରତୀୟ ଭୂଦୃଶ୍ୟର ଦୃଶ୍ୟ ଦେଖି ମୁଗ୍ଧ ହୋଇଯାଇଥିଲେ । ପୂରା ଭାରତକୁ ଉପରୁ ଦେଖି ଲାଗୁଥିଲା ଯେମିତି ଏହା ଆଲୋକର ଏକ ନେଟୱାର୍କ, ଯାହା ବଡ଼ ବଡ଼ ସହରରୁ ଛୋଟ ଛୋଟ ସହରକୁ ଯାଉଛି । ରାତିରେ ଏଭଳି ଦୃଶ୍ୟ ଦେଖିବା କେବଳ ଅବିଶ୍ବସନୀୟ ବୋଲି କହି ଭାବ ବିହ୍ବଳ ହୋଇଥିଲେ ସୁନୀତା । 'ମୋ ପୂର୍ବଜମାନେ ଭାରତୀୟ ଥିଲେ, ତେଣୁ ମୁଁ ଶୀଘ୍ର ଭାରତ ଆସିବି' ବୋଲି ଭାବପ୍ରବଣ ହୋଇ କହିଥିଲେ । ସେହିପରି ମହାକାଶ ଦୁନିଆରେ ଇସ୍ରୋର ଉପଲବ୍ଧୀ ଏବଂ ସଫଳତାକୁ ପ୍ରଶଂସା କରିଛନ୍ତି ସୁନିତା ୱିଲିୟମ୍ସ ।

ମହାକାଶରେ ନଅ ମାସ ରହିବା ପରେ, ନାସାର ମହାକାଶଚାରୀ ବୁଚ୍ ୱିଲମୋର୍ ଏବଂ ସୁନୀତା ୱିଲିୟମ୍ସ ପୃଥିବୀ ଫେରିବାର ୨ ସପ୍ତାହ ପରେ ଦେଇଥିବା ସାକ୍ଷାତ କାରରେ ମହାକାଶରେ ଗବେଷଣା କରିବାର ସମୟକୁ ମନେ ପକାଇଥିଲେ । ଏହି ରିସର୍ଚ୍ଚ ସମୟରେ ସେ ବହୁତ୍ କିଛି ଶିଖିଛନ୍ତି । ଏହା ସହିତ ସ୍ପେସଏକ୍ସ କ୍ୟାପସୁଲ୍‌ରେ ​​ପୃଥିବୀକୁ ଫେରାଇ ଆଣିବା ପାଇଁ ସେ ନାସା ଏବଂ ସ୍ପେସ୍ ଏକ୍ସକୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ଆଗାମୀ ମହାକାଶ ମିଶନ୍ ପାଇଁ ସେ ଏବଂ ସାଥୀ ମହାକାଶଚାରୀ ଯୋଜନା କରୁଛନ୍ତି ବୋଲି କହିଛନ୍ତି ମହାକାଶୀ ସୁନିତା ।

ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୨୦୨୪ ଜୁନ୍ ମାସରେ ବୋଇଂ ଷ୍ଟାରଲାଇନରରେ ଏକ ଆଠ ଦିନିଆ ମିଶନ ପାଇଁ ମହାକାଶ ଷ୍ଟେସନକୁ ଯାଇଥିବା ବେଳେ ଯାନ୍ତ୍ରିକ ସମସ୍ୟା ଯୋଗୁଁ, ୯ମାସ ଧରି ମହାକାଶରେ ଫସିରହିଥିଲେ । ଆଉ ସବୁ ଚେଷ୍ଟାପ୍ରଚେଷ୍ଟା ପରେ ଶେଷରେ ସେମାନେ ୨୦୨୫ ମାର୍ଚ୍ଚ ୧୯ରେ ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନରେ ପୃଥିବୀକୁ ଫେରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Is Amazing From Space, For Sure Going Back To My Father’s Home Country: Sunita Williams | Argus News