Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମିଶନ ୨୦୪୭ , ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସଶକ୍ତ ହେଉଛି ଭାରତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମିଶନ ୨୦୪୭ , ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସଶକ୍ତ ହେଉଛି ଭାରତ

Key Points

ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସଶକ୍ତ ହେଉଛି ଭାରତ
ଭିଜନ ୨୦୪୭କୁ ନେଇ କାମ କରୁଛନ୍ତି ସରକାର
୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବ କଲ୍ୟାଣର ସୁଫଳ ମିଳୁଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କ୍ରମାଗତ ୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବକଲ୍ୟାଣର ସୁଫଳ ଲୋକଙ୍କୁ ମିଳୁଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ବଳରେ କ୍ରମାଗତ ତୃତୀୟଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ଏହାପରେ ଜୁନ ୯ରେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ୨୦୪୭ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଦେଶରୁ ଗରିବୀ ହ୍ରାସ ପାଇଛି । ପିଏମ୍ ଆବାସ ଯୋଜନା, ପିଏମ୍ ଉଜ୍ଜ୍‌ଳା ଯୋଜନା, ଜନ ଧନ ଯୋଜନା, ଆୟୁଷ୍ମାନ ଯୋଜନା ଦ୍ବାରା ଅନେକ ଲୋକ ଉପକୃତ ହୋଇଛନ୍ତି । ... ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଗରିବ କଲ୍ୟାଣ ଅନ୍ନ ଯୋଜନା, ମୁଦ୍ରା ଯୋଜନା, ଡିଜିଟାଲ ଇଣ୍ଡିଆ ଭଳି ବିଭିନ୍ନ ଯୋଜନା ଯୋଗୁଁ ଲୋକଙ୍କୁ ମିଳିଛି ଆର୍ଥିକ ସୁରକ୍ଷା। ଏଥିସହ ସାମାଜିକ ନ୍ୟାୟର ଏକ ନୂଆ ପର୍ବ ଆରମ୍ଭ ହୋଇଛି । ଆତ୍ମନିର୍ଭର, ସଶକ୍ତ ଭାରତ ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India is becoming stronger under the leadership of the Prime Minister Narendra Modi | Argus News