Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମେରିକାର ଟାରିଫ୍ ସତ୍ତ୍ୱେ ଭାରତୀୟ ସେୟାର ବଜାର ମଜଭୁତ ସ୍ଥିତିରେ

National

ଆମେରିକାର ଟାରିଫ୍ ସତ୍ତ୍ୱେ ଭାରତୀୟ ସେୟାର ବଜାର ମଜଭୁତ ସ୍ଥିତିରେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆମେରିକାର ଟାରିଫ୍ ସତ୍ତ୍ୱେ ଭାରତୀୟ ସେୟାର ବଜାର ମଜଭୁତ ସ୍ଥିତିରେ

ନାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଏମ୍‌ଡି ତଥା ସିଇଓ ଆଶିଷ କୁମାର ଚୌହାନ ରବିବାର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ଆମେରିକା ଦ୍ୱାରା ଟାରିଫ ଲଗାଯିବା ସତ୍ତ୍ୱେ ଭାରତର ବଜାର ସ୍ଥିତି ସୁଦୃଢ଼ ରହିଛି । ସାରା ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଅନ୍ୟ ଦେଶ ତୁଳନାରେ ଭାରତୀୟ ବଜାର ଭଲ ପ୍ରଦର୍ଶନ କରିଛି ।

ପିଟିଆଇ ରିପୋର୍ଟ ଅନୁସାରେ, ସେ କହିଛନ୍ତି ଅଗାମୀ କିଛି ସପ୍ତାହରେ ଆଲୋଚନା ପରେ ଏକ ଶୁଳ୍କ ସଂରଚନା ସ୍ଥିର ହେବା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଅଆସିବ । ଅଶିଷ କୁମାର ଆହୁରି କହିଛନ୍ତି ଆମେରିକା ଦ୍ୱାରା ବିଭିନ୍ନ ଦେଶ ଉପରେ ଟାରିଫ ଲଗାଯାଇଛି । ସେହିଭଳି ଭାରତ ଉପରେ ମଧ୍ୟ ଟାରିଫ ଲଗାଯାଇଛି । କିନ୍ତୁ ଏହା ସତ୍ତ୍ୱେ ବି ଭାରତୀୟ ସେୟାର ମାର୍କେଟରେ ଗତି ଦେଖିବାକୁ ମିଳିଛି । ଭାରତୀୟ ବଜାର ଉପରକୁ ଉଠିଛି । ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ମଜଭୁତ ରହିଛି ।

ସେ ଏହା ମଧ୍ୟ କହିଛନ୍ତି, ଟାରିଫର ପ୍ରଭାବ ନିଶ୍ଚୟ ପଡ଼ିବ । କିନ୍ତୁ ଯେଉଁଭଳି ଭ୍ରମ ସୃଷ୍ଟି କରାଯାଉଛି ସେହିଭଳି କିଛି ହେବାର ନାହିଁ । ମୋର ବିଶ୍ୱାସ ରହିଛି, ବିଶେଷ କରି କିଛି କମ୍ପାନୀ ଉପରେ ଯେଉଁମାନେ ଆଲୋଚନା କରି ସ୍ଥିତି ସୁଧାରିପାରିବେ । ସପ୍ତାହେ କି ଦୁଇ ସପ୍ତାହ ମଧ୍ୟରେ ବଜାର ସ୍ଥିର ହେବା ପରେ ସବୁ କିଛି ଠିକ୍ ହୋଇଯିବ ଏବଂ ଚିତ୍ର ସ୍ପଷ୍ଟ ହେବ ।

ସେନ୍‌ସେକ୍ସ ଓ ନିଫ୍ଟି ୨.୫%ରୁ ଅଧିକ ଖସିଥିଲା


ନିକଟରେ ଆମେରିକା ଦ୍ୱାରା ଲଗାଯାଇଥିବା ଟାରିଫ କାରଣରୁ ବିଶ୍ୱ ବଜାରରେ ଏକ ବଡ଼ ପ୍ରଭାବ ପଡ଼ିଛି । ଗତ ସପ୍ତାହରେ ସେନ୍‌ସେକ୍ସ ୨.୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ନିଫ୍ଟି ଫିପ୍ଟି ସପ୍ତାହ ଶେଷ ସୁଦ୍ଧା ୨୨,୯୦୪.୪୦ରେ ବନ୍ଦ ହୋଇଥିଲା । ଯେତେବେଳେ କି ନିଫ୍ଟିଫିପ୍ଟିର ସ୍ତର ୭୫,୩୬୪.୬୯ ପାଖାପାଖି ବନ୍ଦ ରହିଛି । ସପ୍ତାହ ମଧ୍ୟରେ ବିଏସ୍‌ଇ ସେନ୍‌ସେକ୍ସରେ ୨,୦୫୦.୨୩ ଅଙ୍କ ତଥା ୨.୬୪% ପ୍ରତିଶତ ଖସିଛି । ଯେତେବେଳେ କି ଏନ୍‌ଏସ୍‌ଇ ନିଫ୍ଟିରେ ୬୧୪.୮ ପଏଣ୍ଟ ତଥା ୨.୬୧ ପ୍ରତିଶତ ହ୍ରାସ ପାଇଛି ।

ଅନ୍ୟପଟେ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ସୋମବାର ମାର୍କେଟ ସାଂଘାତିକ ଭାବେ ଖସିଥିବା ବେଳେ ମଙ୍ଗଳବାର ଆରମ୍ଭରୁ ଭଲ କାରବାର କରିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୧୨୦୦ ପଏଣ୍ଟ ବଢ଼ିଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୨୫୦ ପଏଣ୍ଟ ବୃଦ୍ଧି ପାଇଛି ।

ଆରମ୍ଭରୁ ଉଭୟ ନିଫ୍ଟିଂ ଓ ସେନସେକ୍ସ ବଢ଼ିଥିବା ବେଳେ ପରେ କିଛି କମିଥିବା ନଜର ଆସିଛି । ଏହାରି ଭିତରେ ଟାଟା ଷ୍ଟିଲ୍, ଟାଟା ମୋଟର୍ସରୁ ନେଇ ଆଦାନୀ ପୋର୍ଟସ୍ ସେୟାର ଗ୍ରୀନ୍ ଜୋନ୍‌ରେ କାରବାର କରୁଛି । ସୋମବାର ସେନସେକ୍ସ ୭୩ ହଜାର ୧୩୭.୯୦ ପଏଣ୍ଟରେ ବନ୍ଦ ହୋଇତିବା ବେଳେ ମଙ୍ଗଳବାର ୭୪ ହଜାର ୦୧୩.୭୩ ପଏଣ୍ଟରେ କାରବାର ଆରମ୍ଭ କରିଛି ।

ସୋମବାର ୨୨ ହଜାର ୧୬୧.୬୦ ପଏଣ୍ଟରେ ବନ୍ଦ ହୋଇଥିବା ନିଫ୍ଟି ଆଜି ୨୨ ହଜାର ୪୪୬.୭୫ ପଏଣ୍ଟରେ କାରବାର ଆରମ୍ଭ କରିଛି । କେବଳ ଭାରତ ନୁହେଁ ସୋମବାର ବିଶ୍ଵର ଏକାଧିକ ବଜାର ପ୍ରଭାବିତ ହୋଇଥିଲା । ଏହା ପରେ ଜାପାନ ଓ ହଂକଂର ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ଜାପାନର ନିକ୍କେଇ ୭ ପ୍ରତିଶତ ଅଭିବୃଦ୍ଧି କରିଥିବା ବେଳେ ହଂକଂର ହ୍ୟାଙ୍ଗସାଙ୍ଗ ଇଣ୍ଡେକ୍ସ ୩ ପ୍ରତିଶତ ବଢ଼ିଛି । ଏସବୁ ଭିତରେ ନିବେଶକଙ୍କ ନଜର ରହିଛି ଆରବିଆଇ ଉପରେ । ଆରବିଆଇର ମନିଟାରୀ ପଲିସି ବୈଠକର ନିଷ୍ପତ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକର ଚତୁର୍ଥ ତ୍ରୈମାସିକ ଫଳାଫଳ ଏହି ସପ୍ତାହକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India is emerging as an oasis in a turbulent world: NSE MD & CEO Ashishkumar Chauhan | Argus News