ପ୍ରଥମଥର ପାଇଁ ମେଡ ଇନ୍ ଇଣ୍ଡିଆ ଡ୍ରୋନ୍
·2 years ago·1 min read

ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ପ୍ରଥମଥର ପାଇଁ ମେଡ ଇନ୍ ଇଣ୍ଡିଆ ଡ୍ରୋନ୍ ତିଆରି ହେବାକୁ ଯାଉଛି। ଯାହା ଭାରତୀୟ ସେନା ପାଇଁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦଙ୍କ ବେସ ପାଇବାରେ ବ୍ୟବହାର କରାଯିବ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଆଜି ପର୍ଯ୍ୟନ୍ତ ଯେଉଁ ଡ୍ରୋନ ବ୍ୟବହାର କରାଯାଉଥିଲା ତାହା କେଉଁ ଦେଶରୁ ଆସୁଥିଲା? ତେବେ ଏପର୍ଯ୍ୟନ୍ତ ମେଡ୍ ଇନ୍ ଇସ୍ରାଏଲ୍ ଏବଂ ମେଡ୍ ଇନ୍ ୟୁଏସ୍ ର ଡ୍ରୋନ୍ ଭାରତୀୟ ସେନା ବ୍ୟବହାର କରୁଥିଲେ। କିନ୍ତୁ ଖୁବ୍ ଶିଘ୍ର ଉତ୍ତରପ୍ରଦେଶରେ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ତିଆରି ହେବାକୁ ଯାଉଛି।
ୟୁପିରେ ଡ୍ରୋନ୍ସ ପାଇଁ, ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି ଯାହାର ମୂଲ୍ୟ ୬୦ କୋଟି । ଏହି ସେଣ୍ଟରର ନାମ ଡ୍ରୋନ ଟେଷ୍ଟିଙ୍ଗ ଫାଉଣ୍ଡେସନ ରଖାଯିବ। ଯେଉଁଠାରେ ହାଇଟେକ୍ ଡ୍ରୋନ୍ସ ଏବଂ ମାନବ ବିହୀନ ବିମାନର ବିକାଶ କରିବା ପାଇଁ ରିସର୍ଚ କରାଯିବ । ଏଣିକି ଆତଙ୍କବାଦଙ୍କୁ ଖୋଜିବାରେ ଭାରତୀୟ ସେନାକୁ ମେଡ ଇନ୍ ଇଣ୍ଡିଆ ଡ୍ରୋନ୍ ସାହାଯ୍ୟ କରିବ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: