Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏଆଇ ବିକାଶରେ ବିଶ୍ବରେ ଭାରତ ସାଜିବ ପଥପ୍ରଦର୍ଶକ

Ritu Das
Browse all articles by Ritu Das
·2 years ago
ଏଆଇ ବିକାଶରେ ବିଶ୍ବରେ ଭାରତ ସାଜିବ ପଥପ୍ରଦର୍ଶକ

ଅର୍ଗସ ବ୍ୟୁରୋ: ଏଆଇ ବିକାଶରେ ବିଶ୍ବରେ ଭାରତ ସାଜିବ ପଥପ୍ରଦର୍ଶକ। ପିଏମ ମୋଦିଙ୍କ ସହ କଥା ହେବା ବେଳେ କିଛ ଏମିତି କହିଛନ୍ତି ପ୍ରସିଦ୍ଧ ଶିଳ୍ପପତି ବିଲଗେଟ୍ସ। କିଛି ଦିନ ତଳେ ବିଲଗେଟ୍ସ ଭାରତ ଆସିଥିବା ବେଳେ ପିଏମ ମୋଦିଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟର ବାର୍ତ୍ତାଳାପର ଏକ ଟିଜର୍ ଭିଡିଓ ଏବେ ଜାରି ହୋଇଛି। 

ଯେଉଁଥିରେ ପିଏମଙ୍କ ସହ କଥା ହେବା ସମୟରେ ଭାରତରେ ଟେକ୍ନୋଲୋଜି ବିକାଶ କଥା ମଧ୍ୟ କହୁଛନ୍ତି ବିଲ୍ ଗେଟ୍ସ। କିଭଳି ଭାରତୀୟ କେବଳ ଟେକ୍ନୋଲୋଜି ବିକାଶକୁ ଗ୍ରହଣ କରିଛନ୍ତି ତା ନୁହେଁ ଏହାର ବ୍ୟବହାରକୁ ସହଜ କରିବା ସମେତ ବିଶ୍ବରେ ଟେକ୍ନୋଲୋଜି ବିକାଶରେ ଭାରତ ନେତୃତ୍ବ ସାଜୁଛି ବୋଲି ପିଏମ ମୋଦିଙ୍କୁ ଜଣାଇଛନ୍ତି ବିଲଗେଟ୍ସ। ଏହାର ସଂପୂର୍ଣ୍ଣ ଭିଡିଓ ଆଜି ରିଲିଜ କରାଯିବା ନେଇ ସୂଚନା ରହିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored