Videos
|
National

ଭାରତ ଛାଡୁଛି ବିଶ୍ବର ସର୍ବାଧିକ ପ୍ଲାଷ୍ଟିକ୍ ବର୍ଜ୍ୟ

Ritu Das
Browse all articles by Ritu Das
·2 years ago·2 min read
ଭାରତ ଛାଡୁଛି ବିଶ୍ବର ସର୍ବାଧିକ ପ୍ଲାଷ୍ଟିକ୍ ବର୍ଜ୍ୟ

ଅର୍ଗସ ବ୍ୟୁରୋ: ପ୍ଲାଷ୍ଟିକର ବ୍ୟବହାର ଏତେ ବଢିଯାଇଛି ଯେ ବିଶ୍ବରେ ବାର୍ଷିକ ୫୭ ନିୟୁତ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ଉତ୍ପନ୍ନ ହେଉଛି। ତାହାର ଦୁଇ-ତୃତୀୟାଂଶରୁ ଅଧିକ ପ୍ଲାଷ୍ଟିକ୍ ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଦେଶଗୁଡିକ ଛାଡୁଥିବା ସ୍ପଷ୍ଟ ହୋଇଛି।

ଆମେ ବଞ୍ଚିବା ପାଇଁ ପୃଥିବୀ ଗୋଟେ ମଣିଷ ପିଛା ପ୍ରତ୍ୟେକ ଦିନ ୫୫୦ଲିଟରର ଶୁଦ୍ଧ ଅମ୍ଳଜାନ ଦେଉଛି। କିନ୍ତୁ ଆମ୍ଭେମାନେ ପ୍ରତିବଦଳରେ ପ୍ରତ୍ୟେକ ଦିନ ଏ ପୃଥିବୀକୁ ଜଣେ ମଣିଷ ପିଛା ଏକ କିଲୋ ଅଳିଆ ଦେଉଛୁ। ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢ଼ିବାରେ ଲାଗିଛି ଯାହାକି  ଲୋକ ଏବଂ ପ୍ରକୃତି ପାଇଁ ବିପଦ ପାଲଟି ଗଲାଣି। ଦେଶକୁ ଏବେ ଘରିଛି ପ୍ଲାଷ୍ଟିକର ଚିନ୍ତା। ଛୋଟ ଚକୋଲଟ ଜରି ଠାରୁ ଆରମ୍ଭ କରି ବଡ ବଡ ପ୍ଲାଷ୍ଟିକ୍ ପଦାର୍ଥ ଯାହା ମାଟିରେ ନ ମିଶିବା ଫଳରେ ବର୍ଜ୍ୟବସ୍ତୁରେ ପରିଣତ ହେଉଛି। ପ୍ଲାଷ୍ଟିକକୁ ମଧ୍ୟ ପୁନଃବ୍ୟବହାର କରାଯାଇ ପାରୁ ନାହିଁ। ଯାହା କୁଢ କୁଢ ଅଳିଆରେ ପରିଣତ ହେଉଛି। 

ୟୁନାଇଟେଡ୍‌ କିଙ୍ଗଡମ୍‌ର ଲିଡ୍‌ସ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଅନୁଧ୍ୟାନରୁ ଏ ତଥ୍ୟ ମିଳିଛି। ଏହି ବିପଜ୍ଜନକ ବର୍ଜ୍ୟଗୁଡ଼ିକ ଗଭୀରତମ ସମୁଦ୍ର ଶଯ୍ୟାଠାରୁ ଆରମ୍ଭ କରି ଉଚ୍ଚତମ ପର୍ବତ ଶିଖର, ଏପରିକି ମନୁଷ୍ୟ ଶରୀରର ମସ୍ତିଷ୍କ ଯାଏ ବ୍ୟାପିଯିବା ଚିନ୍ତାର ବିଷୟ ହୋଇଗଲାଣି। ଅଧିକ ମାତ୍ରାର ପ୍ଲାଷ୍ଟିକ୍‌ର ପୁନଃପ୍ରକ୍ରିୟାକରଣ କରାଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି। ବିଶେଷ କରି ଦକ୍ଷିଣପୂର୍ବ ଏସିଆ ଓ ଉପସାହାରା ଆଫ୍ରିକୀୟ ଦେଶଗୁଡ଼ିକ ସର୍ବାଧିକ ବର୍ଜ୍ୟ ଛାଡୁଥିବା ଜଣାଯାଇଛି।

ନାଇଜେରିଆର ଲାଗୋସ ସହରରେ ସର୍ବାଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ଉତ୍ପନ୍ନ ହେଉଥିବା ବେଳେ ନୂଆଦିଲ୍ଲୀ, ଆଙ୍ଗୋଲାର ଲୁଆଣ୍ଡା, ପାକିସ୍ତାନର କରାଚୀ ଓ ଇଜିପ୍ଟର ଅଲ୍‌ କାହିରା ଆଦି ସହର ଅନ୍ୟତମ ପ୍ରଭୂତ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟିକାରୀ ସହରର ଅପଯଶ ମୁଣ୍ଡାଇଛନ୍ତି। ଭାରତରେ ବର୍ଷକୁ ବିଶ୍ବର ସର୍ବାଧିକ ୧୦.୨ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ଜ୍ୟକ୍ଷେତ୍ରରେ ଭାରତ ପଛକୁ ନାଇଜେରିଆ ଓ ଇଣ୍ଡୋନେସିଆ ଅଛନ୍ତି। ଚୀନ୍‌ ଭାରତଠାରୁ ଅଧିକ ପ୍ଲାଷ୍ଟିକ୍‌ ବ୍ୟବହାର କରୁଥିଲେ ମଧ୍ୟ ତାହାର ଉତ୍ତମ ବର୍ଜ୍ୟ ପରିଚାଳନା ଯୋଗୁଁ ତାହା ଚତୁର୍ଥ ସ୍ଥାନରେ ରହିଛି। ଶୀର୍ଷରେ ଥିବା ଅନ୍ୟ ପ୍ରଦୂଷଣକାରୀ ଦେଶ ହେଉଛନ୍ତି ପାକିସ୍ତାନ, ବାଂଲାଦେଶ, ରୁଷିଆ ଓ ବ୍ରାଜିଲ। ଦେଶକୁ ସ୍ବଚ୍ଛ କରିବାକୁ ହେଲେ ପ୍ରଥମେ ଆମେ ଆମ ଚିନ୍ତାଧାରାକୁ ବଦଳେଇବାକୁ ପଡିବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

India is leading | Argus News