ସରକାରଙ୍କ ସାମୂହିକ ପ୍ରୟାସରେ ଭାରତ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ୁଛି

ଶିକ୍ଷା ମନ୍ତ୍ରାଳୟ ଏବଂ Wadhwani Foundation ଦ୍ୱାରା ଆୟୋଜିତ ଯୁଗ୍ମ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଯୋଗ ଦେଇଥିଲେ । ଏହି ଅବସରରେ ପିଏମ୍ କହିଛନ୍ତି- ବିକଶିତ ଭାରତ ପାଇଁ ସମୟ ସୀମିତ, ଲକ୍ଷ୍ୟ ବଡ଼ ରହିଛି । ଦେଶର ଭବିଷ୍ୟତ ଯୁବକଙ୍କ ଉପରେ ନିର୍ଭର କରୁଛି, ଏହାର ବଡ଼ ଭୂମିକା ଶିକ୍ଷା ବ୍ୟବସ୍ଥାର ରହିଛି। Deep Take Innovationରେ ଆମର ପ୍ରୟାସକୁ ନୂତନ ବଳ ଦେବ ଏହି କନକ୍ଲେଭ ।
ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି- ସରକାରଙ୍କ ସାମୂହିକ ପ୍ରୟାସରେ ଭାରତ ଗବେଷଣା କ୍ଷେତ୍ରରେ ଆଗକୁ ବୃଦ୍ଧି ହେଉଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଟଳ Innovation Mission ଆଜି ସଫଳ ହୋଇଛି । ଭାରତର ସବୁ ପ୍ରକାର ସମ୍ଭାବନା ଥିଲା କେବଳ ହ୍ୟାଣ୍ଡ ହୋଲ୍ଡିଂର ଅଭାବ ଥିଲା ଯାହା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରିଛନ୍ତି ।
ସେହିପରି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କହିଛନ୍ତି- ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ବିଜ୍ଞାନ ଦ୍ୱାରା ହିଁ ଆମେ ବିଶ୍ୱ ଗୁରୁ ହୋଇପାରିବୁ । ବର୍ତ୍ତମନ ଗବେଷଣାକୁ ହିଁ ପ୍ରାଧାନ୍ୟ ଦିଆଯାଉଛି । କାର୍ଯ୍ୟକ୍ରମରେ IIT କାନପୁର, IIT ବମ୍ବେ ଏବଂ NRF ସହ ୧୪୦୦ କୋଟି ଟଙ୍କାର ୨ଟି MOU ସ୍ୱାକ୍ଷରିତ ହୋଇଛି ।