Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India vs Bangladesh / ବାଂଲାଦେଶ ବିରୋଧରେ ପ୍ଲାନ୍‌ କରୁଛି ଭାରତ, ନେଲା ବଡ଼ ନିଷ୍ପତ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ବାଂଲାଦେଶ ବିରୋଧରେ ପ୍ଲାନ୍‌ କରୁଛି ଭାରତ, ନେଲା ବଡ଼ ନିଷ୍ପତ୍ତି
India vs Bangladesh

Key Points

ୟୁନ୍ୟୁସ ସରକାର ମଧ୍ୟ ଭାରତ ବିରୋଧୀ ତତ୍ୱଙ୍କୁ ବାଂଲାଦେଶରେ ଅଧିକ ପ୍ରୋତ୍ସାହିତ କରୁଥିବା ଦେଖାଯାଇଛି ।

ଗୋଟିଏ ପଟେ ପାକିସ୍ତାନ ସହ ଭାରତର ଛକାପଞ୍ଝା ଲାଗି ରହିଥିବା ବେଳେ ଏବେ ବାଂଲାଦେଶ ବି ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୀନ୍‌ ସହ ହାତ ମେଳାଇ ବାଂଲାଦେଶ ଭାରତ ବିରୋଧରେ ରଚିଲାଣି ବଡ଼ ଷଡ୍‌ଯନ୍ତ୍ର । ଏହାର ସୁରାକ୍‌ ପାଇବା ପରେ ଭାରତ ମଧ୍ୟ ପ୍ରସ୍ତୁତ ରହିଥିବା କହିଛି । ତେବେ ଏହାରି ଭିତରେ ବାଂଲାଦେଶ ବିରୋଧରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି । ଗତ କିଛି ଦିନ ଧରି ବାଂଲାଦେଶରେ ଭାରତ ବିରୋଧୀ ନାରା ତେଜୁଥିବା ବେଳେ ହିନ୍ଦୁଙ୍କୁ ସେଠାରେ ଦମନ କରାଯାଉଛି । ଖୋଜି ଖୋଜି ସେମାନେ ହିନ୍ଦୁଙ୍କୁ ହତ୍ୟା କରୁଛନ୍ତି । ଅନ୍ୟପଟେ ୟୁନ୍ୟୁସ ସରକାର ମଧ୍ୟ ଭାରତ ବିରୋଧୀ ତତ୍ୱଙ୍କୁ ବାଂଲାଦେଶରେ ଅଧିକ ପ୍ରୋତ୍ସାହିତ କରୁଥିବା ଦେଖାଯାଇଛି ।

ତେଣୁ ମଙ୍ଗଳବାର ଅର୍ଥାତ୍ ୨୦ ଜାନୁଆରୀ ୨୦୨୬ରେ ବାଂଲାଦେଶରେ ରହୁଥିବା ଭାରତୀୟ ଅଧିକାରୀ ଓ ତାଙ୍କ ପରିବାରକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ବାଂଲାଦେଶର ସଂସଦୀୟ ନିର୍ବାଚନର ମାତ୍ର ସପ୍ତାହ ପୂର୍ବରୁ ନିଆଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ‘ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମେ ହାଇ କମିଶନର ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତ ଆମର ଅଧିକାରୀଙ୍କ ଆଶ୍ରିତମାନଙ୍କୁ ଭାରତ ଫେରିବାକୁ ପରାମର୍ଶ ଦେଇଛୁ।’ ସେମାନେ ଆହୁରି କହିଛନ୍ତି ଯେ ବାଂଲାଦେଶରେ ମିଶନ ଖୋଲା ଅଛି ଏବଂ ସମସ୍ତ ପଦବୀରେ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି।

ଢାକାରେ ହାଇ କମିଶନରଙ୍କ ବ୍ୟତୀତ, ଭାରତର ଚିଟାଗଙ୍ଗ, ଖୁଲନା, ରାଜଶାହୀ ଏବଂ ସିଲହଟରେ ମଧ୍ୟ କୂଟନୀତିଜ୍ଞ ନିଯୁକ୍ତି ହୋଇଛନ୍ତି। କୂଟନୀତିଜ୍ଞ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ପରିବାର କେବେ ଭାରତ ଫେରିବେ ତାହା ଏପର୍ଯ୍ୟନ୍ତ ଜଣାନାହିଁ। ବାଂଲାଦେଶରେ ଉଗ୍ରବାଦୀ ଉପାଦାନଗୁଡ଼ିକର ବର୍ଦ୍ଧିତ କାର୍ଯ୍ୟକଳାପକୁ ନେଇ ସୁରକ୍ଷା ଚିନ୍ତା ଯୋଗୁ ଭାରତ ବାଂଲାଦେଶକୁ ଭାରତୀୟ କୂଟନୀତିଜ୍ଞ ଏବଂ ଅଧିକାରୀଙ୍କ ପାଇଁ ଏକ ‘ପରିବାର-ବିହୀନ’ ଗନ୍ତବ୍ୟସ୍ଥଳ କରିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟ ହୋଇଛି।

ଅନ୍ୟପଟେ କୁହାଯାଉଛି ଭାରତୀୟ ଅଧିକାରୀଙ୍କୁ ଫେରାଇ ଆଣିବା ପରେ ବାଂଲାଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ ଭାରତ । କାରଣ ବାଂଲାଦେଶର କିଛି ମୌଲବାଦୀ ନେତା ବାରମ୍ବାର ଭାରତର ତଥାକଥିତ ଚିକେନ୍‌ ନେକ୍‌ ବା 7 Sisterକୁ ଭାରତରୁ ଅଲଗା କରିବାକୁ ଧମକ ଦେଉଛନ୍ତି । ଏଥିପାଇଁ ସେମାନେ ଚୀନ୍‌ ସହ ହାତ ମଧ୍ୟ ମେଳାଇସାରିଛନ୍ତି । ତେଣୁ ବାଂଲାଦେଶ ପକ୍ଷରୁ କିଛି ବି ବଡ଼ ପଦକ୍ଷେପ ନେବା ପୂର୍ବରୁ ଭାରତ ପ୍ରଥମେ କୂଟନୀତିରେ ଏହାକୁ ସମାଧାନ କରିବାକୁ ଚେଷ୍ଟା କରିବ । ନଚେତ୍ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପଛାଇବ ନାହିଁ ।

ଭାରତ ଏଭଳି ଆଭିମୁଖ୍ୟ ରଖିଥିବା ଜାଣିବା ପରେ ବାଂଲାଦେଶ ମଧ୍ୟ ଟିକେ ଥମି ଯାଇଥିବା କୁହାଯାଉଛି । କାରଣ ପାକିସ୍ତାନ ବିରୋଧର ଭାରତ ଯେଭଳି ଅପରେସନ୍‌ ସିନ୍ଦୁର କରିଥିଲା, ତାହା ସାରା ବିଶ୍ୱ ଦେଖିଛଇ । ଅଧଘଣ୍ଟାର ଏହି ମିଶନରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଛି । ଅପରେସନ୍‌ ସିନ୍ଦୁରକୁ ୮ ମାସ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ଏବେ ସୁଦ୍ଧା ସଳଖ ଛିଡ଼ା ହୋଇପାରିନାହିଁ । ତେବେ ଠିକ୍‌ ସେମିତି କିଛି ଯଦି ବାଂଲାଦେଶ ବିରୋଧରେ ଭାରତ ଅପରେସନ୍‌ ଆରମ୍ଭ କରେ ସେହି ଦେଶର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Bangladesh | India is planning against Bangladesh, took a big decision | Argus News