ଯେକୌଣସି ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଭାରତ

Key Points
ସରିନି ଅପରେସନ ସିନ୍ଦୁର - Chunk Byte Modi 6 sec
ଯେକୌଣସି ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଭାରତ
ଅପରେସନ ସିଲ୍ଡ ବନିବ ଭାରତୀୟଙ୍କ ସୁରକ୍ଷା କବଚ
ପାକ୍ ସୀମାବର୍ତ୍ତୀ ରାଜ୍ୟରେ ହେଲା ସିଭିଲ ଡିଫେନସ୍ ମକ୍ ଡ୍ରିଲ୍
ସାମିଲ ହେଲେ ସାଧାରଣ ନାଗରିକ, NCC, NSS, ଭାରତ ସ୍କାଉଟ୍
ପ୍ରସ୍ତୁତ ଭାରତ...ସୁରକ୍ଷିତ ସିନ୍ଦୁର । ସୀମାରେ ଶତ୍ରୁକୁ ମୁହଁତୋଡ଼ ଜବାବ ଦେଉଛନ୍ତି ଯବାନ । ଅପରେସନ ସିନ୍ଦୁରରେ LoC ଓ ପାକିସ୍ତାନରେ 9 ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି । ଏପଟେ ଦେଶବାସୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆରମ୍ଭ ହୋଇଛି ଅପରେସନ ସିଲ୍ଡ । ସୀମାବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମକ୍ ଡ୍ରିଲ । ମେ 7ରେ ପ୍ରଥମ ପର୍ଯ୍ୟାୟ ମକ୍ ଡ୍ରିଲ ପରେ ସେହିଦିନ ରାତିରେ ହିଁ ଆତଙ୍କୀସ୍ତାନରେ ଆତଙ୍କ ଖେଳାଇଦେଇଥିଲେ ଭରତୀୟ ଯବାନ । ଦ୍ବିତୀୟ ପର୍ଯ୍ୟାୟରେ ଆଜି ସଂଧ୍ୟା 5ଟାରୁ ପଞ୍ଜାବ, ଜମ୍ମୁ-କାଶ୍ମୀର, ଗୁଜରାଟ, ହରିୟାଣା, ରାଜସ୍ଥାନ ଓ ଚଣ୍ଡୀଗଡ଼ରେ ଆରମ୍ଭ ହୋଇଛି ମକ୍ ଡ୍ରିଲ । ଯୁଦ୍ଧ ସ୍ଥିତିରେ ନିଜର ସୁରକ୍ଷା ପ୍ରତି ସଚେତନ ରହିବା, ଅତ୍ୟାବଶ୍ୟକ ଓ ଜରୁରୀ ଜିନିଷର ସୁରକ୍ଷା ପାଇଁ ନାଗରିକଙ୍କୁ ତାଲିମ ଦିଆଯାଉଛି ।
ଅପରେସନ ସିଲ୍ଡରେ ସାଧାରଣ ନାଗରିକଙ୍କ ସହ NCC, NSS, NYKS ଭାରତ ସ୍କାଉଟ୍ ଟିମ୍ ସାମିଲ ହୋଇଛନ୍ତି । ଜଟିଳ ସ୍ଥିତିରେ ଜରୁରୀ ସାମଗ୍ରୀର ସ୍ଥାନାନ୍ତର, ଆହତଙ୍କ ଚିକିତ୍ସା, ଅଗ୍ନିକାଣ୍ଡ ନିୟନ୍ତ୍ରଣର ତାଲିମ ଦିଆଯାଉଛି । ସୀମାନ୍ତରେ ଯବାନଙ୍କ ସୁରକ୍ଷା ପାଇଁ 9 ହଜାର 5 ଶହରୁ ଅଧିକ ବଙ୍କର ନିର୍ମାଣ ହୋଇଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏବେବି ଜାରି ରହିଛି ଅପରେସନ ସିନ୍ଦୁର, ଯେକୌଣସି ସମୟରେ ସେନା ଆତଙ୍କୀସ୍ତାନ ବିରୋଧରେ ଆରମ୍ଭ କରିପାରେ ବଡ଼ ଅଭିଯାନ ।
ଅପରେସେନ ସିଲ୍ଡ ସମୟରେ ଆତ୍ମରକ୍ଷା କୌଶଳର ତାଲିମ ଦେଉଛନ୍ତି ବିଶେଷଜ୍ଞ ।
-ଭାରତୀୟ ଏୟାରଫୋର୍ସ ଓ ସିଭିଲ ଡିଫେନସ୍ କଣ୍ଟ୍ରୋଲ ରୁମ ହଟ୍ ଲାଇନ୍ସ ଆକ୍ଟିଭ୍ ରଖାଯାଇଛି
-ଜରୁରୀ ଯୋଗାଯୋଗ ନେଟୱର୍କ ସହ ଟେଷ୍ଟ ଏୟାର ରେଡ୍ ସାଇରନ ବାଜୁଛି
-ହରିୟାଣାରେ 20 ମିନିଟ୍ ଓ ଅନ୍ୟ ସମସ୍ତ ସୀମାବର୍ତ୍ତୀ ରାଜ୍ୟରେ 15 ମିନିଟ୍ ଯାଏଁ ବ୍ଲାକ୍ ଆଉଟ୍
-ବ୍ଲାକ୍ ଆଉଟ ସମୟରେ ଆହତଙ୍କ ଚିକିତ୍ସା ସହ ଅନ୍ୟ କ୍ରିଟିକାଲ ସର୍ଭିସର ଅଭ୍ୟାସ କରାଯିବ
- ଏୟାର ରେଡ୍, ଡ୍ରୋନ୍ ଓ ମିସାଇଲ ଆଟାକ ସମୟରେ ନାଗରିକ ସୁରକ୍ଷିତ ରହିବାକୁ ଦିଆଯାଉଛି ତାଲିମ।
ଏଣିକି ପ୍ରତି ମାସରେ ପାକ୍ ସୀମାବର୍ତ୍ତୀ ରାଜ୍ୟରେ ହେବ ମକ୍ ଡ୍ରିଲ । ମୋଦି ସରକାରଙ୍କ ଏପରି ନିଷ୍ପତ୍ତି ହଜାଇଛି ପାକିସ୍ତାନର ନିଦ । ପହଲଗାମ୍ ହମଲା ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପାକିସ୍ତାନର ଗଳା ଶୁଖାଇଛି । ସେପଟେ ପାକିସ୍ତାନ ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ସହର । ଆତଙ୍କୀସ୍ତାନର ଚିନ୍ତା ବଢ଼ାଉଛି ବଲୁଚିସ୍ତାନ ଲିବରେସନ ଆର୍ମି । ସେପଟେ ସୁରାବ ସହର କବଜା କରି ଆତଙ୍କୀଙ୍କ ଆକ୍କା ପାକିସ୍ତାନୀ ଶାସକଙ୍କୁ ଶକ୍ତ ଝଟକା ଦେଇଛି BLA ।