Videos
|
National

ସାମରିକ ଶକ୍ତି ଭାବେ ଭାରତ ହେଉଛି ବିଶ୍ବର ଚତୁର୍ଥ ଶକ୍ତିଶାଳୀ ଦେଶ

Ritu Das
Browse all articles by Ritu Das
·2 years ago·1 min read
ସାମରିକ ଶକ୍ତି ଭାବେ ଭାରତ ହେଉଛି ବିଶ୍ବର ଚତୁର୍ଥ ଶକ୍ତିଶାଳୀ ଦେଶ

ଅର୍ଗସ ବ୍ୟୁରୋ: ସାମରିକ ଶକ୍ତି ଭାବେ ଭାରତ ହେଉଛି ବିଶ୍ବର ଚତୁର୍ଥ ଶକ୍ତିଶାଳୀ ଦେଶ। ଗ୍ଲୋବାଲ ଫାୟାର୍‌ ପାୱାର୍‌ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏହି ରାଙ୍କିଙ୍ଗରେ ଆମେରିକା ସାମରିକ ଶକ୍ତି ଭାବେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହୋଇଛି। ରୁଷିଆ ଏବଂ ଚାଇନା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଗ୍ଲୋବାଲ ଫାୟାର ପାୱାର ର଼୍ୟାଙ୍କିଙ୍ଗ ଅନୁଯାୟୀ ଭାରତକୁ ୦.୧୦୨୩ ସ୍କୋର କରାଯାଇଛି। ସମୁଦାୟ ୧୪୫ ଦେଶ ସେମାନଙ୍କର ସାମରିକ ଶକ୍ତି ଆଧାରରେ ଗ୍ଲୋବାଲ ଫାୟାର ପାୱାର ୨୦୨୪ ର ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। 

ଏହି ତାଲିକାରେ ଭାରତର ପଡୋଶୀ ଦେଶ ପାକିସ୍ତାନ ନବମ ସ୍ଥାନରେ ରହିଛି। ଯେଉଁଠାରେ ଇଟାଲୀ ଦଶମ ସ୍ଥାନ ହାସଲ କରିଛି। ଦକ୍ଷିଣ କୋରିଆ, ବ୍ରିଟେନ, ଜାପାନ ଏବଂ ତୁର୍କୀ ମଧ୍ୟ ଶ୍ରେଷ୍ଠ ୧୦ଟି ଶକ୍ତିଶାଳୀ ଦେଶରେ ଅନ୍ତର୍ଭୁକ୍ତ। ସୈନ୍ୟ ସଂଖ୍ୟା, ସାମରିକ ଉପକରଣ, ଆର୍ଥିକ ସ୍ଥିରତା, ସାମରିକ ସମ୍ବଳ, ପ୍ରାକୃତିକ ସମ୍ପଦ, ଶିଳ୍ପ ଏବଂ ଭୌଗୋଳିକ ଅବସ୍ଥା ସହିତ ଅନେକ ପାରାମିଟରକୁ ଦୃଷ୍ଟିରେ ରଖି ଗ୍ଲୋବାଲ ଫାୟାର ପାୱାର ଏହି ତାଲିକା ପ୍ରସ୍ତୁତ କରିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India is the fourth | Argus News