Iron Dome / ଭାରତକୁ ମିଳିବ ଇସ୍ରାଏଲର ‘ଆଇରନ୍ ଡୋମ୍’

Key Points
ଭାରତକୁ ମିଳିବ ଇସ୍ରାଏଲର ‘ଆଇରନ୍ ଡୋମ୍’?
ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ୍ ଗସ୍ତ ସମୟରେ ହୋଇପାରେ ଚୁକ୍ତି
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାର୍ ଡିଫେନ୍ସ ସିଷ୍ଟମ ‘ଆଇରନ୍ ଡୋମ୍’
ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆସିବାକୁ ଯାଉଛି ଏକ ବଡ଼ ବିପ୍ଳବ । ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ହିଁ ଧୂଳିସାତ୍ କରିଦେବ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଇସ୍ରାଏଲ୍ ଗସ୍ତ ସମୟରେ ହୋଇପାରେ ଐତିହାସିକ ପ୍ରତିରକ୍ଷା ଚୁକ୍ତି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାର୍ ଡିଫେନ୍ସ ସିଷ୍ଟମ ‘ଆଇରନ୍ ଡୋମ୍’ ଟେକ୍ନୋଲୋଜି ଏବେ ଭାରତକୁ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କିପରି ହେବ ଏହି ଡିଲ୍ ? କେତେ ଶକ୍ତିଶାଳୀ ହେବ ଭାରତ ?
ସୀମାରେ ଶତ୍ରୁଙ୍କ କାୟାବିସ୍ତାର ମଧ୍ୟରେ ଭାରତ ନିଜର ଆକାଶ ମାର୍ଗକୁ ସୁରକ୍ଷିତ କରିବା ପାଇଁ ବଡ଼ ପଦକ୍ଷେପ ନେଉଛି । ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି କରିପାରନ୍ତି । ଏଥିମଧ୍ୟରେ ସବୁଠାରୁ ଆଗରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାର୍ ଡିଫେନ୍ସ ସିଷ୍ଟମ ‘ଆଇରନ୍ ଡୋମ୍’ ଟେକ୍ନୋଲୋଜି । ଯଦି ଏହି ଚୁକ୍ତି ସ୍ୱାକ୍ଷରିତ ହୁଏ, ତେବେ ଇସ୍ରାଏଲ ଭାରତକୁ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ହସ୍ତାନ୍ତର କରିବ ।
କାହିଁକି ଖାସ୍ ଏହି ‘ଆଇରନ୍ ଡୋମ୍’
ଇସ୍ରାଏଲ୍ ଓ ହାମାସ ଯୁଦ୍ଧ ସମୟରେ ଏହି ସିଷ୍ଟମ ନିଜର ପରାକ୍ରମ ଦେଖାଇ ସାରିଛି
ଶତ୍ରୁ ପକ୍ଷରୁ ଆସୁଥିବା ରକେଟ୍, ମୋର୍ଟାର୍ ଓ କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ଆକାଶରେ ନଷ୍ଟ କରେ
ଭାରତ ପାଇଁ ଏହି ଏୟାର୍ ଡିଫେନ୍ସ ସିଷ୍ଟମ ‘ଆଇରନ୍ ଡୋମ୍’ ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ
କାରଣ ଚୀନ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ବିପଦକୁ ରୋକିବାରେ ‘ବ୍ରହ୍ମାସ୍ତ୍ର’ ସାବ୍ୟସ୍ତ ହେବ
ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ ନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ମୋଦିଙ୍କ ଏହି ଗସ୍ତ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ କେବଳ ଶକ୍ତିଶାଳୀ କରିବ ନାହିଁ, ବରଂ ବିଶ୍ୱ ଦରବାରରେ ଭାରତର ଦବଦବାକୁ ଆହୁରି ବଢ଼ାଇବ । ଶତ୍ରୁର ଆଖି ପଡ଼ିବା ଆଗରୁ ଏବେ ଧ୍ୱଂସ ହେବ ତା’ର ଷଡ଼ଯନ୍ତ୍ର ।
‘ମେକ୍ ଇନ୍ ଇଣ୍ଡିଆ’କୁ ବଳ ମିଳିବ
କେବଳ ସିଷ୍ଟମ ନୁହେଁ, ବରଂ ଏହାର ନିର୍ମାଣ ଶୈଳୀ ଭାରତକୁ ମିଳିପାରେ
ଇସ୍ରାଏଲ୍ ତାାର ଟେକ୍ନୋଲୋଜି ଭାରତକୁ ହସ୍ତାନ୍ତର କରିବାକୁ ରାଜି ହୋଇଛି
ଭାରତ ନିଜ ମାଟିରେ ଏହି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ସକ୍ଷମ ହେବ
ଆଧୁନିକ ଯୁଦ୍ଧରେ ଡ୍ରୋନ୍ ଆକ୍ରମଣକୁ ରୋକିବା ପାଇଁ ଏହା ଅମୋଘ ଅସ୍ତ୍ର ହେବ
କେବଳ ଆଇରନ୍ ଡୋମ୍ ନୁହେଁ, ବରଂ ଡ୍ରୋନ୍ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଏବଂ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଦାନପ୍ରଦାନ ନେଇ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ୍ ଗସ୍ତ କରି ଇତିହାସ ରଚିଥିଲେ । ଏବେ ୨୦୨୬ରେ ତାଙ୍କର ଏହି ଦ୍ୱିତୀୟ ଗସ୍ତ ଦୁଇ ଦେଶର ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ସାରା ବିଶ୍ୱର ନଜର ଏବେ ମୋଦି ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ହେବାକୁ ଥିବା ଏହି ସାକ୍ଷାତକାର ଉପରେ ରହିଛି ।
📱 Get Argus News App
✨Related Topics
Explore more stories