Videos
|
National

ଯୁଦ୍ଧ ଘନଘଟା ମଧ୍ୟରେ ହେଲ୍‌ପଲାଇନ୍‌ ନମ୍ବର ଜାରି କଲା ଭାରତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଯୁଦ୍ଧ ଘନଘଟା ମଧ୍ୟରେ ହେଲ୍‌ପଲାଇନ୍‌ ନମ୍ବର ଜାରି କଲା ଭାରତ

Key Points

ଇସ୍ରାଏଲର ପଦକ୍ଷେପକୁ SCO ବିବୃତିରେ ନିନ୍ଦା କରାଯାଇଛି।

ଯୁଦ୍ଧ ସ୍ଥିତିକୁ ନେଇ ଭାରତ SCO ବିତର୍କରେ ଭାଗ ନେବ ନାହିଁ ବୋଲି ସ୍ପଷ୍ଟ କରିଛି ।

ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍‍ ନମ୍ବର ଜାରି କରାଯାଇଛି ।

ଇସ୍ରାଏଲ-ଇରାନ ଯୁଦ୍ଧ ଉତ୍ତେଜନାକୁ ନେଇ ବିବୃତି ଜାରି କରିଛି SCO ବା ସାଂଘାଇ ସହଯୋଗ ସଂଗଠନ । ଏସସିଓ ବିବୃତି ଉପରେ ଆଲୋଚନାରୁ ନିଜକୁ ଦୂରେଇ ରଖିଲା ଭାରତ । ଯୁଦ୍ଧ ସ୍ଥିତିକୁ ନେଇ ଭାରତ SCO ବିତର୍କରେ ଭାଗ ନେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

ଇସ୍ରାଏଲର ପଦକ୍ଷେପକୁ SCO ବିବୃତିରେ ନିନ୍ଦା କରାଯାଇଛି। ଏହା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରକୁ ଉଲ୍ଲଂଘନ କରୁଛି ବୋଲି କହିଛି ସାଂଘାଇ ସହଯୋଗ ସଂଗଠନ । ସ୍ଥିତି ନେଇ ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଲୋଚନା କରିଛନ୍ତି । ଏହାପୂର୍ବରୁ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଥିଲେ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ଓ ଜର୍ମାନ ଚାନସେଲରଙ୍କ ସହ କଥା ହୋଇଥିଲେ ଇସ୍ରାଏଲ ପିଏମ ।

ଅନ୍ୟପଟେ ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍‍ ନମ୍ବର ଜାରି କରାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ଦୁଇଟି ହେଲପଲାଇନ ନମ୍ବର ଜାରି କରାଯାଇଛି । ଇରାନ - ଇସ୍ରାଏଲ ଯୁଦ୍ଧ ସ୍ଥିତି ସମୟରେ ସତର୍କ ରହିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି । ଇରାନରେ ଥିବା ଭାରତୀୟ ଦୂତାବାସ ଏକ୍ସ ପୋଷ୍ଟରେ ହେଲପଲାଇନ ନମ୍ବର ଜାରି କରିଛି । ନମ୍ବର ଦୁଇଟି ହେଉଛି- ୯୧୨୮୧୦୯୧୧୫ ଓ ୯୧୨୮୧୦୯୧୦୯ । ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିପାରିବେ । ଭାରତୀୟମାନଙ୍କୁ ଦୂତାବାସର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India issues helpline number amid war | Argus News