Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭାରତୀୟମାନେ ଇସ୍ରାଏଲ ଓ ଇରାନ ଗସ୍ତରୁ ଦୂରେଇ ରୁହନ୍ତୁ, ନୋଟିସ୍‌ ଜାରି

National

ଭାରତୀୟମାନେ ଇସ୍ରାଏଲ ଓ ଇରାନ ଗସ୍ତରୁ ଦୂରେଇ ରୁହନ୍ତୁ, ନୋଟିସ୍‌ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ଭାରତୀୟମାନେ ଇସ୍ରାଏଲ ଓ ଇରାନ ଗସ୍ତରୁ ଦୂରେଇ ରୁହନ୍ତୁ, ନୋଟିସ୍‌ ଜାରି

ଅର୍ଗସ ବ୍ୟୁରୋ:  ପରବର୍ତ୍ତୀ ନୋଟିସ ଯାଏ ଭାରତୀୟମାନେ ଇସ୍ରାଏଲ ଓ ଇରାନ ଗସ୍ତରୁ ଦୂରେଇ ରୁହନ୍ତୁ ବୋଲି ଆଜି ଭାରତ ସରକାର ଗୋଟିଏ ନୋଟିସ ଜାରି କରିଛନ୍ତି। ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧା ହମଲା କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶ ଜାରି କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ଏବେ ଟେନସନ ସ୍ଥିତି ସୃଷ୍ଟି ହୋଇଛି।

ତେଣୁ ଭାରତୀୟମାନେ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ସେହିପରି ବର୍ତ୍ତମାନ ଇରାନ ଓ ଇସ୍ରାଏଲରେ ଥିବା ଭାରତୀୟମାନେ ସତର୍କ ରହୁନ୍ତୁ। ସେମାନେ ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରି ନିଜର ପଞ୍ଜୀକରଣ କରାନ୍ତୁ। ଭାରତୀୟମାନେ ଇରାନ କିମ୍ବା ଇସ୍ରାଏଲରେ ଯାତାୟାତକୁ କମ କରିବା ସହ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମନ୍ତ୍ରଣାଳୟ କହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
India issues travel advisory, advises citizens to avoid travel to Iran, Israel till further notice | Argus News