ବଡ଼ ଖୁଲାସା, ଏଇଥି ପାଇଁ ସଫଳ ହେଲା ଅପରେସନ ସିନ୍ଦୂର

Key Points
ଚତୁରତାର ସହ ହୋଇଥିଲା ଅପରେସନ
ପ୍ରଥମେ ପାକିସ୍ତାନର ଏୟାରଡିଫେନ୍ସକୁ ଜାମ୍ କରିଥିଲା ଭାରତ
ଆଉ ତାପରେ ଯାହା ହେଲା ....
ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ଉତ୍ତେଜନା କମିଥିଲେ ବି ଭାରତର ଅପରେସନ ସିନ୍ଦୂରକୁ ନେଇ ଲାଗି ରହିଛି ଚର୍ଚ୍ଚା। ସିନ୍ଦୂରର ଜବାବ ସିନ୍ଦୂରରେ ଦେଇଛି ଭାରତ। ୨୬ ପର୍ଯ୍ୟଟକଙ୍କ ସିନ୍ଦୂର ପୋଛି ଖୁସି ମନାଉଥିବା ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଛି ଭାରତର ଅପରେସନ ସିନ୍ଦୂର। ମେ ୭ ରେ ଭାରତୀୟ ବାୟୁସେନା ପାକିସ୍ତାନରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଉଡ଼ାଇ ଦେଇଥିଲା।
ପାକିସ୍ତାନ ପାଖରେ ଏୟାର ଡିଫେନ୍ସ ସିଷ୍ଟମ ଥାଇ କିଭଳି ଭାରତ ପାକିସ୍ତାନ ଭିତରେ ପଶି ଆକ୍ରମଣ କଲା ତାକୁ ନେଇ ଉଠିଥିଲା ପ୍ରଶ୍ନ। ତେବେ ଏହାର ଗୋଟିଏ ଉତ୍ତର ସାମ୍ନାକୁ ଆସୁଛି। ଭାରତୀୟ ବାୟୁସେନା ବିମାନ ଆକ୍ରମଣ ପୂର୍ବରୁ ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଜାମ୍ କରିଦେଇଥିଲା। ପଡ଼ୋଶୀ ଦେଶର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୨୩ ମିନିଟ୍ ପର୍ଯ୍ୟନ୍ତ ଜାମ୍ ହୋଇ ରହିଥିଲା। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚୀନ୍। ପିଆଇବି ବୁଧବାର ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛି, ଭାରତୀୟ ବାୟୁସେନା ଅପରେସନ ସିନ୍ଦୂର ପାଇଁ ଚୀନ ଦ୍ବାରା ନିର୍ମିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଜାମ୍ କରିବାରେ ସଫଳ ହୋଇଥିଲା।
📱 Get Argus News App
✨ପାଖାପାଖି ୨୩ ମିନିଟ୍ ପର୍ଯ୍ୟନ୍ତ ଭାରତ ଏହାକୁ ଜାମ୍ କରି ରଖିଥିଲା। ଏହି ସମୟ ମଧ୍ୟରେ ପାକିସ୍ତାନ ଭିତରେ ପଶି ଆତଙ୍କୀ ଆଡ୍ଡାକୁ ଉଡାଇ ଦେଇଥିଲା ଭାରତ। ପାକିସ୍ତାନରେ ଥିବା ବିଦେଶୀ ପ୍ରଯୁକ୍ତିବିଦ୍ୟାକୁ ନିରପେକ୍ଷ କରିଥିଲା ଭାରତ। ଯେଉଁଥିରେ ଚୀନ୍ ନିର୍ମିତ PL-15 କ୍ଷେପଣାସ୍ତ୍ରର ଖଣ୍ଡ, ତୁର୍କୀ ନିର୍ମିତ UAV (ୟିହା କିମ୍ବା ୟିହାଭ ନାମିତ) ଏବଂ ଦୂରଗାମୀ ରକେଟ୍, କ୍ୱାଡକପ୍ଟର ଏବଂ ବାଣିଜ୍ୟିକ ଡ୍ରୋନ୍ ରହିଥିଲା।
ଭାରତୀୟ ସେନା ଏହାର ପ୍ରମାଣ ରଖିଥିବା ଦାବି କରିଛି। ଅନ୍ୟପଟେ ବିଦେଶୀ ଅସ୍ତ୍ରଶସ୍ତ୍ର ସାହାର୍ଯ୍ୟରେ ଭାରତକୁ ଆକ୍ରମଣ କରିବାକୁ ବହୁବାର ଚେଷ୍ଟା କରି ବିଫଳ ହୋଇଛି ପାକିସ୍ତାନ। ଭାରତର ସ୍ୱଦେଶୀ ବାୟୁ ପ୍ରତିରକ୍ଷା ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ ନେଟୱାର୍କ ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରିଛି। ମଝି ଆକାଶରେ ସବୁ କିଛି ଧ୍ବଂସ କରି ଦେଇଛି।