ଗ୍ଲୋବାଲ ଆଣ୍ଟି କରପ୍ସନ କମ୍ୟୁନିଟିରେ ସ୍ଥାନ ପାଇଲା ଭାରତ
·1 year ago

ଅର୍ଗସ ବ୍ୟୁରୋ: ଗ୍ଲୋବ୍ ଇ ନେଟୱର୍କରେ ଭାରତ । ଚୀନ ରାଜଧାନୀରେ ବେଜିଂରେ ବହୁ ସ୍ତରୀୟ ମତଦାନ ପରେ ଭାରତକୁ ଗ୍ଲୋବାଲ ଆଣ୍ଟି କରପ୍ସନ କମ୍ୟୁନିଟି ବା ଗ୍ଲୋବ-ଇ ର 15 ସଦସ୍ୟଯୁକ୍ତ ସମିତିରେ ସ୍ଥାନିତ କରାଯାଇଛି । ଏଥିରେ CBI ଓ EDକୁ ନେଟୱର୍କରେ ସ୍ଥାନ ମିଳିବ। ଗ୍ଲୋବ-ଇରେ ସ୍ଥାନିତ ହୋଇଥିବାରୁ ଦୁର୍ନୀତି, ବେଆଇନ ସମ୍ପତ୍ତି ଜବତ, ବେଆଇନ ଆର୍ଥିକ କାରବାର ବିରୋଧରେ ବୈଶ୍ବିକ ସ୍ତର ଏଜେଣ୍ଡା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା । ଆର୍ଥିକ ଅପରାଧୀଙ୍କୁ ପ୍ରତ୍ୟର୍ପଣ ମାମଲାରେ ବୈଶ୍ବିକ ଆଇନ ଅନୁସାରେ ଭାରତର ଶକ୍ତି ବୃଦ୍ଧି ପାଇବ । ଗ୍ଲୋବ ନେଟୱର୍କରେ ମୋଟ 121ଟି ସାମିଲ ରହିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଇଡି ଓ ସିବିଆଇ ନେଟୱର୍କରେ ସଦସ୍ୟ ରହିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: